Revised Common Lectionary (Semicontinuous)
ଦାଉଦଙ୍କ ପ୍ରଶଂସାପୂର୍ଣ୍ଣ ଏକ ଗୀତ।
108 ହେ ପରମେଶ୍ୱର,
ମୁଁ ଗୀତ ଗାନ ଓ ପ୍ରଶଂସା କରିବି,
ମୋର ପ୍ରାଣ ଜାଗ୍ରତ ହୁଅ।
2 ଜାଗ୍ରତ ହୁଅ! ହେ ମୋର ପ୍ରାଣ, ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
3 ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସା ଗାନ କରିବି।
4 ସଦାପ୍ରଭୁ, ତୁମ୍ଭର ପ୍ରେମ ଆକାଶଠାରୁ ମହତ୍।
ତୁମ୍ଭର ବିଶ୍ୱାସନୀୟତା ଗଗନସ୍ପର୍ଶୀ ଆକାଶ ପର୍ଯ୍ୟନ୍ତ ପହଞ୍ଚେ।
5 ପରମେଶ୍ୱର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦେଖାଅ।
ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
6 ହେ ପରମେଶ୍ୱର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିୟତମଗଣ ରକ୍ଷାପାଇବେ।
ମୋ’ ପ୍ରାର୍ଥନାର ଉତ୍ତର ଦିଅ।
ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ୟବହାର କର।
7 ପରମେଶ୍ୱର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ,
“ମୁଁ ଯୁଦ୍ଧରେ ଜିତିବି ଏବଂ ଏହି ଜୟଲାଭରେ ଆନନ୍ଦିତ ହେବି।
ଏବଂ ଏହି ଦେଶକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବି।
ମୁଁ ଶିଖିମ୍କୁ ସେମାନଙ୍କୁ ଦେବି।
ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେବି।
8 ଗିଲିୟଦ୍ ମୋର, ମନଃଶି ମୋର, ଇଫ୍ରୟିମ ମୋର ଶିରସ୍ତ୍ରାଣ, ଯିହୁଦା ମୋର ରାଜଦଣ୍ଡ ସ୍ୱରୂପ।
ମୋୟାବ ମୋର ପାଦର ପ୍ରକ୍ଷାଳନପାତ୍ର।
ଇଦୋମ୍ ମୋର ପାଦୁକା ବହିବ।
9 ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି
ଏବଂ ଜୟଧ୍ୱନି କରିବି।”
10 କିଏ ମୋତେ ଶତ୍ରୁମାନଙ୍କ ଦୁର୍ଗକୁ ନେଇଯିବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ?
11 କିଏ ମୋତେ ସେହି ସକଳ ସହରକୁ ନେବ?
କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? ତୁମ୍ଭେ ନୁହଁ କି, ପରମେଶ୍ୱର? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ୟାଗ କଲ।
ତୁମ୍ଭେ ଆମ୍ଭ ସୈନ୍ୟମାନଙ୍କ ସହିତ ଆଉ ଯାଉ ନାହଁ।
12 ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର।
ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ।
13 କେବଳ ପରମେଶ୍ୱର ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
ପରମେଶ୍ୱର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।
3 ତା'ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।”
4 ଇସ୍ରାଏଲୀୟମାନେ ସେମାନଙ୍କର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେମାନେ କେବଳ ସଦାପ୍ରଭୁଙ୍କର ସେବା କଲେ।
5 ଶାମୁୟେଲ କହିଲେ, “ଇସ୍ରାଏଲୀୟମାନେ ତୁମ୍ଭେମାନେ ସମସ୍ତେ ମିସ୍ପୀରେ ମିଳିତ ହୁଅ। ମୁଁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।”
6 ଇସ୍ରାଏଲୀୟମାନେ ମିସ୍ପୀରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗରେ ତାହା ଢାଳିଲେ। ସେମାନେ ସେହି ଦିନ ଉପବାସ ପାଳନ କଲେ। ସେମାନେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।” ଶାମୁୟେଲ ମିସ୍ପୀରେ ଇସ୍ରାଏଲୀୟମାନଙ୍କର ବିଗ୍ଭର କଲେ।
7 ପଲେଷ୍ଟୀୟମାନେ ଶୁଣିଲେ ଯେ ଇସ୍ରାଏଲୀୟମାନେ ମିସ୍ପୀରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇସ୍ରାଏଲୀୟମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଯେତେବେଳେ ଇସ୍ରାଏଲୀୟମାନେ ଏହା ଶୁଣିଲେ, ସେମାନେ ଭୟ କଲେ। 8 ଇସ୍ରାଏଲୀୟମାନେ ଶାମୁୟେଲଙ୍କୁ କହିଲେ, “ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରୁ ଆମକୁ ରକ୍ଷା କରିବାକୁ ପରମେଶ୍ୱରଙ୍କୁ ଗୁହାରି କର।”
9 ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ। 10 ଶାମୁୟେଲ ନୈବେଦ୍ୟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ଯୁଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗରେ ଖୁବ୍ ଜୋର୍ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ୱନ୍ଦରେ ପଡ଼ିଗଲେ, ସେଥିପାଇଁ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେ। 11 ଇସ୍ରାଏଲୀୟମାନେ ମିସ୍ପୀରୁ ପଲେଷ୍ଟୀୟଙ୍କୁ ଅନୁଧାବନ କଲେ। ସେମାନେ ବୈଥ୍-କର ପର୍ଯ୍ୟନ୍ତ ସେମାନଙ୍କୁ ଅନୁଧାବନ କଲେ। ସେମାନେ ପଲେଷ୍ଟୀୟ ସୈନ୍ୟମାନଙ୍କୁ ସେହି ରାସ୍ତାରେ ହତ୍ୟା କଲେ।
ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା
12 ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମିସ୍ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।”
13 ପଲେଷ୍ଟୀୟମାନେ ପରାସ୍ତ ହେଲେ। ସେମାନେ ପୁଣି ଇସ୍ରାଏଲରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳରେ ପଲେଷ୍ଟୀୟଙ୍କ ବିରୁଦ୍ଧରେ ଗଲେ। 14 ପଲେଷ୍ଟୀୟମାନେ ଇସ୍ରାଏଲର ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସହର ଛଡ଼ାଇ ନେଇଥିଲେ? କିନ୍ତୁ ଇସ୍ରାଏଲୀୟମାନେ ସେହି ସହରଗୁଡ଼ିକୁ ଫେରାଇ ନେଲେ।
ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା।
15 ଶାମୁୟେଲ ତାଙ୍କର ଜୀବନସାରା ଇସ୍ରାଏଲର ନେତୃତ୍ୱ ନେଲେ।
ଏକ ହଜାର ବର୍ଷ
20 ତା'ପରେ ମୁଁ ସ୍ୱର୍ଗରୁ ଜଣେ ସ୍ୱର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖରେ ପାତାଳର ଅତଳ ଗହ୍ୱରର ଗ୍ଭବି ଥିଲା। ତାହାଙ୍କ ହାତରେ ଗୋଟିଏ ବଡ଼ ଶିକୁଳି ଥିଲା। 2 ସ୍ୱର୍ଗଦୂତ ସେହି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସେହି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ଯ୍ୟନ୍ତ ଶିକୁଳିରେ ବାନ୍ଧି ଦେଲେ। 3 ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ।
4 ତା'ପରେ ମୁଁ କେତୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ। 5 (ଅବଶିଷ୍ଟ ମୃତ ଲୋକମାନେ ଏକହଜାର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବଞ୍ଚି ଉଠିଲେ ନାହିଁ।)
ଏହା ହିଁ ପ୍ରଥମ ପୁନରୁତ୍ଥାନ। 6 ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର। ଏମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି କ୍ଷମତା ନାହିଁ। ସେହି ଲୋକମାନେ ପରମେଶ୍ୱରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହେବେ। ସେମାନେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କରିବେ।
2010 by World Bible Translation Center