Revised Common Lectionary (Semicontinuous)
ବୌ
41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
ଯେଉଁମାନେ ମୋତେ ଅପମାନିତ କରୁଥିଲେ।
ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।
ମୋଶାଙ୍କର ଉଜ୍ଜ୍ୱଳ ମୁହଁ
29 ଏହା ପରେ ମୋଶା ସୀନୟ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସେହି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗରେ ନେଇ ଆସିଥିଲେ। ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମୋଶାଙ୍କୁ ଏହା ଜଣା ନ ଥିଲା। 30 ହାରୋଣ ଏବଂ ସମସ୍ତ ଇସ୍ରାଏଲୀୟ ଲୋକମାନେ ଦେଖିଲେ ମୋଶାଙ୍କର ମୁଖ ଅତି ଉଜ୍ଜ୍ୱଳ ଦିଶୁଛି। ତେଣୁ ସେମାନେ ତାଙ୍କ ନିକଟକୁ ଯିବାକୁ ଭୟ କଲେ। 31 କିନ୍ତୁ ମୋଶା ସେମାନଙ୍କୁ ନିକଟକୁ ଡାକିଲେ। ତେଣୁ ହାରୋଣ ଏବଂ ସମସ୍ତ ଅଧ୍ୟକ୍ଷଗଣ ମୋଶାଙ୍କ ନିକଟକୁ ଗଲେ। ମୋଶା ସେମାନଙ୍କ ସହିତ କଥୋପକଥନ କଲେ। 32 ଏହା ପରେ ଇସ୍ରାଏଲର ସମସ୍ତ ଲୋକେ ମୋଶାଙ୍କ ନିକଟକୁ ଆସିଲେ। ଏହା ପରେ ମୋଶା ସେମାନଙ୍କୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
33 ମୋଶା ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ। 34 ଯେତେବେଳେ ମୋଶା ସଦାପ୍ରଭୁଙ୍କ ସହିତ କଥା ହେବାକୁ ଭିତରକୁ ଗଲେ। ସେ ଓଢ଼ଣୀକୁ ହଟାଇଲେ, ତା'ପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ତାହା ଇସ୍ରାଏଲର ଲୋକମାନଙ୍କୁ କହିଲେ। 35 ଲୋକମାନେ ଦେଖି ପାରିଲେ ଯେ ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଛି। ତେଣୁ ମୋଶା ତାଙ୍କର ମୁହଁରେ ଆବରଣ ଦେଲେ। ମୋଶା ସଦାପ୍ରଭୁଙ୍କ ସହିତ ପୁନରାୟ କଥା ହେବା ପର୍ଯ୍ୟନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ।
ବିଶ୍ୱାସ ଓ ସତ୍କର୍ମ
14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା'ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।
18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।
20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।”(A) “ପରମେଶ୍ୱରଙ୍କ ମିତ୍ର”(B) ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।
25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।
26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।
2010 by World Bible Translation Center