Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 17:1-7

ଦାଉଦଙ୍କର ପ୍ରାର୍ଥନା

17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
    ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
    ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
    ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
    ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
    ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
    ତୁମ୍ଭର ଆଦେଶ ମାନିବାକୁ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
    ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
    ତେଣୁ ବର୍ତ୍ତମାନ ମୋର କଥା ଶୁଣ।
ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ
    ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
    ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
    ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।

ଗୀତସଂହିତା 17:15

15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
    ଓ ହେ ସଦାପ୍ରଭୁ, ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।

ଆଦିପୁସ୍ତକ 31:22-42

22 ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। 23 ତେଣୁ ଲାବନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା’ ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। 24 ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, “ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।”

ଗ୍ଭେରି ହୋଇଥିବା ଦେବତାଗଣର ଅନୁସନ୍ଧାନ

25 ତା’ ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମୟ ଦେଶ ଗିଲିୟଦରେ ଛାଉଣି ପକାଇଲେ।

26 ଲାବନ ଯାକୁବକୁ କହିଲେ, “ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ? 27 ମୋତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମୋତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥା’ନ୍ତି। 28 ତୁମ୍ଭେ ମୋର ନାତି ଓ କନ୍ୟାଗଣଙ୍କୁ ବିଦାୟ କାଳୀନ ଚୁମ୍ବନ କରିବାକୁ ଦେଲ ନାହିଁ। ତୁମ୍ଭେ ଏପରି ଅଜ୍ଞାନ କର୍ମ କାହିଁକି କଲ? 29 ତୁମ୍ଭକୁ ଆଘାତ କରିବା ପାଇଁ ମୋର ଶକ୍ତି ଅଛି। କିନ୍ତୁ ଗତ ରାତିରେ ତୁମ୍ଭ ପିତାଙ୍କର ପରମେଶ୍ୱର ସ୍ୱପ୍ନରେ ମୋତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ। 30 ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?”

31 ଯାକୁବ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ୟାମାନଙ୍କୁ ମୋ'ଠାରୁ ଦୂରେଇ ନେବ। 32 କିନ୍ତୁ ମୁଁ ତୁମ୍ଭର ଦେବତାଗଣଙ୍କୁ ଗ୍ଭେରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ୟା କରାଯିବ। ତୁମ୍ଭର ଲୋକମାନେ ମୋର ସାକ୍ଷୀ ରହିଲେ। ତୁମ୍ଭର ଏଠାରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଦେବତାଗଣଙ୍କୁ ଖୋଜି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନେଇ ପାରିବ।” ରାହେଲ ତାହା ଗ୍ଭେରି କରିଛନ୍ତି ବୋଲି, ଯାକୁବ ଜାଣି ନ ଥିଲେ।

33 ତେଣୁ ଲାବନ ଯାକୁବର ଛାଉଣିରେ ଖୋଜିଲେ। ତା'ପରେ ସେ ଲେୟାର ତମ୍ବୁରେ ଖୋଜିଲେ। ଏହା ପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ତମ୍ବୁରେ ଖୋଜିଲେ। କିନ୍ତୁ ସେଠାରେ ମଧ୍ୟ ସେ ପାଇଲେ ନାହିଁ। ଏହା ପରେ ଲାବନ ରାହେଲର ତମ୍ବୁକୁ ଗଲେ। 34 ରାହେଲ ସେହି ଦେବତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖୋଜିଲେ କିନ୍ତୁ କେଉଁଠାରେ ପାଇଲେ ନାହିଁ।

35 ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, “ମୋ’ ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।” ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।

36 ଏହା ପରେ ଯାକୁବ ବହୁତ କ୍ରୋଧ କଲେ। ଯାକୁବ କହିଲେ, “ମୋର କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମୋତେ ଗୋଡ଼ାଇଲ ଏବଂ ମୋତେ ଅଟକାଇଲ? 37 ମୋର ସମସ୍ତ ଦ୍ରବ୍ୟ ତୁମ୍ଭେ ଖୋଜିଲ କିନ୍ତୁ ତୁମ୍ଭର ଦେବତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତେବେ ତୁମ୍ଭେ ତାହା ଦେଖାଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ। 38 ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସେହି ସମସ୍ତ ସମୟରେ ତୁମ୍ଭର ମେଷ ଓ ଛେଳିଗୁଡ଼ିକ ଗର୍ଭପାତ ହୋଇ ନାହିଁ, କିମ୍ବା ମୁଁ ସେଗୁଡ଼ିକୁ ଖାଇଯାଇ ନାହିଁ। 39 ଯେତେବେଳେ ତୁମ୍ଭର ମେଷ ଓ ଛେଳି ହିଂସ୍ର ଜନ୍ତୁମାନଙ୍କ ଦ୍ୱାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦେଲି ନାହିଁ। କିନ୍ତୁ ମୋର ନିଜର ମେଷ ବା ଛେଳି ତା’ ସ୍ଥାନରେ ରଖିଲି। ଯଦି କିଛି ରାତି ବା ଦିନରେ ଗ୍ଭେରି ହେଉଥିଲା ମୋର ନିଜର ପଶୁ ତା’ ସ୍ଥାନରେ ଯୋଗାଇଲି। 40 ଦିନର ଖରା ଏବଂ ରାତିର ଥଣ୍ଡାରେ ମୁଁ କାର୍ଯ୍ୟ କରିଛି, ମୁଁ ନ ଶୋଇ ତୁମ୍ଭର ସେବା କଲି। 41 ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ। 42 ମୋହର ପୂର୍ବପୁରୁଷଙ୍କ ପରମେଶ୍ୱର ଅବ୍ରହାମଙ୍କ ପରମେଶ୍ୱର ଓ ଇ‌ସ୍‌ହାକଙ୍କର ଭୟନାଶକ ପରମେଶ୍ୱର ଯେବେ ମୋ’ ସହିତ ନ ଥା’ନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥା’ନ୍ତ। ପରମେଶ୍ୱର ମୋର ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”

ରୋମୀୟଙ୍କ ପ୍ରତି ପତ୍ର 1:8-15

ଧନ୍ୟବାଦ ପ୍ରାର୍ଥନା

ସର୍ବପ୍ରଥମେ ମୁଁ କହିବାକୁ ଗ୍ଭହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମୋର ପରମେଶ୍ୱରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧନ୍ୟବାଦ ଦେଉଛି। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ସାରା ସଂସାର ଚର୍ଚ୍ଚା କରୁଛି। ପ୍ରତିଥର ମୁଁ ପ୍ରାର୍ଥନା କଲାବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି। 10 ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ। ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇବା ଦ୍ୱାରା ମୁଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ। ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ। 11 ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦେଇ ଶକ୍ତିଶାଳୀ କରାଇବା ମୋର ଇଚ୍ଛା। 12 ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକଆରେକକୁ ନିଜ ନିଜର ବିଶ୍ୱାସ ଦ୍ୱାରା ସାହାଯ୍ୟ କରିବା। ତୁମ୍ଭମାନଙ୍କ ବିଶ୍ୱାସ ମୋତେ ଓ ମୋ’ ବିଶ୍ୱାସ ତୁମ୍ଭମାନଙ୍କୁ ସାହାଯ୍ୟ କରିବ।

13 ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଗ୍ଭହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଗ୍ଭହେଁ।

14 ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସେବା କରିବାକୁ ଉଚିତ୍ ମନେ କରେ। 15 ସେଥିପାଇଁ ମୁଁ ରୋମରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ସୁସମାଗ୍ଭର ଦେବାକୁ ଇଚ୍ଛା କରୁଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center