Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105:1-11

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
    ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
    ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
    ପରମେଶ୍ୱର ଇସ୍‌ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
    ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
    ଏବଂ ସେହି ଭୂମି ତୁମ୍ଭର ହେବ।”

ଗୀତସଂହିତା 105:45

45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ଆଦିପୁସ୍ତକ 29:1-8

ଯାକୁବ ରାହେଲଙ୍କୁ ସାକ୍ଷାତ କଲେ

29 ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ। ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା। ଯେତେବେଳେ ସବୁ ମେଷପଲ ସେହି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତେବେଳେ ମେଷପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମେଷମାନେ ପାଣି ପିଇ ସାରିବା ପରେ ସେମାନେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କରନ୍ତି।

ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, “ହେ ଭାଇମାନେ ତୁମ୍ଭର ଘର କେଉଁଠି?”

ସେମାନେ ଉତ୍ତର ଦେଇ କହିଲେ, “ଆମ୍ଭ ଘର ହାରଣରେ।”

ଏହା ପରେ ଯାକୁବ କହିଲେ, “ତୁମ୍ଭେମାନେ ଲାବନଙ୍କୁ ଜାଣିଛ କି, ଯେ କି ନାହୋରର ପୁତ୍ର?”

ମେଷପାଳକମାନେ କହିଲେ, “ହଁ, ଆମ୍ଭେମାନେ ତାଙ୍କୁ ଜାଣିଛୁ।”

ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ସେ କିପରି ଅଛନ୍ତି?”

ସେମାନେ ଉତ୍ତର ଦେଲେ, “ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।”

ଯାକୁବ କହିଲେ, “ଦେଖ, ଏବେ ବହୁତ ବେଳ ଅଛି। ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ। ତୁମ୍ଭେମାନେ ମେଷଗଣଙ୍କୁ ଜଳପାନ କରାଇ ପୁନର୍ବାର ଚରାଇବାକୁ ନେଇଯାଅ।”

କିନ୍ତୁ ମେଷପାଳକ କହିଲେ, “ଯେପର୍ଯ୍ୟନ୍ତ ସମସ୍ତ ମେଷ ଏକତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମ୍ଭେ ଏହା କରି ପାରିବୁ ନାହିଁ। ସମସ୍ତ ଏକତ୍ର ହେବାପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢ଼ିବୁ ଏବଂ ସମସ୍ତ ମେଷମାନେ ପାଣି ପିଇ ପାରିବେ।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:14-20

14 ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁ ନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚେତନ କରାଉଛି। 15 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, ସୁସମାଗ୍ଭର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମ୍ଭମାନଙ୍କର ପିତା ହୋଇଛି। 16 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭେମାନେ ମୋ’ ପରି ହୁଅ। 17 ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।

18 ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ। 19 କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ଓ ଅହଂକାର କରୁଥିବା ଲୋକମାନେ କ’ଣ ଅଧିକ କାର୍ଯ୍ୟ କରୁଛନ୍ତି ତାହା ମୁଁ ଦେଖିବାକୁ ଗ୍ଭହେଁ। 20 ଏହା ମୁଁ ଦେଖିବାକୁ ଇଚ୍ଛାକରେ, କାରଣ ପରମେଶ୍ୱରଙ୍କ ରାଜ୍ୟ କେବଳ କଥାରେ କହିବା ବିଷୟ ବସ୍ତୁ ନୁହେଁ, ମାତ୍ର ଶକ୍ତିର ବିଷୟ ଅଟେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center