Revised Common Lectionary (Semicontinuous)
ଦାଉଦଙ୍କ ପ୍ରଶଂସାପୂର୍ଣ୍ଣ ଏକ ଗୀତ।
108 ହେ ପରମେଶ୍ୱର,
ମୁଁ ଗୀତ ଗାନ ଓ ପ୍ରଶଂସା କରିବି,
ମୋର ପ୍ରାଣ ଜାଗ୍ରତ ହୁଅ।
2 ଜାଗ୍ରତ ହୁଅ! ହେ ମୋର ପ୍ରାଣ, ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
3 ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସା ଗାନ କରିବି।
4 ସଦାପ୍ରଭୁ, ତୁମ୍ଭର ପ୍ରେମ ଆକାଶଠାରୁ ମହତ୍।
ତୁମ୍ଭର ବିଶ୍ୱାସନୀୟତା ଗଗନସ୍ପର୍ଶୀ ଆକାଶ ପର୍ଯ୍ୟନ୍ତ ପହଞ୍ଚେ।
5 ପରମେଶ୍ୱର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦେଖାଅ।
ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
6 ହେ ପରମେଶ୍ୱର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିୟତମଗଣ ରକ୍ଷାପାଇବେ।
ମୋ’ ପ୍ରାର୍ଥନାର ଉତ୍ତର ଦିଅ।
ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ୟବହାର କର।
7 ପରମେଶ୍ୱର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ,
“ମୁଁ ଯୁଦ୍ଧରେ ଜିତିବି ଏବଂ ଏହି ଜୟଲାଭରେ ଆନନ୍ଦିତ ହେବି।
ଏବଂ ଏହି ଦେଶକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବି।
ମୁଁ ଶିଖିମ୍କୁ ସେମାନଙ୍କୁ ଦେବି।
ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେବି।
8 ଗିଲିୟଦ୍ ମୋର, ମନଃଶି ମୋର, ଇଫ୍ରୟିମ ମୋର ଶିରସ୍ତ୍ରାଣ, ଯିହୁଦା ମୋର ରାଜଦଣ୍ଡ ସ୍ୱରୂପ।
ମୋୟାବ ମୋର ପାଦର ପ୍ରକ୍ଷାଳନପାତ୍ର।
ଇଦୋମ୍ ମୋର ପାଦୁକା ବହିବ।
9 ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି
ଏବଂ ଜୟଧ୍ୱନି କରିବି।”
10 କିଏ ମୋତେ ଶତ୍ରୁମାନଙ୍କ ଦୁର୍ଗକୁ ନେଇଯିବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ?
11 କିଏ ମୋତେ ସେହି ସକଳ ସହରକୁ ନେବ?
କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? ତୁମ୍ଭେ ନୁହଁ କି, ପରମେଶ୍ୱର? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ୟାଗ କଲ।
ତୁମ୍ଭେ ଆମ୍ଭ ସୈନ୍ୟମାନଙ୍କ ସହିତ ଆଉ ଯାଉ ନାହଁ।
12 ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର।
ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ।
13 କେବଳ ପରମେଶ୍ୱର ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
ପରମେଶ୍ୱର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।
ଶାଉଲ ତାଙ୍କ ବାପାଙ୍କ ଗଧର ଯତ୍ନ ନେଲେ
9 ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା। 2 କୀଶ୍ଙ୍କର ପୁଅଙ୍କର ନାମ ଶାଉଲ। ଶାଉଲ ଜଣେ ସୁନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟଙ୍କ ମଧ୍ୟରେ ସୁନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଅଧିକ ଉଚ୍ଚ ଥିଲେ।
3 ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ୍ ଶାଉଲକୁ କହିଲେ, “ତୁମ୍ଭେ ଗ୍ଭକରମାନଙ୍କ ମଧ୍ୟରୁ ଜଣକୁ ନେଇ ଗଧମାନଙ୍କର ସନ୍ଧାନ ନିଅ।” 4 ଶାଉଲ ଗଧମାନଙ୍କୁ ଖୋଜିବା ପାଇଁ ଗଲେ। ସେ ଇଫ୍ରୟିମ ପର୍ବତ ଅଞ୍ଚଳ ଦେଇ ଗଲେ, ତା'ପରେ ଶାଲିଶା ପ୍ରଦେଶ ଦେଇ ଗଲେ। କିନ୍ତୁ ସେ ଦୁହେଁ ନିରାଶ ହେଲେ। ତେଣୁ ସେମାନେ ଶାଲୀମ୍ ପ୍ରଦେଶ ଦେଇ ଗଲେ ସେଠାରୁ ନିରାଶ ହେବାରୁ ବିନ୍ୟାମୀନଙ୍କ ପ୍ରବେଶ ଦେଇଗଲେ। ସେଠାରେ ମଧ୍ୟ ନିରାଶ ହେଲେ।
5 ଶେଷରେ ସେମାନେ ସୂଫ ସହରକୁ ଆସିଲେ। ତା'ପରେ ଶାଉଲ ତାଙ୍କର ଗ୍ଭକରକୁ କହିଲେ, “ଗ୍ଭଲ! ଆମ୍ଭେ ଫେରିଯିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତ୍ତେ ଆମ୍ଭମାନଙ୍କ ପାଇଁ ବ୍ୟସ୍ତ ହେଉଥିବେ।”
6 ଗ୍ଭକର କହିଲା, “ଏ ସହରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ୟଦ୍ବାଣୀ ସତ ହୁଏ। ଗ୍ଭଲ, ସେଠାକୁ ଯିବା, ପରମେଶ୍ୱରଙ୍କ ଲୋକ ଆମ୍ଭକୁ ଗଧମାନଙ୍କର ସନ୍ଧାନ ଦେଇପାରନ୍ତି।”
7 ତା'ପରେ ଶାଉଲ ଗ୍ଭକରକୁ କହିଲେ, “ଆମ୍ଭେ ନିଶ୍ଚୟ ସହରକୁ ଯିବା, କିନ୍ତୁ ଆମ୍ଭେମାନେ ତାଙ୍କୁ କ’ଣ ଉପହାର ଦେବା। ବର୍ତ୍ତମାନ ଏପରିକି ଆମ୍ଭ ଖାଦ୍ୟ ମୁଣାରୁ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ’ଣ ଦେବା।”
8 ପୁନ୍ନରାୟ ଗ୍ଭକର କହିଲା, “ଦେଖ, ମୋ’ ପାଖରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି। ଆସ ପଇସାକୁ ଆମ୍ଭେ ପରମେଶ୍ୱରଙ୍କର ଲୋକମାନଙ୍କୁ ଦେବା। ତା'ପରେ ତାଙ୍କ କଥା ଅନୁସାରେ ଆମ୍ଭେ ସେ ସ୍ଥାନକୁ ଯିବା।”
9-11 ଶାଉଲ ଗ୍ଭକରକୁ କହିଲେ, “ଏହା ଏକ ଉତ୍ତମ ବୁଦ୍ଧି। ଗ୍ଭଲ ଯିବା,” ତା'ପରେ ସେମାନେ ପରମେଶ୍ୱରଙ୍କ ଲୋକଙ୍କ ନଗରକୁ ଯାତ୍ରା ଆରମ୍ଭ କଲେ।
ଶାଉଲ ଏବଂ ଗ୍ଭକର ପାର୍ବତ୍ୟାଞ୍ଚଳ ଦେଇ ଯାତ୍ରା କଲେ। ସେମାନେ ଯିବା ରାସ୍ତାରେ କେତେକ ଯୁବତୀଙ୍କୁ ଦେଖିଲେ। ଯୁବତୀମାନେ ପାଣି ନେବା ପାଇଁ ଆସିଥିଲେ। ଶାଉଲ ଓ ତାଙ୍କ ଗ୍ଭକର ଯୁବତୀମାନଙ୍କୁ ପଗ୍ଭରିଲେ, “ଧର୍ମାତ୍ମା ଏଠାରେ ଅବସ୍ଥାନ କରୁଛନ୍ତି କି?” (ଅତୀତରେ ଇସ୍ରାଏଲୀୟମାନେ ଭବିଷ୍ୟଦ୍ବକ୍ତାଙ୍କୁ “ଧର୍ମାତ୍ମା” କହୁଥିଲେ। ଯଦି ସେମାନେ ପରମେଶ୍ୱରଙ୍କଠାରୁ କିଛି ମାଗିବା ପାଇଁ ଗ୍ଭହୁଁଥିଲେ, ସେମାନେ କହିଲେ, “ଆସ ଧର୍ମାତ୍ମା ନିକଟକୁ ଯିବା।”)
12 ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି। 13 ତୁମ୍ଭେମାନେ ସହର ଭିତରକୁ ଯାଅ, ତାଙ୍କୁ ପାଇଯିବ। ଯଦି ତୁମ୍ଭେ ଚଞ୍ଚଳ ଯିବ, ତେବେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନରେ ଭୋଜନ ପୂର୍ବରୁ ସାକ୍ଷାତ କରି ପାରିବ। ସେଠାରେ ସେ ନୈବେଦ୍ୟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହୁଅ ତାଙ୍କୁ ପାଇ ପାରିବ।”
14 ଶାଉଲ ଏବଂ ତାଙ୍କ ଗ୍ଭକର ଆଗକୁ ଗ୍ଭଲିଲେ। ସେମାନେ ସହରରେ ପହଞ୍ଚିବା ମାତ୍ରେ ଦେଖିଲେ ଶାମୁୟେଲ ଠିକ୍ ସେ ସମୟରେ ସହରରୁ ଉପାସନା ସ୍ଥାନକୁ ଆସୁଛନ୍ତି।
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି
(ମାଥିଉ 12:22-30; ମାର୍କ 3:20-27)
14 ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। 15 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆଲ୍ଜିବୂଲ୍ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।
16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ। 17 କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ। 18 ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। 19 କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। 20 ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।
21 “ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା'ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ। 22 କିନ୍ତୁ, ଯେତେବେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।
23 “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି।
ଶୂନ୍ୟ ମଣିଷ
(ମାଥିଉ 12:43-45)
24 “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’ 25 ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି। 26 ତା'ପରେ ସେ ଯାଇ ତା'ଠାରୁ ଆହୁରି ଅଧିକ ଦୁଷ୍ଟ ସାତ ଜଣ ଭୂତଙ୍କୁ ଡାକିଆଣେ, ସେମାନେ ସମସ୍ତେ ସେହି ମଣିଷ ମଧ୍ୟରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସେହି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ପଡ଼େ।”
ଏହି ଲୋକମାନେ ପ୍ରକୃତରେ ସୁଖୀ
27 ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ଼ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡ଼ି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, “ଧନ୍ୟ ତୁମ୍ଭର ମା। କାରଣ ସେ ତୁମ୍ଭକୁ ଜନ୍ମ ଦେଇଛନ୍ତି ଓ କ୍ଷୀରପାନ କରାଇଛନ୍ତି।”
28 କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।”
2010 by World Bible Translation Center