Revised Common Lectionary (Semicontinuous)
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ'ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
ଶମରିୟା ଓ ଇସ୍ରାଏଲ ଦଣ୍ତିତ ହେବେ
1 ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ୍, ଆହସ ଓ ହିଜକିୟ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମୋରେଷ୍ଟୀୟ। ସେ ଶମରିୟା ଓ ଯିରୁଶାଲମ ବିଷୟରେ ଏହି ଦର୍ଶନ ଲାଭ କଲେ।
2 ହେ ସମସ୍ତ ଲୋକେ, ଶୁଣ!
ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ଶୁଣ।
ମୋର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ।
ତୁମ୍ଭମାନଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ସ୍ୱରୂପ ଆସିବେ।
3 ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି।
ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
4 ତାଙ୍କର ଆଗମନରେ ପର୍ବତଗୁଡ଼ିକ ଅଗ୍ନି ନିକଟରେ
ମହମ ତରଳିଲା ପରି ତରଳି ଯିବ।
ଉପତ୍ୟକାଗୁଡ଼ିକ ବିଦୀର୍ଣ୍ଣ ହେବ
ଏବଂ ଜଳ ଗଡ଼ାଣିରେ ବହିଲା ପରି ନିମ୍ନକୁ ଗଡ଼ି ଆସିବ।
5 କାରଣ ଯାକୁବ ଓ ଇସ୍ରାଏଲ ବଂଶର ପାପ ଯୋଗୁଁ
ଏହା ଘଟିଅଛି।
ଶମରିୟା-ପାପର କାରଣ
ଶମରିୟା ଯାକୁବର
ପାପର କାରଣ ଥିଲା।
ଯିହୁଦାର ଉଚ୍ଚସ୍ଥଳୀ
ଯିରୁଶାଲମ ଥିଲା।
ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ଜୀବନ
4 ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ। 2 ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ’ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ମାଧ୍ୟମରେ ଆମ୍ଭେ ତୁମ୍ଭମାନଙ୍କୁ ସେହି କଥାଗୁଡ଼ିକ କହିଛୁ। ପରମେଶ୍ୱର ଇଚ୍ଛା କରନ୍ତି ଯେ, ତୁମ୍ଭେମାନେ ପବିତ୍ର ହୁଅ। 3 ସେ ଗ୍ଭହାନ୍ତି ଯେ, ତୁମ୍ଭେମାନେ ଯୌନଗତ ପାପଗୁଡ଼ିକରୁ ଦୂରରେ ରୁହ। 4 “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ।[a] 5 ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ନିଜ ଶରୀରର ଏପରି ବ୍ୟବହାର କରନ୍ତି। 6 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। 7 ପରମେଶ୍ୱର ଆମ୍ଭକୁ ପବିତ୍ର ହେବା ପାଇଁ ଆହ୍ୱାନ କରିଛନ୍ତି। ଆମ୍ଭେ ପାପରେ ଜୀବନଯାପନ କରିବା ପାଇଁ ସେ ଗ୍ଭହାନ୍ତି ନାହିଁ। 8 ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି।
2010 by World Bible Translation Center