Revised Common Lectionary (Semicontinuous)
ସେ (ସ୍ତ୍ରୀ) ପୁନର୍ବାର କହିଲେ
8 ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି।
ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ
ଡେଇଁ ଡେଇଁ ଆସୁ ଅଛନ୍ତି।
9 ମୋହର ପ୍ରିୟତମ ଏକ ହରିଣ
ଓ ଏକ ତରୁଣ ମୃଗତୁଲ୍ୟ।
ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି,
ପ୍ରାଚୀର ପଛେ ଠିଆ ହୋଇଅଛନ୍ତି।
ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10 ମୋହର ପ୍ରିୟତମ କଥା କହିଲେ
ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ,
ବାହାରି ଆସ।
11 କାରଣ ଦେଖ ଶୀତ ଗ୍ଭଲିଯାଇଛି
ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି।
ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି।
ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି।
ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି।
ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ
ଏବଂ ବାହାରକୁ ଆସ।”
ଏଷୌ ତାଙ୍କ ପିତାଙ୍କର “ଆଶୀର୍ବାଦ” ଗ୍ଭହେଁ
30 ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଇ ସାରିଲେ। ଏହା ପରେ ସେ ସେହି ସ୍ଥାନ ପରିତ୍ୟାଗ କଲେ। ଏହି ସମୟରେ ଏଷୌ ଶିକାରରୁ ଫେରିଲେ। 31 ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, “ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମୋତେ ଆଶୀର୍ବାଦ କରିବ।”
32 କିନ୍ତୁ ଇସ୍ହାକ ତାଙ୍କୁ କହିଲେ, “ତୁମ୍ଭେ କିଏ?”
ସେ ଉତ୍ତର ଦେଲେ, “ମୁଁ ତୁମ୍ଭର ପ୍ରଥମ ପୁତ୍ର ଏଷୌ ଅଟେ।”
33 ଏହା ପରେ ଇସ୍ହାକ ବହୁତ ବ୍ୟସ୍ତ ହେଲେ ଏବଂ କହିଲେ, “ତେବେ ସିଏ କିଏ ଥିଲା, ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶୀର୍ବାଦ କଲି। ବର୍ତ୍ତମାନ ମୋର ଆଶୀର୍ବାଦ ଫେରାଇବା ପାଇଁ ଡେରି ହୋଇଛି।”
34 ଏଷୌ ପିତାଙ୍କର କଥା ଶୁଣିଲେ! ସେ ବହୁତ ରାଗିଗଲେ ଏବଂ ଚିତ୍କାର କଲେ। ସେ ତାଙ୍କ ପିତାଙ୍କୁ କହିଲେ, “ତେବେ ମୋତେ ଆଶୀର୍ବାଦ କର ପିତା।”
35 ଇସ୍ହାକ କହିଲେ, “ତୁମ୍ଭର ଭାଇ ମୋତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନେଇଗଲା।”
36 ଏଷୌ କହିଲେ, “ତା'ର ନାମ ହେଲା ଯାକୁବ ତାହା କ’ଣ ଯଥାର୍ଥ ନୁହେଁ। ସେ ମୋତେ ଦୁଇଥର ପ୍ରବଞ୍ଚନା କଲା। ସେ ମୋର ଜ୍ୟେଷ୍ଠ ଅଧିକାର ଛଡ଼ାଇ ନେଲା। ଏବଂ ମୋର ଆଶୀର୍ବାଦ ନେଇଗଲା।” ଏହା ପରେ ଏଷୌ କହିଲେ, “ମୋ’ ପାଇଁ କିଛି ଆଶୀର୍ବାଦ ରଖିଛ କି?”
37 ଇସ୍ହାକ ଉତ୍ତର ଦେଲେ, “ହୋଇଗଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦେଲି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସେବା କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହେବା ପାଇଁ ଆଶୀର୍ବାଦ କରି ସାରିଛି। କ’ଣ ମୁଁ କରି ପାରିବି, ମୋ’ ପୁତ୍ର।”
38 କିନ୍ତୁ ଏଷୌ କହିଲେ, “ମୋ’ ପିତା, ତୁମ୍ଭର କ’ଣ କେବଳ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମୋତେ ମଧ୍ୟ, ପିତା।” ଏବଂ ଏହା କହି ଏଷୌ ଜୋର୍ରେ କାନ୍ଦିଲା।
39 ତା'ପରେ ଇସ୍ହାକ ତାଙ୍କୁ କହିଲେ,
“ତୁମ୍ଭେ ବାହାରରେ ବର୍ଷାରେ ରହିବ
ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦେବ।
40 ତୁମ୍ଭେ ଖଡ଼୍ଗଜୀବି
ଓ ଆପଣା ଭ୍ରାତାର ଦାସ ହେବ।
କିନ୍ତୁ ତୁମ୍ଭେ ଯେତେବେଳେ ପ୍ରସ୍ତୁତ,
ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦେବ, ତେବେ ତୁମ୍ଭେ ମୁକ୍ତି ପାଇବ।”
41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ସେ ସ୍ଥିର କଲେ, “ମୁଁ ଅପେକ୍ଷା କରିବି ମୋର ପିତାଙ୍କର ଶୋକର ସମୟ ବିତିବା ଯାଏ। ଏହା ପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
42 କିନ୍ତୁ ସେହି ବାକ୍ୟଗୁଡ଼ିକ ରିବିକାକୁ ଶୁଣା ଯାଇଥିଲା। ଏଷୌ ଯାକୁବକୁ ହତ୍ୟା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡାକି କହିଲେ, “ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି। 43 ତେଣୁ ହେ ମୋର ପୁତ୍ର ମୁଁ ଯେମନ୍ତ କହୁଛି, ସେହିପରି କର। ମୋର ଭ୍ରାତା ଲାବନ ହାରଣରେ ବାସ କରୁଛି। ତୁମ୍ଭେ ତା’ ପାଖରେ ଯାଇ ଲୁଚ। 44 ତାଙ୍କ ପାଖରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହେବା ପର୍ଯ୍ୟନ୍ତ ତୁମ୍ଭେ ସେଠାରେ ରୁହ। 45 କିଛି ସମୟ ପରେ ତୁମ୍ଭ ଭାଇ ଭୁଲିଯିବ ତୁମ୍ଭେ ତା’ ପ୍ରତି କ’ଣ କରିଥିଲ। ତା'ପରେ ମୁଁ ଗ୍ଭକର ପଠାଇ ତୁମ୍ଭକୁ ନେଇ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଗ୍ଭହୁଁ ନାହିଁ।”
46 ଏହା ପରେ ରିବିକା ଇସ୍ହାକଙ୍କୁ କହିଲେ, “ତୁମ୍ଭର ପୁତ୍ର ଏଷୌ ହିତ୍ତୀୟ କନ୍ୟାକୁ ବିବାହ କଲା, ଏହା ମୋର ପ୍ରାଣକୁ କଷ୍ଟ ଦେଉଅଛି। କାରଣ ସେମାନେ ଆମ୍ଭର ଲୋକ ନୁହନ୍ତି। ଯଦି ଯାକୁବ ଏହି ଦେଶର କନ୍ୟାକୁ ବିବାହ କରେ ତେବେ ମୁଁ ମରିଯିବି।”
ସମସ୍ତେ ପାପ କରିଛନ୍ତି
18 ପରମେଶ୍ୱରଙ୍କ କ୍ରୋଧ ସ୍ୱର୍ଗରୁ ପ୍ରକାଶିତ ହୋଇଛି। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଇଥିବା ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ୱର କ୍ରୋଧ କରନ୍ତି। ସେମାନଙ୍କ ପାଖରେ ସତ୍ୟ ଅଛି, କିନ୍ତୁ ସେମାନେ ନିଜର ମନ୍ଦ ଜୀବନ ଦ୍ୱାରା ତାହା ଲୁଗ୍ଭନ୍ତି। 19 ପରମେଶ୍ୱରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ୱର ତାହାଙ୍କର କ୍ରୋଧ ଦେଖାନ୍ତି। ପ୍ରକୃତରେ, ପରମେଶ୍ୱର ନିଜ ବିଷୟରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି।
20 ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।
21 ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା। 22 ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ। 23 ସେମାନେ ପରମେଶ୍ୱରଙ୍କ ଚିରସ୍ଥାୟୀ ମହିମାକୁ ଛାଡ଼ି ଦେଲେ। ଲୋକେ ସେହି ମହିମାକୁ ମୂର୍ତ୍ତିପୂଜା ଦ୍ୱାରା ବେପାର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।
24 ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସେମାନେ ପାପରେ ପୂର୍ଣ୍ଣ ଥିଲେ। ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସେମାନେ ଯୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ, ଯା’ଦ୍ୱାରା ସେମାନଙ୍କ ଶରୀର ନିନ୍ଦିତ ହେଲା। 25 ଲୋକେ ପରମେଶ୍ୱରଙ୍କ ସତ୍ୟ ବଦଳରେ ମିଥ୍ୟାକୁ ଗ୍ରହଣ କଲେ। ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ। ସେମାନେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ। ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍।
2010 by World Bible Translation Center