Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 139:13-18

13 ସଦାପ୍ରଭୁ, ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।[a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା'ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା'ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

ଆଦିପୁସ୍ତକ 32:3-21

ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ। ଯାକୁବ ଦୂତମାନଙ୍କୁ କହିଲେ, “ଏହି କଥା ମୋର ଜ୍ୟେଷ୍ଠ ଭ୍ରାତା ଏଷୌଙ୍କୁ କୁହ, ‘ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି। ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’”

ଦୂତଗଣ ଯାକୁବଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।”

ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ। ଯାକୁବ ଚିନ୍ତା କଲେ, “ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତେବେ ଅନ୍ୟ ଦଳ ଦୌଡ଼ିଯାଇ ଜୀବନ ରକ୍ଷା କରିବେ।”

ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇ‌ସ୍‌ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ। 10 ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ। 11 ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ। 12 ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କେହି ଗଣି ପାରିବେ ନାହିଁ।’”

13 ଯାକୁବ ରାତିରେ ସେହି ସ୍ଥାନରେ ରହିଲେ, ତାଙ୍କର ଭାଇ ଏଷୌକୁ କିଛି ଉପହାର ଦେବା ପାଇଁ ଯାକୁବ ପ୍ରସ୍ତୁତ ହେଲେ। 14 ଯାକୁବ ଦୁଇଶହ ମାଈଛେଳି ଓ କୋଡ଼ିଏଟି ଛେଳି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦେବାକୁ ସ୍ଥିର କଲେ। 15 ଯାକୁବ ସବତ୍ସା ଦୁ‌ଗ୍‌ଧବତୀ ତିରିଶ୍ ମାଈଓଟ, ଗ୍ଭଳିଶ୍ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶ ଗୋଟି ବାଛୁରି ପ୍ରସ୍ତୁତ କଲେ। 16 ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ମୋର ଆଗେ ଆଗେ ଯାଅ। ପୁଣି ମଝିରେ ମଝିରେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।” 17 ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, “ଯେତେବେଳେ ଏଷୌ, ମୋର ଭାଇ ତୁମ୍ଭ ପାଖକୁ ଆସି ପଗ୍ଭରେ, ‘ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?’ 18 ତା'ପରେ ତୁମ୍ଭେ ଉତ୍ତର ଦେବ, ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମୋର ମୁନିବ ଯାକୁବ ତୁମ୍ଭକୁ ଏହା ଉପହାର ଦେଇଛନ୍ତି। ଏବଂ ଯାକୁବ ମଧ୍ୟ ଆମ ପଛେ ପଛେ ଆସୁଛନ୍ତି।”’

19 ଯାକୁବ ଏହିପରି କହିବାକୁ ତାଙ୍କର ଦ୍ୱିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, “ତୁମ୍ଭେ ସମସ୍ତେ ଏହିପରି କହିବ ଯେତେବେଳେ ଏଷୌକୁ ତୁମ୍ଭେମାନେ ଭେଟିବ। 20 ତୁମ୍ଭେମାନେ କହିବ, ‘ଏହିସବୁ ତୁମ୍ଭ ପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛରେ ଆସୁଛନ୍ତି।’”

ଯାକୁବ ଭାବିଲେ, “ଯଦି ମୁଁ ଏହି ଲୋକମାନଙ୍କୁ ଉପହାର ଦେଇ ଆଗରେ ପଠାଇ ଦିଏ, ହୋଇପାରେ ଏଷୌ ମୋତେ କ୍ଷମା ଦେଇପାରେ ଏବଂ ମୋତେ ଗ୍ରହଣ କରିପାରେ।” 21 ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରିରେ ସେହି ଛାଉଣିରେ ରହିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:12-20

12 ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।

13 ତା'ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।”

ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”

ପୃଥିବୀରୁ ଶସ୍ୟ କଟା ହେବ

14 ତା'ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା। 15 ତା'ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।” 16 ତେଣୁ ମେଘ ଉପରେ ଯିଏ ବସିଥିଲେ, ସେ ପୃଥିବୀର ଶସ୍ୟରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ୟ କଟାଗଲା।

17 ତା'ପରେ ଆଉ ଜଣେ ସ୍ୱର୍ଗ ଦୂତ ସ୍ୱର୍ଗର ମନ୍ଦିର ଭିତରୁ ଆସିଲେ। ତାହାଙ୍କର ମଧ୍ୟ ଗୋଟିଏ ଧାରୁଆ ଦାଆ ଥିଲା। 18 ତା'ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।” 19 ତା'ପରେ ସ୍ୱର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ୱରଙ୍କର କ୍ରୋଧ ରୂପ ଦ୍ରାକ୍ଷାପେଷା କୁଣ୍ଡରେ ସେଗୁଡ଼ିକୁ ପକାଇ ଦେଲେ। 20 ନଗର ବାହାରେ ଦ୍ରାକ୍ଷା ଫଳ ସବୁ ସେହି ଦ୍ରାକ୍ଷାପେଷା କୁଣ୍ଡରେ ଚିପୁଡ଼ା ହେଲା। ସେହି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ଯ୍ୟନ୍ତ ଉପରକୁ ଉଠି 300 କିଲୋମିଟର ପର୍ଯ୍ୟନ୍ତ ରକ୍ତ ସ୍ରୋତ ହୋଇ ବହିବାରେ ଲାଗିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center