Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 142

ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।

142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
    ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
    ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
    କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
    ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।

ମୋର ଚତୁର୍ପାର୍ଶ୍ୱରେ
    କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
    କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
    “ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
    ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେହି ଲୋକମାନେ ମୋ'ଠାରୁ ଅଧିକ ଶକ୍ତିଶାଳୀ।
ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
    ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
    କାରଣ ତୁମ୍ଭେ ମୋର ଯତ୍ନ ନେଲ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 49:7-11

ଇଦୋମ ବିଷୟରେ ଏକ ବାର୍ତ୍ତା

ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି,

“ତୈମନରେ ଆଉ କ’ଣ ଜ୍ଞାନ ନାହିଁ?
    ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି?
    ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?
ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ।
    ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର।
    କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା।

“ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ
    କିଛି ଫଳ ଗଛରେ ଛାଡ଼ିଥା’ନ୍ତି।
ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି,
    ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ।
10 କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ
    ଏବଂ ତା'ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ।
ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ।
    ତା'ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ।
11 ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ।
    ଆମ୍ଭେ ସେମାନଙ୍କୁ ଜୀବିତ ରଖିବା।
    ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।”

ଏଫିସୀୟଙ୍କ ପ୍ରତି ପତ୍ର 4:17-5:2

କିଭଳି ଜୀବନ-ଯାପନ କରିବା ଉଚିତ୍

17 ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ। 18 ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ। 19 ସେମାନଙ୍କର ଲଜ୍ଜା ନାହିଁ। ସେମାନେ ମନ୍ଦ କାର୍ଯ୍ୟ କରି ଜୀବନଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂପେ କରିବାକୁ ସେମାନଙ୍କର ଇଚ୍ଛା। 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଶିଖିଲ, ସେଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। 21 ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। 22 ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ିଦିଅ। କାରଣ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଭଲ ପାଇବାରୁ ତଦ୍ଦ୍ୱାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳରେ ପୁରୁଣା ରୂପ ଦ୍ୱାରା ମନ୍ଦ ଆହୁରି ହୋଇଯାଏ। 23 ମାତ୍ର, ତୁମ୍ଭମାନଙ୍କୁ ହୃଦୟରେ ଓ ଭାବନାରେ ନୂତନ ହେବାକୁ ପଡ଼ିବ। 24 ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ।

25 ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ। 26 ଯେତେବେଳେ ତୁମ୍ଭର କ୍ରୋଧ ହୁଏ, ସେତେବେଳେ ଅତି କ୍ରୋଧୀ ହୋଇ ପାପ କର ନାହିଁ। 27 ଦିନସାରା କ୍ରୋଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ। 28 ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା'ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ।

29 ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ। 30 ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି। 31 କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ। 32 ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ।

ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center