Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105:1-6

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।

ଗୀତସଂହିତା 105:16-22

16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
    ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ[a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
    ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
    ସେମାନେ ଏକ ଲୁହାର କଡ଼ା ତା'ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା'ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
    ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
    ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
    ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
    ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।

ଗୀତସଂହିତା 105:45

45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ଆଦିପୁସ୍ତକ 35:22-29

22 ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ।

ଇସ୍ରାଏଲର ପରିବାର

ଇସ୍ରାଏଲର ବାରଟି ପୁତ୍ର ଥିଲେ।

23 ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।

24 ଯୋଷେଫ୍ ଓ ବିନ୍ୟାମିନ୍ ରାହେଲର ସନ୍ତାନ।

25 ଦାନ ଓ ନପ୍ତାଲି ରାହେଲର ଦାସୀ ବିଲହାର ସନ୍ତାନ।

26 ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ପୁତ୍ରଗଣ।

ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ।

27 ଏହା ପରେ ସେ କିରିୟଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇ‌ସ୍‌ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇ‌ସ୍‌ହାକ ନିକଟରେ ଉପସ୍ଥିତ ହେଲେ। 28 ଇ‌ସ୍‌ହାକ 180 ବର୍ଷ ବଞ୍ଚିଲେ। 29 ଏହା ପରେ ଇ‌ସ୍‌ହାକ ଦୁର୍ବଳ ହୋଇ ମୃତ୍ୟୁବରଣ କଲେ। ଇ‌ସ୍‌ହାକ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 17:10-15

ପାଉଲ ଓ ଶୀଲାଙ୍କର ବେରେୟାରେ ପ୍ରବେଶ

10 ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ସାଙ୍ଗେ ସାଙ୍ଗେ ବେରୟା ନଗରକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ। 11 ସେଠାରେ ଲୋକମାନେ ଥେସଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସେମାନେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସେମାନଙ୍କର କଥା ସତ୍ୟ ନା ମିଥ୍ୟା, ଏହି କଥା ଜାଣିବା ପାଇଁ ସେମାନେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ। 12 ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ।

13 ଥେସଲନୀକୀୟ ଯିହୂଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରୁଛନ୍ତି ବୋଲି ଜାଣି ପାରିଲେ। ତେଣୁ ସେମାନେ ସେଠାକୁ ଆସି ଆନ୍ଦୋଳନ କରି ଲୋକ ସମୂହକୁ ମତେଇଲେ। 14 ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ। 15 ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା'ପରେ ସେମାନେ ଫେରିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center