Revised Common Lectionary (Semicontinuous)
114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
2 ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
3 ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
ଯର୍ଦ୍ଦନ ନଦୀ ଉଜାଣି ବହିଲା।
4 ପର୍ବତଗଣ ମେଷପରି ଡେଇଁଲେ।
ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।
5 ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
6 ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?
7 ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
ସମ୍ମୁଖରେ କମ୍ପିତ ହୁଅ।
8 ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
ଓ ପରମେଶ୍ୱର ଚକ୍ମକି ପଥରରୁ ନିର୍ଝର ବୁହାଇଲେ।
ଯୁନସଙ୍କ ପ୍ରାର୍ଥନା
2 ଯେତେବେଳେ ଯୂନସ ମାଛର ପାକସ୍ଥଳୀରେ ଥିଲେ, ସେ ସେତେବେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲେ।
2 ଯୂନସ କହିଲେ, “ମୁଁ ଅତି ଦୁଃଖରେ ଥିଲି।
ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଡାକିଲି
ଏବଂ ସେ ମୋତେ ଉତ୍ତର ଦେଲେ।
ମୁଁ କବରର ବହୁ ଗଭୀରତମ ସ୍ଥାନରେ ଥାଇ
ସଦାପ୍ରଭୁଙ୍କୁ ଡାକିଲି
ଏବଂ ପ୍ରଭୁ ମୋର ସ୍ୱର ଶୁଣିଲେ।
3 “ତୁମ୍ଭେ ମୋତେ ସମୁଦ୍ରରେ ଫିଙ୍ଗି ଦେଲ
ଏବଂ ମୋ’ ଉପରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା।
ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଗ୍ଭଲିଗଲି
ଏବଂ ମୋର ଚତୁର୍ଦ୍ଦିଗରେ କେବଳ ପାଣି ରହିଲା।
4 ତା'ପରେ ମୁଁ ଭାବିଲି, ‘ବର୍ତ୍ତମାନ ନିଶ୍ଚୟ ମୋତେ ତୁମ୍ଭ ଦୃଷ୍ଟିପାତରୁ ଦୂରେଇ ଦିଆଯାଇଛି।’
କିନ୍ତୁ ମୁଁ ପୁଣି ଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭହେଁ।
5 “ସମୁଦ୍ର ଜଳ ମୋ’ ଉପର ଦେଇ ପ୍ରବାହିତ ହେଲା।
ସମୁଦ୍ର ପାଣି ମୋର ପାଟି ଉପର ଦେଇ ପ୍ରବାହିତ ହେଲା
ଯାହା ଫଳରେ ମୁଁ ନିଃଶ୍ୱାସ ନେଇ ପାରୁ ନ ଥିଲି।
ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି,
ସମୁଦ୍ର ପାଣି ମୋତେ ଆବୃତ କଲା।
ସମୁଦ୍ର ତଳେ ଥିବା ଉଦ୍ଭିଦ ମୋର ମୁଣ୍ତ ଗ୍ଭରିପଟେ ଆବୃତ ହେଲା।
6 ମୁଁ ସମୁଦ୍ରର ତଳ ଦେଶରେ ଥିଲି
ଯେଉଁଠାରୁ ପର୍ବତ ଆରମ୍ଭ ହୋଇଛି।
ମୁଁ ଭାବିଲି ମୁଁ ଚିରଦିନ ପାଇଁ ସେହି ବନ୍ଦୀଶାଳାରେ ତାଲା ପଡ଼ି ରହିଲି।
କିନ୍ତୁ ମୋର ସଦାପ୍ରଭୁ ମୋତେ କବରରୁ ବାହାର କରି ଆଣିଲେ।
ହେ ପରମେଶ୍ୱର, ତୁମ୍ଭେ ମୋତେ ପୁନର୍ବାର ଜୀବନ ଦେଲ।
7 “ମୁଁ ଜୀବନର ସବୁ ଆଶା ଛାଡ଼ିଥିଲି
କିନ୍ତୁ ତା'ପରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି
ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ।
8 “କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି
କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ।
9 ପରିତ୍ରାଣ କେବଳ ସଦାପ୍ରଭୁଙ୍କ ନିକଟରୁ ଆସେ।
ହେ ସଦାପ୍ରଭୁ,
ମୁଁ ବଳିଦାନ ଦେବାକୁ ପ୍ରସ୍ତୁତ
ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ୟବାଦ ଜଣାଇବି।
ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।”
10 ତା'ପରେ ସଦାପ୍ରଭୁ ସେହି ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ଯୂନସ ତା'ର ପାକସ୍ଥଳୀରୁ ବାହାରି ଭୂମିରେ ପଡ଼ିଲା।
ଯୀଶୁଙ୍କୁ ପ୍ରମାଣ ଦେବା ପାଇଁ ଯିହୂଦୀମାନଙ୍କର ଆହ୍ୱାନ
(ମାର୍କ 8:11-12; ଲୂକ 11:29-32)
38 ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତେକ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟଟିଏ ଦେଖାଅ।”
39 ଯୀଶୁ କହିଲେ, “ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦେଖାଇ ଦିଆ ଯିବ ନାହିଁ। କେବଳ ଭବିଷ୍ୟଦ୍ବକ୍ତା ଯୂନସଙ୍କ କ୍ଷେତ୍ରରେ ଘଟିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ହିଁ ସେମାନଙ୍କ ପାଇଁ ଏକମାତ୍ର ଚିହ୍ନ ହେବ। 40 ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ। 41 ଯେଉଁ ଦିନ ବିଗ୍ଭର ହେବ, ସେହି ଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହେବେ ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ଯେତେବେଳେ ଯୂନସ ସେମାନଙ୍କୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ଅଧିକ ମହାନ୍।
42 “ଯେଉଁ ଦିନ ବିଗ୍ଭର ହେବ ସେ ଦିନ ଦକ୍ଷିଣର ରାଣୀ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆହେବେ ଏବଂ ସେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲୋମନଙ୍କଠାରୁ ଅଧିକ ମହାନ୍।
2010 by World Bible Translation Center