Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 12:1-14

ନିସ୍ତାରପର୍ବ

12 ଯେଉଁ ସମୟରେ ମୋଶା ଏବଂ ହାରୋଣ ମିଶରରେ ଥିଲେ, ସଦାପ୍ରଭୁ ସେମାନଙ୍କୁ କହିଲେ, “ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ। ଏହି ଆଜ୍ଞା ସମଗ୍ର ଇସ୍ରାଏଲୀୟମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନରେ ପ୍ରତ୍ୟେକ ଲୋକ ଗୋଟିଏ ମେଷ ଶାବକ ଆପଣା ପରିବାରମାନଙ୍କ ପାଇଁ ନେବ। ଯଦି, ତୁମ୍ଭ ପରିବାରରେ ଯଥେଷ୍ଟ ଲୋକ ନ ଥା’ନ୍ତି ତାକୁ ଖାଇବାକୁ, ତେବେ ସେ ତା'ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପଯୁକ୍ତ ପରିମାଣରେ ଖାଦ୍ୟ ହେବ। ଯେଉଁ ମେଷ ଶାବକଟିକୁ ନେବ ତାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଓ ଏହା ଏକ ବର୍ଷର ପୁରୁଷ ମେଷ ହେବା ଆବଶ୍ୟକ। ଏହି ପଶୁଟି ଏକ ଯୁବାମେଷ କିମ୍ବା ଏକ ଛେଳି ଶାବକ ହେବା ଦରକାର। ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ। ତୁମ୍ଭେମାନେ ସେହି ପଶୁର ରକ୍ତ ନେଇ ତୁମ୍ଭେ ଯେଉଁ ଘରେ ମେଷ ଖାଉଥିବ, ସେହି ଗୃହର ଦ୍ୱାରବନ୍ଧ ଉପର ଓ ବାଜୁବନ୍ଧ ପାଖରେ ସେହି ରକ୍ତ ଲଗାଇବ।

“ସେହି ରାତ୍ରିରେ, ତୁମ୍ଭେ ତା'ର ମାଂସକୁ ଅଗ୍ନିରେ ଦ‌ଗ୍‌ଧ କରି ତାଡ଼ି ଶୂନ୍ୟ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ। ତୁମ୍ଭେ ସେହି ମାଂସକୁ କଞ୍ଚା ଖାଇବ ନାହିଁ କିମ୍ବା ପାଣିରେ ସିଝାଇବ ନାହିଁ। ତୁମ୍ଭେ ସେହି ମେଷ ଶାବକକୁ ନିଆଁରେ ପୁରାପୁରି ପୋଡ଼ିବା ଉଚିତ୍। ମେଷର ମୁଣ୍ତ, ଗୋଡ଼ ଏବଂ ଭିତରର ସମସ୍ତ ଅଂଶ ରହିବା ଉଚିତ୍। 10 ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସେହି ଦିନ ରାତ୍ରିରେ ଖାଇ ଶେଷ କରିବ। ଯଦି କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ବଳିଯାଏ, ତେବେ ତାହାକୁ ନ ଖାଇ ଅଗ୍ନିରେ ଦ‌ଗ୍‌ଧ କରିବ।

11 “ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

12 “ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ। 13 ମନେରଖ ସେହି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ୱରୂପ ହେବ। ମୁଁ ଯେତେବେଳେ ସେହି ରକ୍ତ ଦେଖିବି ସେହି ଘରକୁ ଛାଡ଼ି ଆଗକୁ ଆଗେଇବି। ସଂହାର କାର୍ଯ୍ୟ କେବଳ ମିଶର ଉପରେ ହେବ ତୁମ୍ଭମାନଙ୍କର କିଛି ହେବ ନାହିଁ।

14 “ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ।

ଗୀତସଂହିତା 149

149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
    ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
    ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
    ଦାରା ଓ ବୀଣା ବାଦନ କରି।
ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
    ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
    ସେ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
    ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।

ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
    ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖ‌ଡ଼୍‌ଗମାନ ଧରନ୍ତୁ।
ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
    ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
    ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
    ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ରୋମୀୟଙ୍କ ପ୍ରତି ପତ୍ର 13:8-14

ଅନ୍ୟ ଲୋକଙ୍କୁ ପ୍ରେମ କରିବା ହିଁ ବ୍ୟବସ୍ଥା ଅଟେ

କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି। ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।”(A) ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।”(B) 10 ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ।

11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ। 12 ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। 13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ। 14 ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍।

ମାଥିଉ ଲିଖିତ ସୁସମାଗ୍ଭର 18:15-20

ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ

(ଲୂକ 17:3)

15 “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା'ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର। 16 ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ। 17 ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।

18 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ। 19 ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ। 20 ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center