Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
13 ସଦାପ୍ରଭୁ, ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।[a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା'ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା'ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
ଇଲ୍କାନା ଓ ତାଙ୍କ ପରିବାର ଶୀଲୋଠାରେ ଉପାସନା କଲେ
1 ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।
2 ଇଲ୍କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।
3 ପ୍ରତି ବର୍ଷ ଇଲ୍କାନା ତା'ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍। 4 ପ୍ରତ୍ୟେକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରୁ କିଛି ଅଂଶ ତା'ର ସ୍ତ୍ରୀ ପନିନ୍ନା ଏବଂ ତା'ର ସମସ୍ତ ପୁତ୍ରଗଣ ଓ କନ୍ୟାମାନଙ୍କୁ ଦେଉଥିଲା। 5 ଇଲ୍କାନା ମଧ୍ୟ ତା'ର ସ୍ତ୍ରୀ ହାନ୍ନାକୁ ତା'ର ଦୁଇଗୁଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକୁ ସେ ବାସ୍ତବରେ ପ୍ରେମ କରୁଥିଲା। କିନ୍ତୁ ସଦାପ୍ରଭୁ ତା’ କୋଳରେ କୌଣସି ସନ୍ତାନସନ୍ତତି ଦେଇ ନ ଥିଲେ।
ପନିନ୍ନା ହାନ୍ନାକୁ ଧୈର୍ଯ୍ୟଚ୍ୟୁତ କଲା
6 ସଦାପ୍ରଭୁ ହାନ୍ନା କୋଳରେ କୌଣସି ସନ୍ତାନ ଦେଇ ନ ଥିଲେ, ତେଣୁ ପନିନ୍ନା ତାକୁ ଦୁଃଖିତ କରୁଥିଲା ଏବଂ ତାକୁ ବିରକ୍ତି କରୁଥିଲା। 7 ଯେତେବେଳେ ସେହି ପରିବାର ସଦାପ୍ରଭୁଙ୍କ ମନ୍ଦିରକୁ ଯାଉଥିଲେ ପ୍ରତି ବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକୁ ଦୁଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ। 8 ତା'ର ସ୍ୱାମୀ ଇଲ୍କାନା ପଗ୍ଭରୁ ଥିଲେ, “ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହିଁକି କିଛି ଖାଉ ନାହଁ? ତୁମ୍ଭେ କାହିଁକି ଦୁଃଖିତ। ମୁଁ ତୁମ୍ଭର ସ୍ୱାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁଁ ତୁମ୍ଭ ପାଇଁ ତୁମ୍ଭର ଦଶ ଜଣ ପୁତ୍ର ପାଇବା ସକ୍ଷମ।”
ହାନ୍ନାର ପ୍ରାର୍ଥନା
9 ଖାଇପିଇ ସାରିବା ପରେ ହାନ୍ନା ଚୁପ୍ଗ୍ଭପ୍ ଭାବରେ ଉଠିଯାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକୁ ପ୍ରାର୍ଥନା କରିବାକୁ ଗଲା। ଏଲି ଯିଏ କି ଧର୍ମଯାଜକ ଥିଲେ, ସେ ସେହି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲା। 10 ହାନ୍ନା ଭାରି ଦୁଃଖିନୀ ଥିଲା। ସେ ଯେତେବେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା, ସେ ବହୁତ କାନ୍ଦୁଥିଲା। 11 ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା'ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା'ର ବାଳ କାଟିବା ପାଇଁ କୌଣସି କ୍ଷୁର ତା'ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”
12 ଯେତେବେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା'ର ପାଟିକୁ ଦେଖୁଥିଲେ। 13 ସେହି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲା। କେବଳ ତା'ର ଓଷ୍ଠ ହଲୁଥିଲା। ମାତ୍ର ତା'ର ସ୍ୱର ଶୁଣା ଯାଉ ନ ଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ। 14 ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।”
15 ହାନ୍ନା ଉତ୍ତର ଦେଲା, “ନା, ମୋର ମହାଶୟ, ମୁଁ ଜଣେ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ। ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ଆପଣାର ପ୍ରାଣ ବେଦନା ଢାଳୁଥିଲି। 16 ଆପଣା ଦାସୀକୁ କୁଚରିତ୍ରା ଭାବ ନାହିଁ। ମୁଁ ଆପଣା ଚିନ୍ତା ଓ ସମସ୍ୟାକୁ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମୋର ଅନେକ ସମସ୍ୟା ଅଛି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ।”
17 ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”
18 ତା'ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା'ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।
ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା
25 ତା'ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। 2 ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 3 ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। 4 କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। 5 ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”
6 ତା'ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। 7 ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। 8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9 କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”
10 ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”
12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”
2010 by World Bible Translation Center