Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 2:1-10

ହାନ୍ନା ଧନ୍ୟବାଦ ଦେଲା

ହାନ୍ନା ପ୍ରାର୍ଥନା କରି କହିଲା,

“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
    ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
    ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।

ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
    କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
    ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।

ନିଜ ବୃଥାଗର୍ବ ବନ୍ଦ କର।
    ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
    ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
    ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
    ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
    ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
    ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
    ସେ ଦୁଃଖିତା ହୋଇଅଛି।

ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
    ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
    ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
    ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
    କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
    ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
    ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
    କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।

ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
    ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
    ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
    ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
    ଓ ସେ ଆପଣା ରାଜାକୁ ବଳ ଦେବେ।
    ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”

ଆଦିପୁସ୍ତକ 37:2-11

ଏହା ହେଉଛି ଯାକୁବଙ୍କ ପରିବାରର ଇତିହାସ।

ଯୋଷେଫଙ୍କୁ ଯେତେବେଳେ ସତରବର୍ଷ ହୋଇଥିଲା, ସେ ମେଣ୍ଢା ଓ ଛେଳି ଚରାଉଥିଲେ। ଯୋଷେଫ ଏହି କାର୍ଯ୍ୟ ତାଙ୍କ ଭାଇମାନଙ୍କ ସହିତ କରୁଥିଲେ। ସେ ତାଙ୍କ ପିତାଙ୍କ ସ୍ତ୍ରୀ ବିଲହା ଓ ସିଳ୍ପାର ପୁତ୍ରମାନଙ୍କର ସାହାଯ୍ୟକାରୀ ଥିଲେ। ଯୋଷେଫ ତାଙ୍କର ପିତାଙ୍କୁ ଭାଇମାନଙ୍କର କୁକର୍ମ ବିଷୟରେ ସବୁ ଜଣାଉଥିଲେ। ଯୋଷେଫ ତାଙ୍କ ପିତା, ଯାକୁବଙ୍କର ବାର୍ଦ୍ଧକ୍ୟ ସମୟରେ ଜନ୍ମ ହୋଇଥିଲେ। ତେଣୁ ଯାକୁବ ଯୋଷେଫଙ୍କୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷେଫଙ୍କୁ ଏକ ବିଶେଷ ବସ୍ତ୍ର ବା ଅଙ୍ଗରଖା ଦେଇଥିଲେ। ଯାହା ନାନା ରଙ୍ଗରେ ବର୍ଣ୍ଣିତ ଥିଲା। ଯୋଷେଫଙ୍କର ଭାଇମାନେ ଦେଖିଲେ ତାଙ୍କର ପିତା ସେମାନଙ୍କଠାରୁ ଯୋଷେଫକୁ ଅଧିକ ଭଲ ପାଉଛନ୍ତି। ତେଣୁ ସେମାନେ ଯୋଷେଫକୁ ଘୃଣା କଲେ ଓ ତା’ ସହିତ ସେମାନେ ଭଲଭାବରେ କଥାବାର୍ତ୍ତା କଲେ ନାହିଁ।

ଥରେ ଯୋଷେଫ ଏକ ସ୍ୱପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥିରେ ସେମାନେ ଯୋଷେଫକୁ ଅଧିକ ଘୃଣା କଲେ।

ଯୋଷେଫ କହିଲେ, “ମୁଁ ଦେଖିଥିବା ସ୍ୱପ୍ନଟି ଏହା ଏ ବିଷୟରେ ଶୁଣ। ଆମ୍ଭେ ସମସ୍ତେ କ୍ଷେତରେ କାର୍ଯ୍ୟ କରୁଥିଲୁ। ଆମ୍ଭେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମୋର ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମୋ’ ବିଡ଼ାକୁ ଗ୍ଭରିଆଡ଼େ ଘେରି ପ୍ରଣାମ କଲେ।”

ତାଙ୍କର ଭାଇମାନେ ତାଙ୍କୁ କହିଲେ, “ତୁ କ’ଣ ଭାବୁଛୁ, ରାଜା ହୋଇ ଆମ୍ଭମାନଙ୍କୁ ଶାସନ କରିବୁ?” ତା'ର ଭାଇମାନେ ଏହି ସ୍ୱପ୍ନର କଥା ଶୁଣି ତାଙ୍କୁ ଅଧିକ ଘୃଣା କଲେ।

ଏହା ପରେ ଯୋଷେଫ ଅନ୍ୟ ଏକ ସ୍ୱପ୍ନ ଦେଖିଲେ ଏବଂ ସେ ତାଙ୍କର ଭାଇମାନଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ। ଯୋଷେଫ କହିଲେ, “ସୂର୍ଯ୍ୟ, ଚନ୍ଦ୍ର ଏବଂ ଏଗାରଟି ତାରା ମୋ’ ସମ୍ମୁଖରେ ନତ ହେଲେ।”

10 ଯୋଷେଫ ତାଙ୍କର ସେହି ସ୍ୱପ୍ନର କଥା ତାଙ୍କ ପିତାଙ୍କୁ ମଧ୍ୟ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, “ଏ କି ପ୍ରକାର ସ୍ୱପ୍ନ? ତୁ କ’ଣ ଭାବୁଛୁ ମୁଁ, ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?” 11 ଯୋଷେଫଙ୍କର ଭାଇମାନେ ତାଙ୍କ ପ୍ରତି ବହୁତ ଈର୍ଷାପରାୟଣ ହେଲେ। କିନ୍ତୁ ଯୋଷେଫଙ୍କର ପିତା ଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ’ଣ ହୋଇପାରେ।

ମାଥିଉ ଲିଖିତ ସୁସମାଗ୍ଭର 1:1-17

ଯୀଶୁଙ୍କ ବଂଶାବଳୀ

(ଲୂକ 3:23-38)

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା।

ଇ‌‌ସ୍‌‌ହାକ ଯାକୁବଙ୍କ ବାପା।

ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।

ଯିହୂଦା, ଫେରସ ଓ ସେରହଙ୍କ ବାପା।

(ତାମର, ସେମାନଙ୍କ ମା)

ଫେରସ ହିଷ୍ରୋଣଙ୍କ ବାପା।

ହିଷ୍ରୋଣ ଅରାମଙ୍କ ବାପା।

ଅରାମ ଅମ୍ମୀନାଦାବ ବାପା।

ଅମ୍ମୀନାଦାବ ନହଶୋନଙ୍କ ବାପା।

ନହଶୋନ ସଲମୋନଙ୍କ ବାପା।

ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ)

ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା)

ଓବେଦ ଯିଶୟଙ୍କ ବାପା।

ଯିଶୟ ରାଜା ଦାଉଦଙ୍କ ବାପା।

ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)

ଶଲୋମନ ରିହବିୟାମଙ୍କ ବାପା।

ରିହବିୟାମ ଅବିୟଙ୍କ ବାପା।

ଅବିୟ ଆସାଙ୍କ ବାପା।

ଆସା ଯିହୋଶାଫଟଙ୍କ ବାପା।

ଯିହୋଶାଫଟ ଯୋରାମଙ୍କ ବାପା।

ଯୋରାମ ଉଜିୟଙ୍କ ବାପା।

ଉଜିୟ ଯୋଥମଙ୍କ ବାପା।

ଯୋଥମ୍ ଆହାସଙ୍କ ବାପା।

ଆହାସ ହିଜକିୟଙ୍କ ବାପା।

10 ହିଜକିୟ ମନଃଶିଙ୍କ ବାପା।

ମନଃଶି ଅମୋନଙ୍କ ବାପା।

ଅମୋନ ଯୋଶିୟଙ୍କ ବାପା।

11 ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)

12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ:

ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା।

ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।

13 ଜିରୁବାବିଲ ଅବୀହୂଦଙ୍କ ବାପା।

ଅବୀହୂଦ ଏଲିୟାକୀମଙ୍କ ବାପା।

ଏଲିୟାକୀମ ଅ‌ଜ୍‌ଜୂରଙ୍କ ବାପା।

14 ଅ‌ଜ୍‌ଜୂର ସାଦୋକଙ୍କ ବାପା।

ସାଦୋକ ଯାଖୀନଙ୍କ ବାପା।

ଯାଖୀନ ଏଲୀହୂଦଙ୍କ ବାପା।

15 ଏଲୀହୂଦ ଇଲିୟାଜରଙ୍କ ବାପା।

ଇଲିୟାଜର ମଥାନଙ୍କ ବାପା।

ମଥାନ ଯାକୁବଙ୍କ ବାପା।

16 ଯାକୁବ ଯୋଷେଫଙ୍କ ବାପା।

ଯୋଷେଫ ମରିୟମଙ୍କ ସ୍ୱାମୀ।

ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ।

ଯୀଶୁଙ୍କୁ ଖ୍ରୀଷ୍ଟ[a] କୁହାଯାଏ।

17 ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center