Revised Common Lectionary (Semicontinuous)
ସୁବର୍ଣ୍ଣ ବାଛୁରି
32 ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।”
2 ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।”
3 ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ। 4 ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ।
ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”
5 ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”
6 ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।”
7 ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। 8 ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”
9 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜିଦ୍ଖୋର 10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”
11 କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। 12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। 13 ମନେରଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’
14 ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।
106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
2 ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
3 ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।
4 ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।
6 ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
ଆମ୍ଭେ ଅଧର୍ମ କରିଅଛୁ।
ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।
19 ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ
ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ।
20 ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର
ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।
21 ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ।
ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
22 ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ।
ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ।
23 ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ,
କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ
ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ,
ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।
କେତେକ ବ୍ୟବହାରିକ କଥା
4 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମୋର ଆନନ୍ଦ ଓ ମୋର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଗ୍ଭଲିଥାଅ।
2 ଇୟଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠାରେ ଏକମତ ହେବାକୁ ମୁଁ ନିବେଦନ କରେ। 3 ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେନ୍ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ”[a]ରେ ଲେଖାଅଛି।
4 ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର।
5 ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। 6 କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ୱରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲାବେଳେ ସଦା ଧନ୍ୟବାଦ ଦିଅ। 7 ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।
8 ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର। 9 ମୋ'ଠାରୁ ଯାହାସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମୋତେ ଯାହାସବୁ କରିଥିବା ଦେଖିଛ, ସେଗୁଡ଼ିକୁ କର। ଶାନ୍ତିଦାତା ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।
ଭୋଜି ପାଇଁ ନିମନ୍ତ୍ରିତ ଲୋକଙ୍କ ଦୃଷ୍ଟାନ୍ତ
(ଲୂକ 14:15-24)
22 ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରୟୋଗ କଲେ। 2 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି। 3 ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ।
4 “ତା'ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’
5 “ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। 6 ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ। 7 ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।
8 “ତା'ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ। 9 ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ 10 ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା।
11 “ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସେଠାରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ। 12 ରାଜା ତାହାଙ୍କୁ ପଗ୍ଭରିଲେ, ‘ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନ ପିନ୍ଧି ଓ ଭିତରକୁ କେମିତି ଆସିଲ?’ କିନ୍ତୁ ଲୋକଟି କିଛି କହିଲା ନାହିଁ। 13 ତେଣୁ ରାଜା କେତେକ ଗ୍ଭକରଙ୍କୁ କହିଲେ, ‘ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହାରେ ଅନ୍ଧାରରେ ଫିଙ୍ଗିଦିଅ, ଯେଉଁଠାରେ ଲୋକେ କାନ୍ଦୁଥିବେ ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରୁଥିବେ।’
14 “ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।”
2010 by World Bible Translation Center