Revised Common Lectionary (Semicontinuous)
ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।
102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
2 ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
ମୋ’ ପ୍ରତି କର୍ଣ୍ଣପାତ କର।
ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
3 ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
4 ମୋର ଶକ୍ତିସବୁ ଶେଷ ହୋଇଯାଇଛି।
ମୁଁ ଯେପରି ଶୁଖିଲା ତୃଣପରି।
ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
5 ମୋର ଦୁଃଖ ସକାଶୁ ବର୍ତ୍ତମାନ
ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
6 ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
7 ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
ମୁଁ ଶୋଇପାରେ ନାହିଁ।
8 ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
ମୋତେ ସେମାନେ ପରିହାସ କରନ୍ତି।
9 ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।
11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
13 ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ। 14 ରୂପାର ବାଣିଜ୍ୟଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ୟବସାୟଠାରୁ ବିଦ୍ୟା ମଧ୍ୟ ଅଧିକ ଲାଭଦାୟକ। 15 ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।
16 ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି। 17 ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି। 18 ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା'ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ।
ପାପରୁ ମୁକ୍ତି ପାଇବା ବିଷୟରେ ଯୀଶୁ କହିଲେ
31 ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୂଦୀମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ, ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। 32 ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।”
33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?”
34 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା'ର ପ୍ରଭୁ। 35 ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। 36 ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। 37 ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଗ୍ଭହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଗ୍ଭହଁ ନାହିଁ। 38 ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”
2010 by World Bible Translation Center