Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105:1-6

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।

ଗୀତସଂହିତା 105:23-26

23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
    କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
    ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
    ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
    ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।

ଗୀତସଂହିତା 105:45

45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ଯାତ୍ରାପୁସ୍ତକ 2:23-24

ପରମେଶ୍ୱର ଇସ୍ରାଏଲକୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ କଲେ

23 ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ। 24 ପରମେଶ୍ୱର ସେମାନଙ୍କର ଆତୁର ଡାକ ଶୁଣିଲେ ଓ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କଲେ।

ଏଫିସୀୟଙ୍କ ପ୍ରତି ପତ୍ର 5:1-6

ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।

ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ। ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍। ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ଯୌନ ପାପଗୁଡ଼ିକରେ ଲିପ୍ତ ରୁହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ରାଜ୍ୟରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦେବତାମାନଙ୍କର ପୂଜା କରେ।

ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center