Revised Common Lectionary (Semicontinuous)
99 ସଦାପ୍ରଭୁଙ୍କ ଆଗରେ ଗାନ କର।
ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
2 ସଦାପ୍ରଭୁ ସିୟୋନରେ ମହାନ
ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
3 ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
ଓ ଭୟ କରନ୍ତୁ,
ଏହା ପବିତ୍ର ଅଟେ।
4 ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
5 ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6 ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
7 ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
ସେମାନେ ତାଙ୍କର ଆଦେଶ ମାନିଲେ
ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
9 ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।
18 ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ। 19 ଆହୁରି ମଧ୍ୟ ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମୁୟେଲ ପାଇଁ ଗୋଟିଏ ସାନ ବସ୍ତ୍ର ବନାଇଥିବା, ତାହା ସେ ତାଙ୍କ ପାଖକୁ ଆଣିବ।
20 ପୁଣି ଏଲି ଇଲ୍କାନାକୁ ଓ ତା'ର ସ୍ତ୍ରୀକୁ ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପୁତ୍ର ପ୍ରାର୍ଥନା କରୁଥିବା ସ୍ଥାନକୁ ନିଆ ହେଉ ଏବଂ ତା'ପରେ ସଦାପ୍ରଭୁଙ୍କୁ ଦେଲେ।”
ଏହା ପରେ ସେମାନେ ଆପଣା ଗୃହକୁ ଫେରିଗଲେ। 21 ପୁଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲା। ଏଥି ମଧ୍ୟରେ ବାଳକ ଶାମୁୟେଲ ସଦାପ୍ରଭୁଙ୍କ ଉପସ୍ଥିତିରେ ବଢ଼ିଲା।
ଯିରୁଶାଲମରେ ସଭା
15 କେତେକ ଲୋକ ଯିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସେମାନେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, “ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇ ପାରିବ ନାହିଁ।” 2 ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା।
3 ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ। 4 ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ଯିରୁଶାଲମରେ ପହଞ୍ଚିଲେ। ପ୍ରେରିତ, ପ୍ରାଚୀନ ଓ ଅନ୍ୟ ବିଶ୍ୱାସୀମାନେ ସେଠାରେ ସେମାନଙ୍କୁ ସ୍ୱାଗତ କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାସବୁ କରିଥିଲେ, ସେ ସବୁକଥା ସେମାନେ କହିଲେ। 5 କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, “ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ।”
ଅଣଯିହୂଦୀ ବିଶ୍ୱାସୀମାନଙ୍କୁ ପତ୍ର
22 ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ। 23 ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ:
ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ
ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର।
24 ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି। 25 ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହୋଇ କେତେକ ଲୋକଙ୍କୁ ବାଛିଛୁ। ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ। 26 ବର୍ଣ୍ଣବ୍ବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି। 27 ସେଥିପାଇଁ ଆମ୍ଭେ ଯିହୂଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ୟ ଏହିସବୁ କଥା କହିବେ। 28 ପବିତ୍ରଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚିତ୍ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ। ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟ ଗୁଡ଼ିକ ତୁମ୍ଭେମାନେ କରିବ:
29 ତୁମ୍ଭେମାନେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ।
ତୁମ୍ଭେମାନେ ରକ୍ତ ଖାଇବ ନାହିଁ। ତଣ୍ଟି ଚିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭେମାନେ ଖାଇବ ନାହିଁ।
ତୁମ୍ଭେମାନେ ଯୌନ ପାପସବୁ କରିବ ନାହିଁ।
ଯଦି ତୁମ୍ଭେମାନେ ଏସବୁ ଜିନିଷଠାରୁ ନିଜକୁ ଅଲଗା ରଖିବ, ତେବେ ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ।
ବିଦାୟ।
30 ତା'ପରେ ବର୍ଣ୍ଣବ୍ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ। 31 ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା। 32 ଯିହୂଦା ଓ ଶୀଲା ଦୁହେଁ ମଧ୍ୟ ଭାବବାଦୀ ଥିଲେ। ସେମାନେ ଭାଇମାନଙ୍କୁ ଉତ୍ସାହ ଦେଇ ଅନେକ କଥା କହିଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ। 33 ସେଠାରେ କିଛି ଦିନ ରହିବାପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ଯିରୁଶାଲମର ସେହି ଭାଇମାନଙ୍କ ପାଖକୁ ଫେରି ଯିବା ପାଇଁ ଶାନ୍ତିରେ ବିଦାୟ ଦେଲେ। 34 [a]
35 କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସେମାନେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଲେ ଏବଂ ସୁସମାଗ୍ଭର ପ୍ରଗ୍ଭର କଲେ।
2010 by World Bible Translation Center