Revised Common Lectionary (Semicontinuous)
ଦାଉଦଙ୍କର ପ୍ରାର୍ଥନା
17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
2 ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
3 ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
4 ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
ତୁମ୍ଭର ଆଦେଶ ମାନିବାକୁ।
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
6 ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
ତେଣୁ ବର୍ତ୍ତମାନ ମୋର କଥା ଶୁଣ।
7 ପରମେଶ୍ୱର ତୁମ୍ଭର ଅଦ୍ଭୂତ କରୁଣା ଦେଖାଅ
ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
ଓ ହେ ସଦାପ୍ରଭୁ, ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।
ଛାଡ଼ିବା ସମୟରେ ଯାକୁବ ଦୌଡ଼ି ପଳାଇଲେ
31 ଦିନେ ଯାକୁବ, ଲାବନ ଓ ତା'ର ପୁତ୍ରମାନେ କଥାବାର୍ତ୍ତା ହେଉଥିବାର ଶୁଣିଲେ। ସେମାନେ କହିଲେ, “ଯାକୁବ ସବୁକିଛି ନେଇ ଯାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନେଇ ସେ ଧନୀ ହୋଇଛି।” 2 ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା’ ସହିତ ବ୍ୟବହାର କରୁ ନାହିଁ। 3 ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ନିଜ ଦେଶର ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ। ମୁଁ ତୁମ୍ଭ ସହିତ ରହିବି।”
4 ତେଣୁ ଯାକୁବ ପଶୁପଲ ନିକଟକୁ ଯାଇ ତାଙ୍କୁ ଦେଖା କରିବାକୁ ଲେୟା ଓ ରାହେଲକୁ କହିଲେ। 5 ଯାକୁବ ରାହେଲ ଓ ଲେୟାକୁ କହିଲେ, “ମୁଁ ଦେଖୁଛି ଯେ, ତୁମ୍ଭର ପିତା ମୋତେ ଯେପରି ବ୍ୟବହାର କରୁଥିଲେ ସେପରି କରୁ ନାହାନ୍ତି। କିନ୍ତୁ ମୋ’ ପିତାଙ୍କର ପରମେଶ୍ୱର ମୋ’ ସହିତ ଅଛନ୍ତି। 6 ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ଖଟିଛି। 7 ତୁମ୍ଭର ପିତା ମୋତେ ପ୍ରତାରଣା କଲେ। ତୁମ୍ଭର ପିତା ମୋର ବେତନ ଦଶ ଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କଲେ। ସେ ଲାବନକୁ ମୋର କ୍ଷତି କରିବାକୁ ଦେଲେ ନାହିଁ।
8 “ଥରେ ଲାବନ କହିଲେ, ‘ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହି ସାରିବା ପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମୋର ହେଲା। କିନ୍ତୁ ଏହା ପରେ ଲାବନ କହିଲେ, ‘ଗାର-ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେହିସବୁ ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହିସାରିବା ପରେ, ସମସ୍ତ ପଶୁମାନେ ରେଖାଙ୍କିତ ପଶୁମାନଙ୍କୁ ଜନ୍ମ ଦେଲେ। 9 ତେଣୁ ପରମେଶ୍ୱର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମୋତେ ଦେଲେ।
10 “ସେହି ସମୟରେ ମୁଁ ଏକ ସ୍ୱପ୍ନ ଦେଖିଥିଲି, ଯେଉଁ ପୁଂ ଛାଗ ମାଇ ଛାଗ ସହିତ ସଙ୍ଗମ କଲେ। ସେମାନେ ରେଖାଯୁକ୍ତ ଛିଟିଛିଟିକା ଓ ଦାଗ-ଦାଗ ଏବଂ ବିନ୍ଦୁଚିହ୍ନିତ ହୋଇଥିଲେ। 11 ସେତେବେଳେ ପରମେଶ୍ୱରଙ୍କର ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ!
“ମୁଁ କହିଲି, ‘ହଁ ମହାଶୟ, ମୁଁ ଏହିଠାରେ ଅଛି।’
12 “ପରମେଶ୍ୱରଙ୍କ ଦୂତ କହିଲେ, ‘ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଙ୍ଗମ କରୁଥିବା ପ୍ରତ୍ୟେକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟିକା ଓ ଦାଗ-ଦାଗ ହୋଇଗଲେ। ମୁଁ ଏହା ହେବାକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ୟବହାର କଲା ମୁଁ ଦେଖିଲି। 13 ମୁଁ ବୈଥେଲ୍ର ସେହି ପରମେଶ୍ୱର। ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମୋ’ ପାଖରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏହି ଭୂମି ପରିତ୍ୟାଗ କରି ତୁମ୍ଭର ଗୃହକୁ ଯାଅ।’”
14 ରାହେଲ ଓ ଲେୟା ଉତ୍ତର ଦେଲେ, “ପିତାଙ୍କ ସମ୍ପତ୍ତିକୁ ପାଇବା ପାଇଁ କିଛି ବାକି ନାହିଁ। 15 ଆମ୍ଭେ ତାଙ୍କ ଆଖିରେ ବିଦେଶୀନି ତୁଲ୍ୟ। ସେ କେବଳ ଆମ୍ଭକୁ ତୁମ୍ଭଠାରେ ବିକ୍ରୟ କରି ନାହାନ୍ତି।” ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ଯାହା ଆମ୍ଭମାନଙ୍କର ହେବାର ଥିଲା। 16 ଏଣୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ୱର ଯାହା କହିଲେ, ତୁମ୍ଭେ ତାହା କର।”
17 ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। 18 ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ।
19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।
20 ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। 21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ।
ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ
(ଲୂକ 11:9-13)
7 “ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। 8 କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠକ୍ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ।
9 “ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। 10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? 11 ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!
2010 by World Bible Translation Center