Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 20:1-4

ଦଶ ଆଜ୍ଞା

20 ଏହା ପରେ ପରମେଶ୍ୱର କହିଲେ,

“ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।

“ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।

“ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।

ଯାତ୍ରାପୁସ୍ତକ 20:7-9

“ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।

“ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର। ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ।

ଯାତ୍ରାପୁସ୍ତକ 20:12-20

12 “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।

13 “ତୁମ୍ଭେ ନରହତ୍ୟା କରିବ ନାହିଁ।

14 “ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ।

15 “ତୁମ୍ଭେ ଗ୍ଭେରି କରିବ ନାହିଁ।

16 “ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।

17 “ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ, ଦାସୀ କି ତା'ର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।”

ଲୋକମାନେ ପରମେଶ୍ୱରଙ୍କୁ ଭୟ କଲେ

18 ସେତେବେଳେ ସମସ୍ତ ଲୋକ ମେଘ ଗର୍ଜନ ଓ ବିଜୁଳି ଓ ତୂରୀ ଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ। 19 ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭେମାନେ ଶୁଣିବୁ, ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲେ ଆମ୍ଭେମାନେ ମରିଯିବୁ।”

20 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେମନ୍ତ ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।”

ଗୀତସଂହିତା 19

ଦାଉଦଙ୍କର ଏକ ଗୀତ

19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
    ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
    ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
    କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
    ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।

ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
    ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
    ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
    ତା'ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
    ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:4-14

ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା'ର କାରଣ ଅଛି, ତା'ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍‌‌ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ'ଠାରେ କୌଣସି ଦୋଷ ପାଇ ନ ଥିଲେ।

ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁ‌ତ୍‌‌ଥିତ ହୋଇପାରେ, ଏ ଭରସା ମୋର ଅଛି।

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା

12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।

ମାଥିଉ ଲିଖିତ ସୁସମାଗ୍ଭର 21:33-46

ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ

(ମାର୍କ 12:1-12; ଲୂକ 20:9-19)

33 “ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ[a] ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା'ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ। 34 କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।

35 “କିନ୍ତୁ କୃଷକମାନେ ଗ୍ଭକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ, ସେମାନେ ଜଣକ ପରେ ଜଣେ ଗ୍ଭକରକୁ ପଥରରେ ମାରିପକାଇଲେ। 36 ତେଣୁ ଜମି ମାଲିକ ଆଉ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥରଠାରୁ ଅଧିକ ଗ୍ଭକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଗ୍ଭକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ୟ ସେମାନଙ୍କ ପ୍ରତି ତାହା କଲେ। 37 ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବିଲେ, ‘କୃଷକମାନେ ମୋ’ ପୁଅକୁ ସମ୍ମାନ ଦେବେ।’

38 “କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’ 39 କୃଷକମାନେ ପୁଅକୁ ଧରି ନେଇ ଦ୍ରାକ୍ଷା ବଗିଗ୍ଭ ବାହାରକୁ ଫିଙ୍ଗି ମାରିଦେଲେ।

40 “ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?”

41 ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ କହିଲେ, “ସେ ନିଶ୍ଚୟ ସେହି ନିର୍ଦ୍ଦୟ ଲୋକଙ୍କୁ ହତ୍ୟା କରିବେ ଓ ତା'ପରେ ସେ ଦ୍ରାକ୍ଷାବଗିଗ୍ଭଟିକୁ ଅନ୍ୟ କୃଷକମାନଙ୍କୁ ଭାଗରେ ଦେଇଦେବେ, ଯେଉଁମାନେ ଅମଳ ସମୟରେ ତା'ର ଭାଗ ତାହାଙ୍କୁ ଦେବେ।”

42 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ?

‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ,
    ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା।
ପରମେଶ୍ୱର ଏହା ହିଁ କଲେ,
    ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’(A)

43 “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ। ପରମେଶ୍ୱର ତାହାଙ୍କ ରାଜ୍ୟରେ ଯାହା ହେବା ପାଇଁ ଗ୍ଭହାନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସେମାନଙ୍କୁ ପରମେଶ୍ୱର ତାହାଙ୍କ ରାଜ୍ୟ ଦେବେ। 44 ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହୋଇଯିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତେବେ ପଥରଟି ତାକୁ ଚୁନା କରିଦେବ।”

45 ପ୍ରଧାନଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଯୀଶୁ ଏ କଥା ସେହିମାନଙ୍କ ବିଷୟରେ କହୁଛନ୍ତି। 46 ତେଣୁ ସେମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ। ସେମାନେ କିନ୍ତୁ ଲୋକମାନଙ୍କୁ ଡରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center