Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
24 ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ।
ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି।
21 “ପରମେଶ୍ୱର କହିଲେ, ଜାତିମାନଙ୍କ ମଧ୍ୟରେ ମୋର ମହିମା ସ୍ଥାପନ କରିବି। ସେମାନେ ସେହି ଦଣ୍ଡ ଦେଖିବେ ଯାହା ମୁଁ ମୋର ହସ୍ତ ଉଠାଇ ପ୍ରୟୋଗ କରିଅଛି। 22 ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ। 23 ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ଖଡ଼୍ଗରେ ପତିତ ହେଲେ। 24 ସେମାନଙ୍କର ପାପ ଓ ଅପରାଧ ଅନୁସାରେ ମୁଁ ସେମାନଙ୍କୁ ବ୍ୟବହାର କଲି। ମୁଁ ସେମାନଙ୍କଠାରୁ ମୋର ମୁହଁ ଲୁଗ୍ଭଇଲି।”
25 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି। 26 ସେମାନେ ସର୍ବଦା ମୋ’ ବିରୁଦ୍ଧରେ ଯାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସେମାନେ ନିରାପଦରେ ଆପଣା ଦେଶରେ ବାସ କରିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। 27 ମୁଁ ସେମାନଙ୍କୁ ଯେଉଁ ଦିନ ନାନା ଜାତି ମଧ୍ୟରୁ ପୁନର୍ବାର ଆଣିବି ଏବଂ ସେମାନଙ୍କୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନେକ ଦେଶମାନଙ୍କ ଦୃଷ୍ଟିରେ ମୁଁ ମୋର ପବିତ୍ରତା ସେମାନଙ୍କ ମଧ୍ୟରେ ଦେଖାଇବି। 28 ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ। 29 ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।
13 ପରମେଶ୍ୱର ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ। ପରମେଶ୍ୱରଙ୍କ ବ୍ୟତୀତ ମହାନ ଲୋକ ଆଉ କେହି ନାହାନ୍ତି। ଅତଏବ ପରମେଶ୍ୱର ନିଜ ନାମରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି। 14 ପରମେଶ୍ୱର କହିଲେ: “ମୁଁ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।”(A) 15 ଅବ୍ରହାମ ଧୈର୍ଯ୍ୟପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ଫଳପ୍ରାପ୍ତ ହେଲେ।
16 ମନୁଷ୍ୟମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନେଇ ଶପଥ କରିଥା’ନ୍ତି। ଏହା ଦ୍ୱାରା ସେମାନଙ୍କର କଥାର ସତ୍ୟତା ପ୍ରମାଣିତ ହୁଏ ଓ ସେମାନଙ୍କ ବିବାଦର ନିଷ୍ପତ୍ତି ହୁଏ। 17 ପରମେଶ୍ୱର ନିଜ ପ୍ରତିଜ୍ଞାର ସତ୍ୟତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେବାକୁ ଗ୍ଭହିଁଲେ ଯେ ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ୱର ଯାହା କହନ୍ତି, ତାହା ନିଶ୍ଚିତ ହେବ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ୟ କରନ୍ତି। 18 ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ।
ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ। 19 ଆମ୍ଭର ସେହି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢ଼ୁଆଳରେ ଥିବା ପବିତ୍ର ସ୍ଥାନରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରଖେ। 20 ଯୀଶୁ ଆଗରୁ ସେଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲ୍କୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାଯାଜକ ଅଟନ୍ତି।
2010 by World Bible Translation Center