Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 8:4-11

ତେଣୁ ସମସ୍ତ ବୟସ୍କ ନେତୃବୃନ୍ଦ ଏକାଠି ହୋଇ ଶାମୁୟେଲଙ୍କୁ ସାକ୍ଷାତ କରିବାକୁ ରାମା ଯାତ୍ରା କଲେ। ଇସ୍ରାଏଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ହୋଇଯାଇଛ ଏବଂ ତୁମ୍ଭର ପୁଅମାନେ ତୁମ୍ଭପରି ଜୀବନଯାପନ କରୁ ନାହାନ୍ତି। ତେଣୁ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।”

ତେଣୁ ବୟସ୍କ ଭଦ୍ରବ୍ୟକ୍ତିମାନେ ନେତୃତ୍ୱ ପାଇଁ ଜଣେ ରାଜା ଗ୍ଭହିଁଲେ। ଶାମୁୟେଲ ଏହାକୁ ଏକ ଭୁଲ୍ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମୁୟେଲ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଲୋକମାନଙ୍କ ମତ ଅନୁସାରେ କାର୍ଯ୍ୟ କର। ସେମାନେ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି। ସେମାନେ ମୋତେ ସେମାନଙ୍କର ରାଜା ରୂପେ ପ୍ରତ୍ୟାଖାନ କରିଛନ୍ତି। ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ଯ୍ୟନ୍ତ ତାହା ଦୋହରାଉଛନ୍ତି। ସେମାନେ ମୋତେ ପରିତ୍ୟାଗ କଲେ ଓ ମୋ’ ବଦଳରେ ଅନ୍ୟ ଦେବତାମାନଙ୍କର ସେବା କଲେ। ସେଥିପାଇଁ ସେମାନେ ତୁମ୍ଭ ସହିତ ଏପରି ବ୍ୟବହାର କରୁଛନ୍ତି। ତେଣୁ ଲୋକମାନଙ୍କ କଥା ଶୁଣ ଏବଂ ସେମାନଙ୍କ କଥା ଅନୁସାରେ କାର୍ଯ୍ୟ କର। କିନ୍ତୁ ସେମାନଙ୍କୁ ସତର୍କ କରାଇଦିଅ ଯେ, ସେମାନଙ୍କ ପାଇଁ ରାଜା କ’ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।”

10 ଯେଉଁ ଲୋକମାନେ ରାଜା ଗ୍ଭହୁଁଥିଲେ, ଶାମୁୟେଲ ସେମାନଙ୍କୁ ସଦାପ୍ରଭୁଙ୍କ ବାଣୀ ଶୁଣାଇଲେ। 11 ଶାମୁୟେଲ କହିଲେ, “ତୁମ୍ଭ ଉପରେ ଯିଏ ରାଜତ୍ୱ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତୁମ୍ଭ ପୁତ୍ରମାନଙ୍କୁ ତା'ର ସେବା କରିବା ପାଇଁ ଓ ସୈନ୍ୟବାହିନୀର ସେବା କରିବା ପାଇଁ ବାଧ୍ୟ କରିବ। ସେମାନେ ଯୁଦ୍ଧରେ ସେନାବାହିନୀର ଯୋଦ୍ଧା ଓ ରଥାରୋହୀ ହେବେ। ତୁମ୍ଭ ପୁତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡ଼ିବେ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 8:12-15

12 “ଜଣେ ରାଜା ସୈନିକ ହେବା ପାଇଁ ତୁମ୍ଭ ପୁଅମାନଙ୍କୁ ଆଦେଶ ଦେବ। ସେ କେତେକଙ୍କୁ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ୍ ଜଣ ଲୋକ ମଧ୍ୟରେ ଅଧିକାରୀ ରୂପେ ନିଯୁକ୍ତ କରିବ।

“ସେ ତୁମ୍ଭ ପୁଅମାନଙ୍କୁ ହଳ କରିବାକୁ, ଯୁଦ୍ଧାସ୍ତ୍ର ତିଆରି କରିବାକୁ ଏବଂ ଆପଣା ରଥ ସାଜସଜ୍ଜା ତିଆରି କରିବା ପାଇଁ ବାଧ୍ୟ କରିବ।

13 “ଆଉ ସେ ତୁମ୍ଭମାନଙ୍କ ଝିଅମାନଙ୍କୁ ନେଇ ସୁବାସିତ ଅତର ତିଆରି କରିବାକୁ କହିବ। ସେ ମଧ୍ୟ ତୁମ୍ଭର ଝିଅମାନଙ୍କୁ ତା’ ପାଇଁ ରୋଷେଇ କାର୍ଯ୍ୟରେ ଓ ସେକିବା କାର୍ଯ୍ୟ କରିବା ପାଇଁ ବାଧ୍ୟ କରିବ।

14 “ସେ ତୁମ୍ଭଠାରୁ ନେଇଥିବା ଶସ୍ୟକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ମଧ୍ୟରୁ ଉତ୍ତମ କ୍ଷେତ୍ରକୁ ନେଇ ତା'ର ଅଧିକାରୀମାନଙ୍କୁ ବାଣ୍ଟିବେ। 15 ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନେଇ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦେବ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 8:16-20

16 “ରାଜା ତୁମ୍ଭର ପୁରୁଷ ଓ ନାରୀ ଗ୍ଭକରମାନଙ୍କୁ ନେଇଯିବେ। ସେ ତୁମ୍ଭର ଉତ୍ତମ ଗୋରୁଗାଈ[a] ଓ ଗଧମାନଙ୍କୁ ନେଇଯିବେ ଏବଂ ସେମାନଙ୍କୁ ନିଜ କାର୍ଯ୍ୟରେ ବିନିଯୋଗ କରିବେ। 17 ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନେଇଯିବେ।

“ଏବଂ ତୁମ୍ଭେମାନେ ରାଜାଙ୍କର କ୍ରୀତଦାସ ହୋଇ ରହିବ। 18 ଦିନ ଆସିବ ଯେତେବେଳେ ତୁମ୍ଭେ ବାଛିଥିବା ରାଜାଙ୍କୁ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦେବେ ନାହିଁ।”

19 କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକୁ ଭୃକ୍ଷେପ କଲେ ନାହିଁ। ସେମାନେ କହିଲେ, “ନା, ଆମ୍ଭକୁ ଶାସନ କରିବା ପାଇଁ ରାଜା ଦରକାର। 20 ତା'ପରେ ଆମ୍ଭେ ଅନ୍ୟ ଦେଶସହ ସମକକ୍ଷ ହୋଇ ପାରିବୁ। ଆମ୍ଭର ରାଜା ଆମ୍ଭର ନେତୃତ୍ୱ ନେବେ। ସେ ଆମ୍ଭମାନଙ୍କୁ ଯୁଦ୍ଧକୁ କଡ଼େଇ ନେବେ ଏବଂ ଆମ୍ଭର ଯୁଦ୍ଧ ପରିଗ୍ଭଳନା କରିବେ।”

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 11:14-15

14 ତା'ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ ଗି‌ଲ୍‌ଗ‌ଲ୍‌କୁ ଯିବା, ସେଠାରେ ଶାଉଲଙ୍କୁ ପୁନର୍ବାର ରାଜାରୂପେ ଅଭିଷିକ୍ତ କରିବା।”

15 ତା'ପରେ ସମସ୍ତେ ଗି‌ଲ୍‌ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।

ଗୀତସଂହିତା 138

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13-5:1

13 ଶାସ୍ତ୍ରରେ ଲେଖାଅଛି: “ମୁଁ ବିଶ୍ୱାସ କଲି, ଏଣୁ ସ୍ପଷ୍ଟ କହିଲି।”(A) ଆମ୍ଭର ବିଶ୍ୱାସ ମଧ୍ୟ ସେହିଭଳି ଅଟେ। ଆମ୍ଭେ ବିଶ୍ୱାସ କରୁ, ସେଥିପାଇଁ ଆମ୍ଭେ କହୁ। 14 କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ପୁନରୁ‌ତ୍‌‌ଥିତ କଲେ, ସେ ଆମ୍ଭକୁ ମଧ୍ୟ ଯୀଶୁଙ୍କ ସହ ପୁନରୁ‌ତ୍‌‌ଥିତ କରିବେ। 15 ସେ ଆମ୍ଭକୁ ମଧ୍ୟ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହା ଦ୍ୱାରା ଅନେକ ଲୋକ ଯେପରି ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ୱରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ୟବାଦ ଅର୍ପଣ କରାଯିବ।

ବିଶ୍ୱାସରେ ଜୀବନ କାଟିବା

16 ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। 17 ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ।

ମାର୍କ ଲିଖିତ ସୁସମାଗ୍ଭର 3:20-35

ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ

(ମାଥିଉ 12:22-32; ଲୂକ 11:14-23; 12:10)

20 ତା'ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ। 21 ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

22 ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବା‌ଲ୍‌ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”

23 ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” 24 ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ। 25 ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ। 26 ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।

27 “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା'ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା'ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ।

28 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ। 29 କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।”

30 ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।

ଯୀଶୁଙ୍କ ଅନୁସରଣକାରୀମାନେ, ତାହାଙ୍କର ପ୍ରକୃତ ପରିବାର

(ମାଥିଉ 12:46-50; ଲୂକ 8:19-21)

31 ତା'ପରେ ଯୀଶୁଙ୍କ ମା ଓ ଭାଇମାନେ ସେଠାକୁ ଆସିଲେ। ସେମାନେ ବାହାରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠେଇଲେ। 32 ସେତେବେଳେ ଯୀଶୁଙ୍କ ଗ୍ଭରିପଟେ ଲୋକମାନେ ଘରେ ବସିଥିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭ ମା ଓ ଭାଇମାନେ ତୁମ୍ଭକୁ ବାହାରେ ଅପେକ୍ଷା କରିଛନ୍ତି।”

33 ଯୀଶୁ ପଗ୍ଭରିଲେ, “କିଏ ମୋର ମା? କେଉଁମାନେ ମୋର ଭାଇ?” 34 ତା'ପରେ ଯୀଶୁ ତାହାଙ୍କ ଗ୍ଭରି ପାଖରେ ବସିଥିବା ଲୋକମାନଙ୍କ ଆଡ଼େ ଗ୍ଭହିଁଲେ। ସେ କହିଲେ, “ଏ ଲୋକମାନେ ମୋର ମା ଓ ଭାଇ। 35 ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center