Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 24:34-38

ରିବିକାର ହାତ ମାଗିବା

34 ସେହି ଦାସ ଜଣକ କହିଲେ, “ମୁଁ ହେଉଛି ଅବ୍ରହାମଙ୍କର ଦାସ। 35 ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି। 36 ସାରା ମୋର କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ମୋ’ କର୍ତ୍ତାଙ୍କର ସମସ୍ତ ସମ୍ପତ୍ତି ସେ ପ୍ରାପ୍ତ ହେବ। 37 ମୋର କର୍ତ୍ତା ମୋତେ ପ୍ରତିଜ୍ଞା କରାଇ କହିଲେ, ‘ମୋର ପୁତ୍ରଙ୍କୁ କିଣାନୀୟ ସଙ୍ଗେ ବିବାହ ଦେବ ନାହିଁ। ଯେହେତୁ ଆମ୍ଭେ ସେମାନଙ୍କ ଦେଶରେ ବାସ କରୁଅଛୁ।’ 38 ତେଣୁ ସେ ମୋତେ ପ୍ରତିଜ୍ଞା କରି ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଲେ ଏବଂ କହିଲେ, ‘ଯାଅ ଓ ମୋ’ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରି ଆସ।’

ଆଦିପୁସ୍ତକ 24:42-49

42 “ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, ‘ସଦାପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଅବ୍ରହାମଙ୍କର ପରମେଶ୍ୱର, ଦୟାକରି ମୋର ଯାତ୍ରା ସଫଳ କରାଅ। 43 ମୁଁ ସେହି କୂପ ନିକଟରେ ଠିଆ ହେଲି ଏବଂ ଜଣେ ନିରୂପିତ କନ୍ୟାକୁ ଅପେକ୍ଷା କଲି, ଯିଏ ଏଠାକୁ ପାଣି ପାଇଁ ଆସିବ। ଏହା ପରେ ମୁଁ କହିଲି, “ଦୟାକରି ମୋତେ ତୁମ୍ଭ ପାତ୍ରରୁ ଜଳପାନ କରିବାକୁ ଦିଅ।” 44 ସେହି କନ୍ୟାଟି ମୋତେ ସ୍ୱତନ୍ତ୍ର ଧରଣର ଉତ୍ତର ଦେଇ କହିବ, “ପାଣି ପିଅନ୍ତୁ। ଏବଂ ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” ଏହି ଉପାୟରେ ମୁଁ ଜାଣିବି ଯେ ସେହି ଝିଅଟିକୁ ସଦାପ୍ରଭୁ, ମୋର ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।’

45 “ମୋର ନୀରବର ପ୍ରାର୍ଥନା ସରିବା ପୂର୍ବରୁ ରିବିକା କାନ୍ଧରେ ଜଳପାତ୍ର ଧରି କୂଅମୂଳକୁ ଆସିଲେ। ସେ ଜଳପାତ୍ର କୂଅ ଭିତରକୁ ପକାଇଲେ ଏବଂ କିଛି ଜଳ କାଢ଼ିଲେ। 46 ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମୋ’ ହାତରେ ପାଣି ଢାଳିଲେ। ଏହା ପରେ ସେ କହିଲେ, ‘ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।’ ତେଣୁ ମୁଁ ଜଳପାନ କଲି ଏବଂ ସେ ମଧ୍ୟ ମୋର ଓଟମାନଙ୍କୁ ଜଳପାନ କରାଇଲେ। 47 ତା'ପରେ ମୁଁ ପଗ୍ଭରିଲି, ‘ତୁମ୍ଭର ପିତା କିଏ?’ ସେ ଉତ୍ତର ଦେଲେ, ‘ବଥୂୟେଲ ମୋର ପିତା।’ ଏହା ପରେ ମୁଁ ତାଙ୍କୁ ବଳା ଓ ନଥ ଦେଲି। 48 ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ୟବାଦ କଲି। ସେ ମୋର କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃପୁତ୍ରଙ୍କ କନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମୋର କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି। 49 ବର୍ତ୍ତମାନ ମୋତେ କୁହ, ତୁମ୍ଭେ କ’ଣ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ କରି ତୁମ୍ଭର କନ୍ୟାକୁ ଦେବ? କିମ୍ବା ତୁମ୍ଭେ କ’ଣ ଫେରାଇଦେବ? ମୋତେ କୁହ ତେବେ ମୁଁ ଜାଣିବି କ’ଣ କରିବା ଉଚିତ୍।”

ଆଦିପୁସ୍ତକ 24:58-67

58 ସେମାନେ ରିବିକାକୁ ଡାକି ପଗ୍ଭରିଲେ, “ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ଯିବାକୁ ଗ୍ଭହଁ କି?”

ରିବିକା ଉତ୍ତର ଦେଲେ, “ହଁ, ମୁଁ ଯିବି।”

59 ତେଣୁ ସେମାନେ ଅବ୍ରହାମଙ୍କର ଭୃତ୍ୟ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସେବିକା ମଧ୍ୟ ତାଙ୍କ ସହିତ ଗଲା। 60 ଯେତେବେଳେ ରିବିକା ସେହି ସ୍ଥାନ ଛାଡ଼ିଲେ ସେମାନେ ତାଙ୍କୁ ଆଶୀର୍ବାଦ କରି କହିଲେ,

“ଆମ୍ଭର ଭଉଣୀ,
    ତୁମ୍ଭେ ସହସ୍ର ସହସ୍ର ଲୋକଙ୍କର ମାତା ହୁଅ।
ଏବଂ ତୁମ୍ଭର ବଂଶଧରମାନେ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରି
    ତାଙ୍କର ନଗର ଅଧିକାର କରନ୍ତୁ।”

61 ଏହା ପରେ ରିବିକା ଓ ତାଙ୍କର ସେବୀକା ଓଟଗୁଡ଼ିକ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ଯାତ୍ରା କଲେ। ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲେ।

62 ଇ‌ସ୍‌ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଲେ। 63 ପୁଣି ସନ୍ଧ୍ୟା ସମୟରେ ଧ୍ୟାନ କରିବାକୁ କ୍ଷେତ୍ରକୁ ଯାଇଥିଲେ। ଇ‌ସ୍‌ହାକ ଉପରକୁ ଗ୍ଭହିଁ ଦେଖିଲେ ଦୂରରୁ ଓଟମାନେ ଆସୁଛନ୍ତି।

64 ରିବିକା ଅନାଇ ଇ‌ସ୍‌ହାକଙ୍କୁ ଦେଖିଲେ, ତା'ପରେ ସେ ଓଟରୁ ଓହ୍ଲାଇ ପଡ଼ିଲେ। 65 ରିବିକା ଦାସକୁ କହିଲେ, “ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ଯୁବକ କିଏ?”

ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।

66 ଦାସଟି ଯାହାସବୁ ଘଟିଥିଲା ତାହା ଇ‌ସ୍‌ହାକଙ୍କୁ କହିଲେ। 67 ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।

ଗୀତସଂହିତା 45:10-17

10 ହେ ରାଜକୁମାରୀ, ଶୁଣ।
    ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11     ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁ‌‌ଗ୍‌‌ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
    ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
    ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

13 ତା'ର ସମସ୍ତ ମହିମାରେ,
    ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
    ତା'ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
    ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।

16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
    ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
    ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।

ପରମଗୀତ 2:8-13

ସେ (ସ୍ତ୍ରୀ) ପୁନର୍ବାର କହିଲେ

ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି।
    ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ
    ଡେଇଁ ଡେଇଁ ଆସୁ ଅଛନ୍ତି।
ମୋହର ପ୍ରିୟତମ ଏକ ହରିଣ
    ଓ ଏକ ତରୁଣ ମୃଗତୁଲ୍ୟ।
ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି,
    ପ୍ରାଚୀର ପଛେ ଠିଆ ହୋଇଅଛନ୍ତି।
    ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10 ମୋହର ପ୍ରିୟତମ କଥା କହିଲେ
    ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ,
    ବାହାରି ଆସ।
11 କାରଣ ଦେଖ ଶୀତ ଗ୍ଭଲିଯାଇଛି
    ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି।
    ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି।
    ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି।
    ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି।
ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ
    ଏବଂ ବାହାରକୁ ଆସ।”

ରୋମୀୟଙ୍କ ପ୍ରତି ପତ୍ର 7:15-25

15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ। 16 ଯେଉଁ କାମ କରିବାକୁ ମୁଁ ଗ୍ଭହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ ମୁଁ କରେ। 17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ। 18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ। 19 ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ। 20 ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଗ୍ଭହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ। ମୋ’ ଭିତରେ ଥିବା ପାପ ଏହିସବୁ କାମ କରେ।

21 ସେହିଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ। 22 ମୋ’ ମନରେ, ମୁଁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ସୁଖୀ। 23 କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି। ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି। ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସୋହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ। 24 ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ। 25 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଧନ୍ୟବାଦ ହେଉ।

ଅତଏବ-ମୋ’ ମନ ସହିତ ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାର ଦାସ। କିନ୍ତୁ ପାପପୂର୍ଣ୍ଣ ସ୍ୱଭାବରେ ମୁଁ ପାପଯୁକ୍ତ ନିୟମର ଦାସ।

ମାଥିଉ ଲିଖିତ ସୁସମାଗ୍ଭର 11:16-19

16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:

17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
    କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
    କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’

18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା'ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”

ମାଥିଉ ଲିଖିତ ସୁସମାଗ୍ଭର 11:25-30

ଯୀଶୁ ତାହାଙ୍କର ଲୋକମାନଙ୍କୁ ଶାନ୍ତି ପ୍ରଦାନ କରନ୍ତି

(ଲୂକ 10:21-22)

25 ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି। 26 ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା।

27 “ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ।

28 “ହେ କ୍ଳାନ୍ତ-ଶ୍ରାନ୍ତ ଓ ଚିନ୍ତାରେ ଭାରଗ୍ରସ୍ତ ଥିବା ଲୋକମାନେ! ମୋ’ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦେବି। 29 ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ'ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ। 30 ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center