Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
ଶାମୁୟେଲ ଶାଉଲଙ୍କୁ ତାଙ୍କ ପାପ କଥା କହିଲେ
10 ଶାମୁୟେଲ ସଦାପ୍ରଭୁଙ୍କ ପାଖରୁ ଏକ ବାର୍ତ୍ତା ପାଇଲେ। 11 ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।
12 ଶାମୁୟେଲ ତା’ ପରଦିନ ପ୍ରତ୍ୟୁଷରୁ ଶାଉଲଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତାରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, “ଶାଉଲ ଯିହୁଦାର କର୍ମିଲ୍ ସହରକୁ ଆସିଥିଲେ। ଶାଉଲ ସେଠାକୁ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡ଼େ ଯାତ୍ରା କରି ସାରିବା ପରେ ଗିଲ୍ଗଲ୍ରେ ପହଞ୍ଚିଲେ।”
13 ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।”
14 କିନ୍ତୁ ଶାମୁୟେଲ କହିଲେ, “ତେବେ ଏହା କ’ଣ, ମୁଁ ଶୁଣିଅଛି? ମୁଁ କାହିଁକି ମେଷର ଭେଁ ଭେଁ ଶବ୍ଦ ଶୁଣୁଅଛି ଏବଂ ଗାଈର ହମ୍ବାରବ ଶୁଣୁଛି?”
15 ଶାଉଲ କହିଲେ, “ସୈନ୍ୟମାନେ ସେମାନଙ୍କୁ ଅମାଲେକୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ୟମାନେ ଉତ୍ତମ ଗୋରୁ ଓ ମେଷମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ବଳିଦେବା ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।”
16 ଶାମୁୟେଲ ଶାଉଲଙ୍କୁ କହିଲେ, “କହିବା ବନ୍ଦ କର! ସଦାପ୍ରଭୁ ମୋତେ ଗତ ରାତିରେ ଯାହା କରିଛନ୍ତି ତାହା ମୁଁ ତୁମ୍ଭକୁ କହିବି।”
ଶାଉଲ ଉତ୍ତର ଦେଲେ, “ମୋତେ କୁହ।”
17 ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ। 18 ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ହତ୍ୟା କର। ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ତାଙ୍କ ସହ ଯୁଦ୍ଧ କର।’ 19 କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲ ନାହିଁ କାହିଁକି? ତୁମ୍ଭେ ଗ୍ଭହିଁଲ ସେ ଲୁଟଦ୍ରବ୍ୟ ଗୁଡ଼ିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ।”
20 ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି। 21 ଏବଂ ସୈନ୍ୟମାନେ ଗିଲ୍ଗଲ୍ରେ ଉତ୍ତମ ମେଣ୍ଢା ଓ ଗୋରୁମାନଙ୍କୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରେ ବଳିଦାନ ଦେବା ପାଇଁ ରଖିଲେ।”
22 କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି। 23 ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।”
22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। 23 ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।
24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। 25 ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। 26 ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। 27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।
22 ତା'ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। 2 ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।
3 ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। 4 ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। 5 ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।
2010 by World Bible Translation Center