Revised Common Lectionary (Semicontinuous)
ଲାବନ ଯାକୁବଙ୍କୁ ଫାନ୍ଦରେ ପକାଇଲେ
15 ଦିନେ ଲାବନ ଯାକୁବଙ୍କୁ କହିଲେ, “ତୁମ୍ଭେ ମୋର କୁଟୁମ୍ବ ବୋଲି କ’ଣ ବିନା ବର୍ତ୍ତନରେ ମୋର ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ।”
16 ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅର ନାମ ଲେୟା ଓ ସାନ ଝିଅର ନାମ ରାହେଲ।
17 ରାହେଲ ବହୁତ ସୁନ୍ଦରୀ, ରୂପବତୀ ଥିଲେ ଏବଂ ଲେୟାର ନୟନ କୋମଳ ଓ ଦୁର୍ବଳ ଥିଲା[a] 18 ଯାକୁବ ରାହେଲକୁ ପ୍ରେମ କଲେ। ଯାକୁବ ଲାବନକୁ କହିଲେ, “ମୁଁ ତୁମ୍ଭ ପାଇଁ ସାତ ବର୍ଷ କାମ କରିବି ଯଦି ତୁମ୍ଭେ ମୋତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।”
19 ଲାବନ କହିଲା, “ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହେବ। ତେଣୁ ତୁମ୍ଭେ ମୋ’ ସହିତ ରୁହ।”
20 ତେଣୁ ଯାକୁବ ତାଙ୍କ ସହ ସେଠାରେ ସାତ ବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ୍ କମ ସମୟ ପରି ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।
21 ସାତ ବର୍ଷ ପରେ ଯାକୁବ ଲାବନକୁ କହିଲେ, “ମୋତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମୋର କାମ କରିବା ସମୟ ସରି ଯାଇଛି।”
22 ତେଣୁ ଲାବନ ସେଠାକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ। 23 ସେହି ଦିନ, ରାତିରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲେୟାକୁ ଆଣିଲେ। ଯାକୁବ ଏବଂ ଲେୟା ଉଭୟ ସହବାସ କଲେ। 24 ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦେଲେ। 25 ତା’ ପରଦିନ ପ୍ରଭାତରେ ଯାକୁବ ଦେଖିଲେ ସେ ଯାହା ସହିତ ରାତି ବିତାଇଛନ୍ତି ସେ ଲେୟା ଥିଲା। ଯାକୁବ ଲାବନକୁ କହିଲେ, “ତୁମ୍ଭେ ମୋତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ଯଦ୍ଦ୍ୱାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମୋତେ ଠକିଲ?”
26 ଲାବନ କହିଲେ, “ଆମ୍ଭ ଦେଶରେ ଅଛି ଯେ, ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରି ପାରିବ ନାହିଁ। 27 କିନ୍ତୁ ତୁମ୍ଭେ ଏଠାରେ ବିବାହ ଉତ୍ସବ ସାତ ଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦେବି। କିନ୍ତୁ ତୁମ୍ଭକୁ ମୋ’ ପାଇଁ ଆଉ ସାତ ବର୍ଷ ପରିଶ୍ରମ କରିବାକୁ ପଡ଼ିବ।”
28 ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହା ପରେ ଲାବନ ରାହେଲକୁ ତା'ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ।
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
ପରମେଶ୍ୱର ଇସ୍ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
ଏବଂ ସେହି ଭୂମି ତୁମ୍ଭର ହେବ।”
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
ଆରୋହଣ ଗୀତ।
128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।
2 ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
3 ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
4 ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
5 ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
6 ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।
ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
26 ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ। 27 ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।
28 ଆମ୍ଭେ ଜାଣୁ ଯେ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ପ୍ରତେକ ବିଷୟରେ ମଙ୍ଗଳ ଜନ୍ମାନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହା ହିଁ ତାହାଙ୍କର ଯୋଜନା ଥିଲା। 29 ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ୱର ନିର୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା'ହେଲେ ଯୀଶୁ ଅନେକ ଭାଇ ଭଉଣୀ ମାନଙ୍କ ଭିତରେ ପ୍ରଥମଜାତ[a] ବୋଲି ଧରା ହେବେ। 30 ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ।
ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ପ୍ରେମ
31 ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ। 32 ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ। 33 ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି। 34 କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି। 35 ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା'ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! 36 ଶାସ୍ତ୍ରରେ ଏହିପରି ଲେଖା ଅଛି:
“ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ।
ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।”(A)
37 କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ। 38-39 ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ।
ଯୀଶୁ ଅନେକ ଦୃଷ୍ଟାନ୍ତ ଦ୍ୱାରା ଶିକ୍ଷା ଦେଲେ
(ମାର୍କ 4:30-34; ଲୂକ 13:18-21)
31 ତା'ପରେ ଯୀଶୁ ସେହି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ଦାନା ଭଳି। ଜଣେ ତାକୁ ନେଇ ତା’ କ୍ଷେତରେ ଲଗାଏ। 32 ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।”
33 ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।”
ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ
44 “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।
45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା'ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।
ମାଛଧରା ଜାଲର ଦୃଷ୍ଟାନ୍ତ
47 “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48 ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49 ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50 ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।”
51 ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?”
ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।”
52 ତା'ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”
2010 by World Bible Translation Center