Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:105-112

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ଦ୍ୱିତୀୟ ବିବରଣ 32:1-10

32 “ହେ ଆକାଶମଣ୍ତଳ ଶୁଣ, ମୁଁ କହିବି,
    ପୃଥିବୀ ମୋର ବାକ୍ୟ ଶୁଣ।
ମୋର ଉପଦେଶ ବର୍ଷା ପରି ବର୍ଷିବ।
    ମୋର ବାଣୀ ଶିଶିର ପରି କ୍ଷରିବ।
ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ
    ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି,
    ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।

“ସେତ ଶୈଳ, ତାଙ୍କର କର୍ମ ସିଦ୍ଧ।
    କାରଣ ତାଙ୍କର ସକଳ ପଥ ଯଥାର୍ଥ।
ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର।
    ସେ ଉତ୍ତମ ଓ ସତ୍ୟ।
ସେମାନେ ତାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି।
    ସେମାନେ ତାଙ୍କର ସନ୍ତାନ ନୁହନ୍ତି।
    ମାତ୍ର ସନ୍ତାନମାନଙ୍କର କଳଙ୍କ, ସେମାନେ ବିପଥଗାମୀ ଓ କୁଟିଳ ବଂଶ।
ହେ ମୂର୍ଖ ଓ ଅଜ୍ଞାନ ଲୋକେ,
    ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ?
ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି,
    ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।

“ପୂର୍ବକାଳର ଦିନସବୁ ସ୍ମରଣ କର,
    ଗତ ବହୁ ପୁରୁଷର ବର୍ଷ ବିବେଚନା କର।
ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ।
    ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ।
ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ
    ସେମାନଙ୍କ ଅଧିକାର ଦେଲେ,
ଯେତେବେଳେ ସେ ମନୁଷ୍ୟ ସନ୍ତାନ[a]ମାନଙ୍କୁ ପୃଥକ କଲେ।
    ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ।
ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ,
    ଯାକୁବ ତାଙ୍କର ଅଧିକାରର ବାଣ୍ଟ।

10 “ସଦାପ୍ରଭୁ ଯାକୁବଙ୍କୁ ପ୍ରାନ୍ତର ଦେଶରେ
    ଓ ପଶୁ ବୋବାଳି ପୂର୍ଣ୍ଣ ଘୋର ମରୁଭୂମିରୁ ପାଇଲେ,
ସେ ତାହାଙ୍କୁ ଗ୍ଭରିଆଡ଼କୁ ଘେରି ରଖିଲେ।
    ସେ ତାହାଙ୍କୁ ସୁରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ୟବାନ୍ ସମ୍ପତ୍ତି ପରି।

ରୋମୀୟଙ୍କ ପ୍ରତି ପତ୍ର 15:14-21

ପାଉଲ ନିଜ କାର୍ଯ୍ୟ ବିଷୟରେ କହୁଛନ୍ତି

14 ମୋ’ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେମାନେ ଭଲ ଗୁଣରେ ପରିପୂର୍ଣ୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେମାନେ ପରସ୍ପରକୁ ଶିକ୍ଷା ଦେଇ ପାରିବ। 15 କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖୋଲି ଭାବେ କେତେକ ବିଷୟରେ ଲେଖିଥିଲି। ପରମେଶ୍ୱରଙ୍କଠାରୁ ବିଶେଷ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି। 16 ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା।

17 ମୁଁ ଗର୍ବ କରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ରହି ମୁଁ ପରମେଶ୍ୱରଙ୍କ ସେବା କରିଛି। 18 ମୁଁ ନିଜେ କରିଥିବା କାର୍ଯ୍ୟ ବିଷୟରେ କିଛି କହିବି ନାହିଁ। ମୁଁ କେବଳ ସେହି କଥା ଗୁଡ଼ିକ କହିବି, ଯାହା ଖ୍ରୀଷ୍ଟ ଯୀଶୁ ମୋ’ ଦ୍ୱାରା କରିଛନ୍ତି ଯଦ୍ଦ୍ୱାରା ଅଣଯିହୂଦୀମାନେ ପରମେଶ୍ୱରଙ୍କ ବାଧ୍ୟ ହେବେ। ସେମାନେ ମୋ’ କଥା ଓ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କୁ ମାନିଛନ୍ତି। 19 ସେମାନେ ଆଶ୍ଚର୍ଯ୍ୟକର୍ମ ଓ ଅଦ୍ଦ୍‌‌ଭୂତ ଘଟଣା ମାଧ୍ୟମରେ ପବିତ୍ରଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୁଶାଲମଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି। 20 ମୁଁ ସେହି ଜାଗାମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବାକୁ ଇଚ୍ଛା କରେ, ଯେଉଁଠାରେ ଖ୍ରୀଷ୍ଟଙ୍କର ନାମ ମଧ୍ୟ ଲୋକମାନେ ଶୁଣି ନାହାନ୍ତି। ଏପରି କରିବା ଉଲେଖ୍ୟ ଯେ, ଅନ୍ୟ ଲୋକ ଦ୍ୱାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ଯ୍ୟକୁ ଯେପରି ମୁଁ ଆଉଥରେ ନ କରେ। 21 କିନ୍ତୁ ଶାସ୍ତ୍ରରେ ଏହିପରି ଲେଖା ହୋଇଛି:

“ଯେଉଁ ଲୋକମାନଙ୍କୁ ତାହାଙ୍କ ବିଷୟରେ କୁହାଯାଇ ନାହିଁ, ସେମାନେ ତାହାଙ୍କୁ ଦେଖିବେ
    ଓ ଯେଉଁମାନେ ତାହାଙ୍କ ବିଷୟରେ ଶୁଣି ନାହାନ୍ତି, ସେମାନେ ବୁଝିବେ।”(A)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center