Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 123

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 2:6-15

ଅମାନ୍ୟ ଓ ପରାସ୍ତ

ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ। ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ। ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ। ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।

10 ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ। 11 ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ। 12 ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା। 13 ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବା‌‌ଲ୍‌‌ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ।

14 ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ। 15 ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:1-7

ପରମେଶ୍ୱରଙ୍କ କ୍ରୋଧରେ ସାତୋଟି ପାତ୍ର ପୂର୍ଣ୍ଣ

16 ତା'ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ୱନି ଶୁଣିଲି। ତାହା ସାତୋଟି ଦୂତଙ୍କୁ କହିଲା, “ଯାଅ, ପରମେଶ୍ୱରଙ୍କ କ୍ରୋଧରେ ପୂର୍ଣ୍ଣ ହୋଇଥିବା ସାତୋଟି ପାତ୍ରକୁ ପୃଥିବୀ ଉପରେ ଢାଳିଦିଅ।”

ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢାଳି ଦେଲେ। ତା'ପରେ ଯେଉଁମାନେ ସେହି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା'ର ପ୍ରତିମାକୁ ପୂଜା କରୁଥିଲେ, ସେମାନଙ୍କର ଶରୀରରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।

ଦ୍ୱିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢାଳି ଦେଲେ। ସେଥିରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହୋଇଗଲା। ସମୁଦ୍ରରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।

ତୃତୀୟ ସ୍ୱର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହୋଇଗଲା। ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି:

“ହେ ପବିତ୍ର ପରମେଶ୍ୱର,
    ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ।
    ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ।
ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ
    ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ,
ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ।
    ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”

ମୁଁ ବେଦୀକୁ ଏହା କହିବାର ଶୁଣିଲି,

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର
    ହଁ, ତୁମ୍ଭର ବିଗ୍ଭରଗୁଡ଼ିକ ସତ୍ୟ ଓ ନ୍ୟାୟସଙ୍ଗତ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center