Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 90:1-6

ଚତୁର୍ଥ ପୁସ୍ତକ

(ଗୀତସଂହିତା 90–106)

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
    ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
    ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
    ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
    ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
    ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
    ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।

ଗୀତସଂହିତା 90:13-17

13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

ଦ୍ୱିତୀୟ ବିବରଣ 32:44-47

ମୋଶା ତାଙ୍କର ସଂଗୀତଗୁଡ଼ିକ ଲୋକମାନଙ୍କୁ ଶିକ୍ଷା ଦେଲେ

44 ମୋଶା ଏବଂ ନୂନର ପୁତ୍ର ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ।

45 ମୋଶା ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦେଇସାରିବା ପରେ, 46 ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ। 47 କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।”

ଯୋହନ ଲିଖିତ ସୁସମାଗ୍ଭର 5:39-47

39 “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହନ୍ତି। 40 କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ।

41 “ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଗ୍ଭହୁଁ ନାହିଁ। 42 କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। 43 ମୁଁ ମୋର ପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କହେ। କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା’ ନିଜ ବିଷୟରେ କହିବ ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। 44 ତୁମ୍ଭେମାନେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁ ନାହଁ। ତାହାହେଲେ ତୁମ୍ଭେ ଏ କଥା କିପରି ବିଶ୍ୱାସ କରି ପାରିବ। 45 ଭାବ ନାହିଁ ଯେ, ମୁଁ ପରମପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋଶା ହେଉଛନ୍ତି ଜଣେ, ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋଶାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। 46 ଯଦି ପ୍ରକୃତରେ ତୁମ୍ଭେମାନେ ମୋଶାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ। କାରଣ ମୋଶା ମୋ’ ବିଷୟରେ ଲେଖିଥିଲେ। 47 କିନ୍ତୁ ତୁମ୍ଭେ ମୋଶାଙ୍କର ଲେଖିବା କଥା ବିଶ୍ୱାସ କରୁ ନାହଁ। ତେଣୁ ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କରି ପାରିବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center