Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 99

99 ସଦାପ୍ରଭୁଙ୍କ ଆଗରେ ଗାନ କର।
    ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
    ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
ସଦାପ୍ରଭୁ ସିୟୋନରେ ମହାନ
    ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
    ଓ ଭୟ କରନ୍ତୁ,
    ଏହା ପବିତ୍ର ଅଟେ।
ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
    ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
    ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
    ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
    ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
    ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
    ସେମାନେ ତାଙ୍କର ଆଦେଶ ମାନିଲେ
    ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
    ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
    ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
    ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
    ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 2:22-36

ଏଲି ଦୁଷ୍ଟ ପୁତ୍ରମାନଙ୍କୁ ଶାସନ କରିବାରେ ବିଫଳ ହେଲେ

22 ଏଲି ଅତି ବୃଦ୍ଧ ହେଲେ। ପୁଣି ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲକୁ ଯାହା ଯାହା କଲେ ଓ ଯିଏ କି ସମାଗମ-ତମ୍ବୁର ପ୍ରବେଶ ନିକଟରେ ସେବା କାରୀଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ତାଙ୍କ ଦ୍ୱାରା ଶୁଣା ହେଲା।

23 ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣିଅଛି। 24 ନାହିଁ, ନାହିଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ଭଲ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ। 25 ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତୁ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?”

ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।

26 କିନ୍ତୁ ବାଳକ ଶାମୁୟେଲ କ୍ରମେ କ୍ରମେ ବଡ଼ ହେଲା ଆଉ ପରମେଶ୍ୱରଙ୍କର ଓ ଲୋକମାନଙ୍କର ଅନୁଗ୍ରହ ପାତ୍ର ହେଲା।

ଏଲିଙ୍କ ପରିବାର ବିଷୟରେ ଭୟଙ୍କର ଭବିଷ୍ୟ‌ଦ୍‌ବାଣୀ

27 ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି। 28 ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ। 29 ତେବେ ତୁମ୍ଭେମାନେ କାହିଁକି ମୋର ନୈବେଦ୍ୟ ଓ ବଳିଦାନକୁ ପରିତ୍ୟାଗ କରୁଛ ଯାହାକି ମୋ’ ମନ୍ଦିରରେ ଉତ୍ସର୍ଗ କରାଯିବ ବୋଲି ମୁଁ ଆଜ୍ଞା ଦେଇଅଛି? ପୁଣି କାହିଁକି ତୁମ୍ଭର ପୁତ୍ରଗଣଙ୍କୁ ମୋ'ଠାରୁ ଅଧିକ ସମ୍ମାନ ଦେଉଛ, ଇସ୍ରାଏଲୀୟମାନେ ମୋ’ ସକାଶେ ଉତ୍ସର୍ଗ କରୁଥିବା ବଳିର ଅଂଶ ଓ ମେଦ କାହିଁକି ତୁମ୍ଭ ନିଜ ପାଇଁ ନେଉଛ?’

30 “ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ। 31 ସମୟ ଆସୁଅଛି, ଯେତେବେଳେ ମୁଁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସେହି ଦିନ ଆସୁଅଛି, ତହିଁରେ ତୁମ୍ଭ ବଂଶରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ। 32 ପୁଣି ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହରେ ଦୁଃଖ ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବେ ନାହିଁ। 33 ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କୁ ଆପଣା ଯଜ୍ଞବେଦିରୁ ଆସୁଥିବା ମୁଁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୋର ଯଜ୍ଞବେଦିରେ ସେବା କରିବ। ସେମାନେ ତୁମ୍ଭର ପରିବାର ଧ୍ୱଂସ ପାଇଁ କାନ୍ଦୁଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସେମାନଙ୍କର ଯୌବନାବସ୍ଥାରେ ମରିବେ। 34 ପୁଣି ତୁମ୍ଭର ଦୁଇପୁତ୍ର ହ‌ଫ୍‌ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ। 35 ପୁଣି ମୁଁ ମୋ’ ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବି ଯିଏ ମୋ’ ମନ ଓ ମୋ’ ହୃଦୟ ଅନୁସାରେ କର୍ମ କରିବ। ଆଉ ମୁଁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମୋର ମନୋନୀତ ରାଜାଙ୍କ ସମ୍ମୁଖରେ ସର୍ବଦା ସେବା କରିବ। 36 ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, “ଦୟାକରି ମୋତେ ଯାଜକ ଭାବରେ କିଛି କାମ ଦିଅନ୍ତୁ, ଯାହା ଫଳରେ ମୁଁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।”’”

ଯୋହନ ଲିଖିତ ସୁସମାଗ୍ଭର 5:1-18

ପୋଖରୀ ପାଖରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ

ଏହା ପରେ ଯୀଶୁ ଯିହୂଦୀମାନଙ୍କର ଗୋଟିଏ ବିଶେଷ ପର୍ବ ଥିବାରୁ ସେ ଯିରୁଶାଲମକୁ ଗଲେ। ଯିରୁଶାଲମରେ ପାଞ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷାରେ ଏହାକୁ ବେ‌‌ଥ୍‌‌ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା। ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପ ଗୁଡ଼ିକରେ ପଡ଼ି ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଛୋଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ। [a] ଏହାର କାରଣ, ଜଣେ ସ୍ୱର୍ଗଦୂତ ବେଳେବେଳ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତେବେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହୋଇ ଯାଉଥିଲା। ସେଠାରେ ଜଣେ ଲୋକ ପଡ଼ିରହିଥିଲା, ସେ ବିଗତ 38 ବର୍ଷଧରି ରୋଗଗ୍ରସ୍ତ ଥିଲା। ଯୀଶୁ ସେହି ଲୋକକୁ ସେଠାରେ ପଡ଼ି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗରେ ପଡ଼ିଛି। ତେଣୁ ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭେ କ'ଣ ସୁସ୍ଥ ହେବାକୁ ଗ୍ଭହଁ?”

ସେ ରୋଗୀଟି ଉତ୍ତର ଦେଲା, “ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ଯିବାରେ ସାହାଯ୍ୟ କରିବା ପାଇଁ ମୋର କେହି ଲୋକ ନାହାନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଚେଷ୍ଟା କଲାବେଳେ ଅନ୍ୟ ଜଣେ ମୋ’ ପୂର୍ବରୁ ପାଣି ଭିତରକୁ ଗ୍ଭଲିଯାଆନ୍ତି।”

ତା'ପରେ ଯୀଶୁ କହିଲେ, “ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଗ୍ଭଲ।” ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା’ ବିଛଣା ଉଠେଇ ଗ୍ଭଲିବାକୁ ଆରମ୍ଭ କଲା।

ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା। 10 ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।”

11 କିନ୍ତୁ ଲୋକଟି କହିଲା, “ମୋତେ ଯିଏ ସୁସ୍ଥ କଲେ, ସେ ମୋତେ କହିଲେ ‘ତୁମ୍ଭର ବିଛଣା ନିଅ ଓ ଗ୍ଭଲ।’”

12 ଯିହୂଦୀମାନେ ସେ ଲୋକକୁ ପଗ୍ଭରିଲେ, “ଯିଏ ତୁମ୍ଭକୁ ଆଜି ବିଛଣା ଉଠେଇ ଗ୍ଭଲିବାକୁ କହିଲା, ସେ କିଏ?”

13 କିନ୍ତୁ ସୁସ୍ଥ ହୋଇଥିବା ଲୋକଟି, ସେ ବ୍ୟକ୍ତିଟି କିଏ ତାହା ଜାଣି ନ ଥିଲା। ସେହି ଜାଗାରେ ବହୁତ ଲୋକଥିଲେ ଓ ଯୀଶୁ ସେଠାରୁ ଗ୍ଭଲି ଯାଇଥିଲେ।

14 ପରେ ଯୀଶୁ ସେହି ଲୋକକୁ ମନ୍ଦିର ପରିସରରେ ଦେଖିଲେ। ସେ ତାକୁ କହିଲେ, “ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହୋଇ ଯାଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତେବେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହୋଇପାରେ।”

15 ତା'ପରେ ଲୋକଟି ସେହି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସେମାନଙ୍କୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।

16 ଯୀଶୁ ବିଶ୍ରାମବାରରେ ଏହିସବୁ (ସୁସ୍ଥ) କାର୍ଯ୍ୟ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ। 17 କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, “ମୋର ପିତା ସର୍ବଦା କାର୍ଯ୍ୟରତ, ଅତଏବ ମୁଁ ମଧ୍ୟ କାର୍ଯ୍ୟ କରେ।”

18 ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, “ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା'ପରେ ସେ ପରମେଶ୍ୱରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ କଲେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center