Revised Common Lectionary (Semicontinuous)
135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।
4 ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
6 ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
7 ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
ସେ ବର୍ଷା ସହିତ ବିଜୁଳି କରାନ୍ତି।
ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
8 ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
9 ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅଦ୍ଭୂତ କାର୍ଯ୍ୟମାନ କଲେ।
ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
ଓ ବାଶନର ରାଜା ଓଗ୍କୁ
ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
ସେମାନେ ସେମାନଙ୍କ ତୁଲ୍ୟ ହେବେ।
19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
14 ଅନନ୍ତର ଇସ୍ରାଏଲର ପ୍ରାଚୀନଗଣ ମଧ୍ୟରୁ କେତେଜଣ ମୋ’ ନିକଟକୁ ଆସି ମୋ’ ସମ୍ମୁଖରେ ବସିଲେ। 2 ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 3 “ହେ ମନୁଷ୍ୟ ପୁତ୍ର; ଏହି ଲୋକମାନେ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଦେଇଅଛନ୍ତି ଏବଂ ସେମାନଙ୍କ ପାପ ସେମାନଙ୍କ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସେମାନଙ୍କୁ କାହିଁକି ମୋତେ ଅନୁସନ୍ଧାନ କରିବାକୁ ଅନୁମତି ଦେବି? 4 ଏଣୁ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଯେକେହି ଇସ୍ରାଏଲୀୟ ଯିଏ ତା'ର ହୃଦୟ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା’ ପାଇଁ ଏକ ବାଧା ଦିଏ, ଯେତେବେଳେ ଭବିଷ୍ୟଦ୍ବକ୍ତା ନିକଟକୁ ଉପଦେଶ ପାଇଁ ଯାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦେବି। କିନ୍ତୁ ତାକୁ ଯାଇ ପଗ୍ଭରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାଯ୍ୟ ନିମନ୍ତେ। 5 ମୁଁ ଏହା କରିବି, ଇସ୍ରାଏଲୀୟମାନଙ୍କୁ ବୁଝିପାରିବା ପାଇଁ ସେମାନଙ୍କ ଉପରେ ସେହି, ସେମାନଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକ ମୋ'ଠାରୁ ଉଚ୍ଛିନ୍ନ ରହିବେ।’
6 “ତେଣୁ ଇସ୍ରାଏଲ ବଂଶଧରଙ୍କୁ କୁହ! ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ୟାଗ କରି ଘୃଣ୍ୟ ପ୍ରଥାରୁ ମୋ’ ନିକଟକୁ ଫେରି ଆସ। 7 ଯଦି କୌଣସି ଇସ୍ରାଏଲୀୟ କିମ୍ବା ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ୟକ୍ତି ମୋତେ ପରିତ୍ୟାଗ କରେ ଏବଂ ତା'ର ହୃଦୟକୁ ମୂର୍ତ୍ତିମାନଙ୍କଠାରେ ଲଗାଏ, ତା’ ପାଇଁ ତା'ର ପାପ ଏକ ବାଧା ହୁଏ ଏବଂ ତା'ପରେ ସେ ଭବିଷ୍ୟଦ୍ବକ୍ତାମାନଙ୍କୁ ପଗ୍ଭରିବା ପାଇଁ ଯାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦେବି। 8 ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ୟାସ୍ପଦ ହେବ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜାଣିବ। 9 ଯଦି କୌଣସି ଭବିଷ୍ୟଦ୍ବକ୍ତା ଏପରି ମୂର୍ଖ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରେ, ତେବେ ମୁଁ ସଦାପ୍ରଭୁ ତାକୁ ଦେଖାଇ ଦେବି ଯେ, ସେ କିପରି ମୂର୍ଖ ଥିଲା। 10 ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ୟଦ୍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ସମାନ ହେବ। 11 ତେଣୁ ଇସ୍ରାଏଲର ବଂଶଧର ଆଉ ମୋ'ଠାରୁ ବିପଥଗାମୀ ହେବେ ନାହିଁ ଏବଂ ସେମାନଙ୍କର ପାପଦ୍ୱାରା ସେମାନେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ପିତର ଛୋଟା ଲୋକକୁ ସୁସ୍ଥ କଲେ
3 ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା। 2 ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା। 3 ସେ ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ପଇସା ମାଗିଲା।
4 ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, “ଆମ୍ଭ ଆଡ଼େ ଗ୍ଭହଁ।” 5 ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼େ ଦେଖିଲା। 6 କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।”
7 ଏହା କହି ପିତର ତା'ର ଡାହାଣ ହାତ ଧରି ଉଠେଇଲେ। ସଙ୍ଗେ ସଙ୍ଗେ ତା’ ଗୋଡ଼ ଓ ପାଦ ଶକ୍ତ ହୋଇଗଲା। ସେ ଡେଇଁ ପଡ଼ି ଗ୍ଭଲିବାକୁ ଆରମ୍ଭ କଲା 8 ସେ ନାଚି ନାଚି ଈଶ୍ୱରଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ଉପାସନା ମନ୍ଦିରକୁ ଗଲା। 9 ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ। 10 ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ।
2010 by World Bible Translation Center