Revised Common Lectionary (Semicontinuous)
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମୋର ପଲ, ମୁଁ ମେଷ ଓ ମେଷ ମଧ୍ୟରେ ଏବଂ ମେଷ ଓ ଛାଗଗଣ ମଧ୍ୟରେ ବିଗ୍ଭର କରେ। 18 ତୁମ୍ଭେମାନେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭେମାନେ କାହିଁକି ଅନ୍ୟମାନଙ୍କର ଗ୍ଭରଣ ସ୍ଥାନକୁ ପାଦରେ ଦଳିବ? ତୁମ୍ଭେମାନେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମେଷମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି? 19 ମାତ୍ର ତୁମ୍ଭେମାନେ ଯେଉଁ ତୃଣକୁ ପାଦରେ ଦଳି ଅଛ, ଆମ୍ଭର ମେଷପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ଆମ୍ଭର ମେଷପଲ ତାହା ପାନ କରନ୍ତି।”
20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଗ୍ଭର କରିବି। 21 ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ସେମାନଙ୍କୁ ଦୂରକୁ ତଡ଼ିଦେବା ପର୍ଯ୍ୟନ୍ତ ନିଜ ଶୃଙ୍ଗରେ ଠେଲି ଦେଉଅଛ। 22 କିନ୍ତୁ ମୁଁ ମୋର ପଲକୁ ରକ୍ଷା କରିବି। ସେମାନେ ଆଉ ବନ୍ୟ ପଶୁମାନଙ୍କ ଦ୍ୱାରା ଧ୍ୱଂସ ହେବେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସେମାନଙ୍କର ବିଗ୍ଭର କରିବି। 23 ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ।
ପରମେଶ୍ୱରଙ୍କ ମେଷପଲ
5 ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି। 2 ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ। 3 ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ। 4 ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ।
5 ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍।
“ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି,
କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”(A)
2010 by World Bible Translation Center