Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 93

93 ସଦାପ୍ରଭୁ ରାଜା ଅଟନ୍ତି।
    ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
    ଏହା ଯେପରି ଟଳମଳ ହୋଇ ନ ଯାଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
    ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
    ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
    ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
    ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 2:13-15

13 ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” 14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।

ଭବିଷ୍ୟ‌ଦ୍‌ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ

15 ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

ଯୋହନ ଲିଖିତ ସୁସମାଗ୍ଭର 8:21-30

ଯିହୂଦୀମାନେ ଯୀଶୁଙ୍କ ବିଷୟରେ ବୁଝି ପାରିଲେ ନାହିଁ

21 ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”

22 ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ'ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’”

23 କିନ୍ତୁ ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଊର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। 24 ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।”

25 ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।”

ଯୀଶୁ ଉତ୍ତର ଦେଲେ, “ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି, ମୁଁ ସେହି। 26 ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଗ୍ଭର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ୟ କହନ୍ତି।”

27 ଯୀଶୁ କାହା ବିଷୟରେ କହୁଥିଲେ, ଏ କଥା ଲୋକମାନେ ବୁଝି ନ ଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ। 28 ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ (ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। 29 ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” 30 ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center