Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
କିନ୍ତୁ ମୁଁ ପାରୁ ନାହିଁ। ସେଲା
4 ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
5 ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
ମୁଁ ଚିନ୍ତା କରେ।
6 ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
8 ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
9 ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?” ସେଲା
10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ। ସେଲା
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଲାଇଲ।
ଯର୍ଦ୍ଦନ ନଦୀରେ ଅଲୌକିକ ଘଟଣା ଘଟିଲା
3 ପ୍ରତ୍ୟୁଷରୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନେ ଆକାସିଆ ସହର ପରିତ୍ୟାଗ କରି ଯର୍ଦ୍ଦନ ନଦୀ କୂଳକୁ ଯାତ୍ରା କଲେ। ସେମାନେ ନଦୀ ପାର ହୋଇଯିବା ପର୍ଯ୍ୟନ୍ତ ସେହି ନଦୀ କୂଳରେ ଛାଉଣି କଲେ। 2 ତିନି ଦିନ ପରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ। 3 ନେତୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, “ଯେତେବେଳେ ଲେବୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ନିୟମ-ସିନ୍ଦୁକକୁ ନେଇ ଯିବେ, ତୁମ୍ଭେମାନେ ସମସ୍ତେ ସେମାନଙ୍କୁ ଅନୁସରଣ କରିବା ଉଚିତ୍। 4 କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସେମାନଙ୍କର ଅଧିକ ନିକଟବର୍ତ୍ତୀ ହେବ ନାହିଁ। ତାଙ୍କ ପଛରେ 2,000 ହାତ ପର୍ଯ୍ୟନ୍ତ ତୁମ୍ଭ ଓ ନିୟମ-ସିନ୍ଦୁକ ମଧ୍ୟରେ ବ୍ୟବଧାନରେ ରହିବ। ତୁମ୍ଭେ ଏ ବାଟ ଦେଇ ଆଗରୁ ଯାଇ ନାହଁ। କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଅନୁସରଣ କର, ତେବେ ତୁମ୍ଭେମାନେ ଜାଣି ପାରିବ ଯେ, ତୁମ୍ଭେମାନେ କେଉଁ ରାସ୍ତାରେ ଯିବା ଉଚିତ୍।”
5 ତା'ପରେ ଯିହୋଶୂୟ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜକୁ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ।”
6 ତା'ପରେ ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଉଠାଅ ଏବଂ ଲୋକମାନଙ୍କର ସମ୍ମୁଖରେ ନଦୀ ମଧ୍ୟରେ ଏହା ବହି ନିଅ।” ତେଣୁ ଯାଜକମାନେ ନିୟମ-ସିନ୍ଦୁକ ବହନ କରି ଲୋକମାନଙ୍କର ଆଗେ ଆଗେ ଗ୍ଭଲିଲେ।
7 ତା'ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ମୁଁ ତୁମ୍ଭକୁ ସମୁଦାୟ ଇସ୍ରାଏଲ ସମ୍ମୁଖରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥିରେ ଲୋକମାନେ ଜାଣିବେ ଯେ ମୁଁ ଯେପରି ମୋଶାଙ୍କ ସହିତ ଥିଲି, ତୁମ୍ଭ ସହିତ ସେହିପରି ଅଛି। 8 ନିୟମ-ସିନ୍ଦୁକ ବାହକ ଯାଜକମାନଙ୍କୁ କୁହ, ‘ପାଣିରେ ପଶିବା ପୂର୍ବରୁ ଯର୍ଦ୍ଦନ ନଦୀ କୂଳରେ ଠିଆ ହୋଇ ରୁହ।’”
9 ତା'ପରେ ଯିହୋଶୂୟ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଏହିଠାକୁ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର କଥାମାନ ଶୁଣ। 10 ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ୱାରା ତୁମ୍ଭେମାନେ ଜାଣି ପାରିବ। ସେ କିଣାନୀୟ, ହିତ୍ତୀୟ, ହିବ୍ବୀୟ, ପିରିଷୀୟ, ଗିର୍ଗାଶୀୟ, ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ, ସେହି ଭୂମିରୁ ନିଶ୍ଚିତ ତଡ଼ି ଦେବେ। 11 ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ପାର ହୋଇ ତୁମ୍ଭମାନଙ୍କ ଆଗରେ ଯାଉଅଛି, ଯେହେତୁ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହେଉଅଛ। 12 ବର୍ତ୍ତମାନ ତୁମ୍ଭେ ବାର ଜଣ ଲୋକଙ୍କୁ ବାଛ। ତୁମ୍ଭେମାନେ ଇସ୍ରାଏଲର ବାର ପରିବାରରୁ ଜଣ ଜଣ କରି ବାର ଜଣଙ୍କୁ ବାଛ। 13 ଯେତେବେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବହନ କରି ଯର୍ଦ୍ଦନ ନଦୀରେ ପ୍ରବେଶ କରିବେ, ଯର୍ଦ୍ଦନର ପ୍ରବାହ ବନ୍ଦ ହୋଇଯିବ। ଯର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହୋଇ ସ୍ଥଗିତ ରହିବ।”
14 ଯେତେବେଳେ ଲୋକମାନେ ଛାଉଣି ପକାଇଥିବା ସ୍ଥାନରୁ ଯର୍ଦ୍ଦନ ନଦୀ ପାର ହେବା ପାଇଁ ଯାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିୟମ-ସିନ୍ଦୁକ ବହି ନେଉଥିଲେ। 15 ଯଦିଓ ଶସ୍ୟଅମଳ ସମୟରେ ଯର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶଯ୍ୟାରେ ପ୍ରବେଶ କଲା ମାତ୍ରେ ହଠାତ୍ ତା'ର ପ୍ରବାହ ବନ୍ଦ ହୋଇଗଲା। 16 ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ। 17 ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।
23 ବିଶ୍ୱାସ ଦ୍ୱାରା ମୁଁ, ମୋଶାଙ୍କର ମା ଓ ବାପା ମୋଶାଙ୍କୁ ଜନ୍ମ ଦେଲା ପରେ ତିନି ମାସ ଧରି ଲୁଗ୍ଭଇ ରଖିଲେ। କାରଣ ସେମାନେ ଦେଖିଲେ ଯେ ମୋଶା ସୁନ୍ଦର ଶିଶୁଟିଏ। ସେମାନେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।
24 ମୋଶା ବଡ଼ ହୋଇ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହେବା ପାଇଁ ମନା କଲେ। 25 ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ। 26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।
27 ନିଜ ବିଶ୍ୱାସ କାରଣରୁ ମୋଶା ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କ୍ରୋଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ୟ ପରମେଶ୍ୱରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ୱାସରେ ଦୃଢ଼ ଥିଲେ। 28 ମୋଶା ନିସ୍ତାର ଭୋଜି[a] (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।
29 ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।
2010 by World Bible Translation Center