Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 53

ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।

53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
    ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
    ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
    ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
    ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
    ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
    ନାଁ, ଜଣେ କେହି ନାହିଁ!

ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
    ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
    ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”

କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
    ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
    ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
    ସେତେବେଳେ ଯାକୁବ ଆନନ୍ଦିତ ହେବେ
    ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 13:23-14

23 ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମି‌କ୍‌ମସ୍ ଘାଟୀକୁ ଜଗିବାକୁ ଗଲେ।

ଯୋନାଥନ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ

14 ଏକଦିନ ଶାଉଲଙ୍କ ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲେ, “ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରୁ ପଲେଷ୍ଟୀୟଙ୍କ ଶିବିର ଆଡ଼କୁ ଯିବା।” କିନ୍ତୁ ଯୋନାଥନ ଏ କଥା ତାଙ୍କ ବାପା ଶାଉଲଙ୍କୁ କହିଲେ ନାହିଁ।

ସେ ସମୟରେ ଶାଉଲ ଗିବିୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳରେ ଥିଲେ। ପ୍ରାୟ 600 ଲୋକ ତାଙ୍କ ପାଖରେ ଥିଲେ। ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଯାଜକ ଅହିୟ ଏଫୋଦ ପିନ୍ଧି ସେଠାରେ ଥିଲା। ଐକାବୋଦ ପୀନହ‌ସ୍‌ର ପୁତ୍ର, ପୀନହସ୍ ଶୀଲୋର ଯାଜକ ଏଲିର ପୁତ୍ର।

ଯୋନାଥନ ବାହାରକୁ ଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକ ଜାଣି ନ ଥିଲେ। ଯୋନାଥନ ସିଧା ରାସ୍ତାଦେଇ ପଲେଷ୍ଟୀୟ ଶିବିରକୁ ଯିବାକୁ ଯୋଜନା କଲେ ସେ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ପଥରସବୁ ଥିଲା। ଘାଟୀର ଏକ ପାର୍ଶ୍ୱରେ ବୋ‌ତ୍‌ସେସ୍ ନାମକ ଏବଂ ଅନ୍ୟ ପାର୍ଶ୍ୱରେ ସେନି ନାମକ ଶିଳାଖଣ୍ତ ଥିଲା। ଗୋଟିଏ ପଥର ଉତ୍ତର ଦିଗସ୍ଥ, ଉତ୍ତର ଆଡ଼କୁ ମି‌କ୍‌ମସ୍ ଆଡ଼କୁ ଏବଂ ଅନ୍ୟ ପଥରଟି ଦକ୍ଷିଣସ୍ଥ ଗେବା ଆଡ଼କୁ ମୁହାଁଇଥିଲା।

ଯୋନାଥନ ତାଙ୍କ ଆଜ୍ଞାକାରୀ ଯୁବକଙ୍କୁ ଯିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକୁ କହିଲେ, “ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡ଼କୁ ଯିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରି ସେମାନଙ୍କୁ ପରାସ୍ତ କରି ପାରନ୍ତି, ଯେହେତୁ ଆମ୍ଭେ ଅଳ୍ପ ବା ବେଶୀ ସୈନ୍ୟ ହେଉ ଆମ୍ଭମାନଙ୍କୁ ରକ୍ଷା କରିବାରେ ସଦାପ୍ରଭୁଙ୍କୁ କେହି ଅଟକାଇ ପାରିବ ନାହିଁ।”

ସାହାଯ୍ୟକାରୀ ଯୁବକ ଯୋନାଥନଙ୍କୁ କହିଲା, “ତୁମ୍ଭେ ଯାହା ଭଲ ଭାବୁଛ କର ଏବଂ ତୁମ୍ଭ ସହିତ ସାରାପଥରେ ଅଛି।”

ଯୋନାଥନ ଉତ୍ତର ଦେଲେ, “ଆମ୍ଭେ ସେ ଉପତ୍ୟକାକୁ ଅତିକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କୁ ଦେଖିବାକୁ ଦେବା। ଯଦି ସେମାନେ ଆମ୍ଭମାନଙ୍କୁ କହିବେ, ‘ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ ଆଡ଼କୁ ଆସିବା’, ତେବେ ଆମ୍ଭେମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ଆଡ଼କୁ ଯିବା ନାହିଁ। 10 ଯଦି ପଲେଷ୍ଟୀୟମାନେ ଆମ୍ଭକୁ କହିବେ ‘ଆମ୍ଭମାନଙ୍କ ପାଖକୁ ଉଠି ଆସ’ ତେବେ ଆମ୍ଭେ ସେମାନଙ୍କ ପାଖକୁ ଯିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ଦେଇଛନ୍ତି। ଆଉ ଏହା ଏକ ପରାଜୟର ଚିହ୍ନ ହେବ।”

11 ତେବେ ସେ ଦୁହେଁ ପଲେଷ୍ଟୀୟଙ୍କ ପ୍ରହରୀମାନଙ୍କ ନିକଟରେ ଆପଣଙ୍କୁ ଦେଖା ଦେଲେ। ପଲେଷ୍ଟୀୟ ପ୍ରହରୀମାନେ କହିଲେ, “ଦେଖ! ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାତରେ ଲୁଚିଥିଲେ ସେଠାରୁ ଏବେ ବାହାରି ଆସୁଛନ୍ତି।” 12 ପଲେଷ୍ଟୀୟ ଶିବିରରେ ଥିବା ପ୍ରହରୀମାନେ ବଡ଼ ପାଟିରେ ଯୋନାଥନ ଓ ତାଙ୍କ ଭୃତ୍ୟକୁ କହିଲେ, “ଏଠାକୁ ଆସ, ଆମ୍ଭେ ତୁମ୍ଭେ ଦୁହିଁଙ୍କୁ ଉଚିତ୍ ଶିକ୍ଷା ଦେବୁ।”

ଯୋନାଥନ ତାଙ୍କ ଭୃତ୍ୟକୁ କହିଲେ, “ମୋତେ ଅନୁସରଣ କରି ପାହାଡ଼ ପର୍ଯ୍ୟନ୍ତ ଆସ। ସଦାପ୍ରଭୁ ଆମ୍ଭକୁ ଇସ୍ରାଏଲଠାରୁ ପଲେଷ୍ଟୀୟକୁ ପରାଜୟ କରିବା ପାଇଁ ପଠାଇଛନ୍ତି।”

13-14 ଏଥିରେ ଯୋନାଥନ ନିଜର ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲେ ଓ ତାହାର ସାହାଯ୍ୟକାରୀ ତାଙ୍କ ପଛେ ପଛେ ଗଲା। ସେମାନେ ସେହି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲେ ଓ ଯେଉଁମାନେ ଆଗରେ ଥିଲେ ସେମାନଙ୍କୁ ହତ୍ୟା କଲେ ଏବଂ ତାଙ୍କର ସାହାଯ୍ୟକାରୀ ପଛରେ ଯୋନାଥନଙ୍କ ଦ୍ୱାରା ଆହତ ହୋଇଥିବା ଲୋକମାନଙ୍କୁ ହତ୍ୟା କଲା। ଅଧା ଏକର ଜମିରେ ଯୋନାଥନ ଏବଂ ତାଙ୍କର ସାହାଯ୍ୟକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡ଼ିଏ ଜଣଙ୍କୁ ହତ୍ୟା କଲେ।

15 ସମସ୍ତ ପଲେଷ୍ଟୀୟ ସୈନ୍ୟମାନେ ଯେଉଁମାନେ ସେହି କ୍ଷେତ୍ରରେ ଥିଲେ, ଯେଉଁମାନେ ଛାଉଁଣିରେ ଥିଲେ, ଯେଉଁମାନେ ଦୁର୍ଗରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରୁ ସାହସୀ ସୈନ୍ୟମାନେ ମଧ୍ୟ ଭୟ କଲେ। ଯେପରି ସେଠାରେ ଭୂମିକମ୍ପ ହେଲା ଏହି ବିଭୀଷିକା ପରମେଶ୍ୱର ପଠାଇଥିଲେ।

16 ସେତେବେଳେ ବିନ୍ୟାମୀନ ପ୍ରଦେଶର ଗିବିୟାରେ ଶାଉଲଙ୍କ ସୈନ୍ୟମାନେ ଦେଖିଲେ ପଲେଷ୍ଟୀୟ ସୈନ୍ୟମାନେ ଏଣେତେଣେ ଦୌଡ଼ୁଛନ୍ତି। 17 ଶାଉଲ ତାଙ୍କ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ ଗଣନା କର। ମୁଁ ଜାଣିବାକୁ ଗ୍ଭହେଁ କିଏ ଛାଉଣି ତ୍ୟାଗ କରିଛନ୍ତି।”

ଯେତେବେଳେ ସେମାନେ ଗଣନା କରନ୍ତେ ଯୋନାଥନ୍ ଏବଂ ତାଙ୍କ ସାହାଯ୍ୟକାରୀ ଛାଉଣି ତ୍ୟାଗ କରିଛନ୍ତି।

18 ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ। 19 ଶାଉଲ ଯାଜକ ଅହୀୟଙ୍କ ସହ କଥା ହେବା ବେଳେ ପଲେଷ୍ଟୀୟ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା। ଶାଉଲ ଅଧୈର୍ଯ୍ୟ ହୋଇ ଉଠିଲେ ଏବଂ ଯାଜକ ଅହୀୟକୁ କହିଲେ, “ବନ୍ଦ କର! ତୁମ୍ଭ ହାତ ଏଫୋଦରୁ କାଢ଼ିଆଣ।”

20 ଶାଉଲ ସୈନ୍ୟମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଯୁଦ୍ଧଭୂମିକୁ ପଠାଇଲେ। ପଲେଷ୍ଟୀୟ ସୈନ୍ୟମାନେ ଏମିତି ଦ୍ୱନ୍ଦରେ ପଡ଼ିଗଲେ ଯେ, ଏପରିକି ସେମାନେ ନିଜ ନିଜ ‌‌ଖ‌ଡ଼୍‌ଗ ଆପଣା ସାଥୀ ସୈନ୍ୟ ବିରୁଦ୍ଧରେ ଉଠାଉଥିଲେ। 21 ଯେଉଁ ଏବ୍ରୀୟମାନେ ପଲେଷ୍ଟୀୟମାନଙ୍କ ଛାଉଣିରେ ସେବା କରୁଥିଲେ। ବର୍ତ୍ତମାନ ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକଙ୍କ ସହିତ ଯୋଗ ଦେଲେ। 22 ସେହି ଇସ୍ରାଏଲୀୟ ଯେଉଁ ସୈନ୍ୟମାନେ ଇଫ୍ରୟିମ ପର୍ବତମୟ ଅଞ୍ଚଳରେ ଲୁଚି ଥିଲେ, ସେମାନେ ମଧ୍ୟ ସମ୍ବାଦ ଶୁଣି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ ଓ ପଲେଷ୍ଟୀୟଙ୍କୁ ଗୋଡ଼ାଇଲେ।

23 ଏହିପରି ସଦାପ୍ରଭୁ ସେଦିନ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା। ପ୍ରତ୍ୟେକ ସୈନ୍ୟ ଶାଉଲଙ୍କ ସହିତ ଥିଲେ। ପ୍ରାୟ 10,000 ଲୋକ ଶାଉଲଙ୍କୁ ସାହାଯ୍ୟ କରୁଥିଲେ। ଇଫ୍ରୟିମ ପର୍ବତ ଦେଶର ସମସ୍ତ ସହରକୁ ଯୁଦ୍ଧ ବ୍ୟାପିଗଲା।

ଗାଲାତୀୟଙ୍କ ପ୍ରତି ପତ୍ର 6:11-18

ପାଉଲଙ୍କ ପତ୍ରର ସମାପ୍ତି

11 ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। 13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।

14 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। 15 ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। 16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

17 ଅତଏବ ମୋତେ ଅଧିକ କଷ୍ଟ ଦିଅ ନାହିଁ। ମୋ’ ଶରୀରରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।

18 ମୋ’ ଭାଇ ଓ ଭଉଣୀମାନେ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center