Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 50:1-6

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ[a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ। ସେଲା

ରାଜାବଳୀର ପ୍ରଥମ ପୁସ୍ତକ 14:1-18

ଯାରବିୟାମଙ୍କ ପୁତ୍ର ମୃତ୍ୟୁବରଣ କଲେ

14 ସେହି ସମୟରେ ଯାରବିୟାମଙ୍କ ପୁତ୍ର ଅବିୟ ଅତିଶୟ ପୀଡ଼ିତ ହେଲେ। ଯାରବିୟାମ ନିଜର ପତ୍ନୀକୁ କହିଲେ, “ତୁମ୍ଭେ ଯେପରି ମୋର ପତ୍ନୀ ବୋଲି ଜଣା ନ ପଡ଼ିବ, ସେହିପରି ଛଦ୍ମ ବେଶରେ ଶୀଲୋକୁ ଯାଅ। ସେଠାରେ ଅହିୟ ଭବିଷ୍ୟ‌ଦ୍‌ବକ୍ତା ବାସ କରନ୍ତି। ସେ ମୋତେ କହିଥିଲେ ମୁଁ ଇସ୍ରାଏଲ ଲୋକମାନଙ୍କ ଉପରେ ରାଜା ହେବି। ତା'ପରେ ନିଜ ସଙ୍ଗରେ ଦଶଗୋଟି ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ’ଣ ହେବ, ତାହା ସେ ତୁମ୍ଭକୁ ଜଣାଇବେ।”

ରାଜା ଯାରବିୟାମଙ୍କ ନିର୍ଦ୍ଦେଶ ଅନୁସାରେ ଯାରବିୟାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ଗୃହକୁ ଗଲେ। ଅତ୍ୟନ୍ତ ବୃଦ୍ଧ ହୋଇଯାଇ ଥିବାରୁ ଅହିୟ ଅନ୍ଧ ହୋଇ ଯାଇଥିଲେ। କିନ୍ତୁ ସଦାପ୍ରଭୁ ଅହିୟକୁ କହିଲେ, “ଏହାକୁ ଦେଖ, ଯାରବିୟାମର ପତ୍ନୀ ନିଜର ପୁତ୍ରର ଭାଗ୍ୟ ବିଷୟରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡ଼ିତ ଅଛି।”

ତାହାକୁ ତୁମ୍ଭେ ମୋର ବାର୍ତ୍ତା କହିବା ଉଚିତ୍। ଯେତେବେଳେ ସେ ଆସେ ସେ ଅନ୍ୟ ଜଣେପରି ଛଳନା କରିବ। ଅହିୟ ତା'ର ପାଦଶବ୍ଦ ଦ୍ୱାରଦେଶରେ ଶୁଣି କହିଲେ, “ହେ ଯାରବିୟାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କାହିଁକି ଦେଖାଉଛ? ମୁଁ ଏକ ଦୁଃସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଯାରବିୟାମକୁ କୁହ ଯେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମୋର ଲୋକ ଇସ୍ରାଏଲ ଉପରେ ତୁମକୁ ରାଜା କଲି। ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭକୁ ଦେଲି। ମାତ୍ର ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋତେ ଅନୁସରଣ କଲ ନାହିଁ। ସେ ମୋର ସମସ୍ତ ଆଦେଶ ମନପ୍ରାଣ ଦେଇ ପାଳନ କଲା। ସେ କେବଳ ମୋ’ ଦୃଷ୍ଟିରେ ଯାହା ଭଲ ତାହା କଲା। କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ। 10 ହେ ଯାରବିୟାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛିନ୍ନ କରିବାକୁ ଯାଉଅଛି। ତୁମ୍ଭ ପରିବାରର ପ୍ରତ୍ୟେକ ପୁରୁଷଙ୍କୁ ମୁଁ ହତ୍ୟା କରିବି। ଅଗ୍ନି ଯେପରି ଘାସକୁ ପୋଡ଼ି ପାଉଁଶ କରିଦିଏ, ସେହିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେବି। 11 ଯାରବିୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।’”

12 ତା'ପରେ ଭବିଷ୍ୟ‌ଦ୍‌ବକ୍ତା ଅହିୟ ଯାରବିୟାମର ପତ୍ନୀକୁ କହିଲେ, “ତୁମ୍ଭେ ଗୃହକୁ ଫେରିଯାଅ, ତୁମ୍ଭେ ତୁମ୍ଭ ନଗରରେ ପହଞ୍ଚିବା ମାତ୍ରେ ତୁମ୍ଭର ପୁତ୍ର ମୃତ୍ୟୁବରଣ କରିବ। 13 ପୁଣି ସମଗ୍ର ଇସ୍ରାଏଲ ତା'ର ମୃତ୍ୟୁରେ ଶୋକ କରିବ ଓ ତାକୁ ନେଇ କବର ଦେବ। ସେ ହେଉଛି ଯାରବିୟାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯାରବିୟାମର ପରିବାରରେ କେବଳ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ। 14 ସଦାପ୍ରଭୁ ଇସ୍ରାଏଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସେହି ନୂଆ ରାଜା ଯାରବିୟାମ ପରିବାରକୁ ଖୁବ୍ ଶୀଘ୍ର ଧ୍ୱଂସ କରିବେ। 15 ତା'ପରେ ସଦାପ୍ରଭୁ ଇସ୍ରାଏଲକୁ ଆଘାତ କରିବେ। ଇସ୍ରାଏଲୀୟମାନେ ପାଣି ଭିତରେ ଥରୁଥିବା ଘାସ ପରି ଥରିବେ। ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦେଇଥିଲେ, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ଫରାତ୍ ନଦୀ ଆରପାରିକୁ ଛିନ୍ନଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସେମାନେ ନିଜ ପାଇଁ ଆଶେରା ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି। 16 ଯାରବିୟାମ ନିଜେ ସବୁପାପ କରିଅଛି ଓ ଇସ୍ରାଏଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ପରାଜିତ କରିବାକୁ ଦେବେ।”

17 ଏହା ପରେ ଯାରବିୟାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା। ସେ ଗୃହର ଦ୍ୱାରବନ୍ଧ ନିକଟରେ ନ ପହଞ୍ଚୁଣୁ ତା'ର ପୁତ୍ର ମଲା। 18 ସମଗ୍ର ଇସ୍ରାଏଲ ତା’ ପାଇଁ ଶୋକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିୟଙ୍କୁ ଯାହା ଯାହା କହିଥିଲେ, ସେହିପରି ସମସ୍ତ କାର୍ଯ୍ୟ ଘଟିଲା।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:12-20

ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ

12 ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି। 13 ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି। 14 କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସେହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସ ଓ ପ୍ରେମ ମଧ୍ୟ ମୋତେ ମିଳିଲା।

15 ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ। 16 କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ। 17 ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍।

18 ତୀମଥି! ତୁମ୍ଭେ ମୋ’ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତରେ ତୁମ୍ଭ ବିଷୟରେ ଯାହାସବୁ ଭବିଷ୍ୟ‌‌ଦ୍‌‌‌‌ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସେହି ଭବିଷ୍ୟ‌‌ଦ୍‌‌‌‌ବାଣୀର ଅନୁସରଣ କରିବ ଓ ବିଶ୍ୱାସର ଉତ୍ତମ ଲଢ଼େଇ ଲଢ଼ି ପାରିବ। 19 ବିଶ୍ୱାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାନ୍ତି। ତେଣୁ ସେମାନଙ୍କର ବିଶ୍ୱାସ ନଷ୍ଟ ହୋଇଛି। 20 ହୁମନାୟ ଓ ଆଲେକ୍‌ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center