Revised Common Lectionary (Semicontinuous)
10 ହେ ରାଜକୁମାରୀ, ଶୁଣ।
ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11 ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁଗ୍ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
13 ତା'ର ସମସ୍ତ ମହିମାରେ,
ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
ତା'ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।
16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।
18 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଯାଇ କହିଲେ, “ପିତା”।
ତାଙ୍କର ପିତା କହିଲେ, “ହଁ ପୁତ୍ର, ତୁମ୍ଭେ କିଏ?”
19 ଯାକୁବ ତାଙ୍କର ପିତାଙ୍କୁ କହିଲେ, “ମୁଁ ଏଷୌ, ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ୟ ଅନୁସାରେ ମୁଁ କରିଛି। ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମୋତେ ଆଶୀର୍ବାଦ କର।”
20 କିନ୍ତୁ ଇସ୍ହାକ ତାଙ୍କ ପୁତ୍ରଙ୍କୁ କହିଲେ, “ତୁମ୍ଭେ ଏତେ ଶୀଘ୍ର ଶିକାରରୁ କିପରି ଫେରିଲ?”
ଯାକୁବ ଉତ୍ତର ଦେଲେ, “କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋତେ ତାହା ଶୀଘ୍ର ଭେଟାଇ ଦେଲେ।”
21 ଏହା ପରେ ଇସ୍ହାକ ଯାକୁବକୁ କହିଲେ, “ପୁତ୍ର, ମୋର ପାଖକୁ ଆସ ତେବେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତେବେ ମୁଁ ଜାଣି ପାରିବି ଯେ ତୁମ୍ଭେ ମୋର ପୁତ୍ର ଏଷୌ କି ନୁହେଁ।”
22 ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ। ଇସ୍ହାକ ସ୍ପର୍ଶ କରି କହିଲେ, “ତୁମ୍ଭର ସ୍ୱର ଯାକୁବର ସ୍ୱର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତ ପରି।” 23 ଇସ୍ହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।
24 ଇସ୍ହାକ କହିଲେ, “ତୁମ୍ଭେ କ’ଣ ମୋର ପୁତ୍ର ଏଷୌ?”
ଯାକୁବ ଉତ୍ତର ଦେଲେ, “ହଁ ମୁଁ ଏଷୌ।”
ଯାକୁବଙ୍କ ପାଇଁ ଆଶୀର୍ବାଦ
25 ଏହା ପରେ ଇସ୍ହାକ କହିଲେ, “ସେହି ଖାଦ୍ୟ ମୋ’ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦେବି।” ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ, ସେ ତାହା ପିଇଲେ।
26 ଏହା ପରେ ଇସ୍ହାକ ତାଙ୍କୁ କହିଲେ, “ମୋର ପୁତ୍ର ମୋ’ ପାଖକୁ ଆସ ମୋତେ ଚୁମ୍ବନ ଦିଅ।” 27 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ,
“ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ
ମୋ’ ପୁତ୍ରର ସୁଗନ୍ଧି।
28 ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ।
ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।
29 ସବୁ ଲୋକ ତୁମ୍ଭର ସେବା କରନ୍ତୁ।
ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ।
ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର।
ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ।
ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ।
ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
ଯୀଶୁ ପରମପିତାଙ୍କୁ ପ୍ରାର୍ଥନା କଲେ
(ମାଥିଉ 11:25-27; 13:16-17)
21 ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ।
22 “ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।”
23 ତା'ପରେ ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସେଠାରେ କେବଳ ତାହାଙ୍କ ଶିଷ୍ୟମାନେ ରହିଥିଲେ। ଯୀଶୁ କହିଲେ, “ତୁମ୍ଭେମାନେ ଧନ୍ୟ, ଯେହେତୁ ତୁମ୍ଭେମାନେ ଏହିସବୁ ବିଷୟ ଦେଖିଲ। 24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଦେଖି ପାରି ନ ଥିଲେ। ତୁମ୍ଭେମାନେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଶୁଣି ପାରି ନ ଥିଲେ।”
2010 by World Bible Translation Center