Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
143 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର।
ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।
2 ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ।
କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।
3 ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି।
ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି।
ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।
4 ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ।
ମୁଁ ମୋର ସାହସ ହରାଉଛି।
5 ମୁଁ ପୁରୁଣା ଦିନସବୁ ମନେ ପକାଏ।
ମୁଁ ତୁମ୍ଭର କର୍ମ ବିଷୟରେ ଭାବେ।
ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ।
6 ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି।
ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ। ସେଲା
7 ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ।
ମୁଁ ମୋର ସାହସ ହରାଇଛି।
ମୋ'ଠାରୁ ଦୂରେଇ ଯାଅ ନାହିଁ।
ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।
8 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ।
ମୁଁ ତୁମ୍ଭ ଉପରେ ଭରସା କରେ।
ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ।
କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।
9 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି।
ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର।
10 ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ।
ତୁମ୍ଭେ ମୋର ପରମେଶ୍ୱର,
ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ।
11 ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ,
ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ।
କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ,
ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର।
12 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା
ମୋର ଶତ୍ରୁମାନଙ୍କୁ ପରାସ୍ତ କର।
ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର।
କାରଣ ମୁଁ ତୁମ୍ଭର ସେବକ ଅଟେ।
18 ପିଲାଟି ବଢ଼ିବାକୁ ଲାଗିଲା। ଦିନେ ସେ କ୍ଷେତକୁ ଯାଇ ଲୋକମାନେ ଓ ତା'ର ପିତା ଶସ୍ୟ କାଟୁଥିବା ବେଳେ ତାଙ୍କ ନିକଟକୁ ଗଲା। 19 ପିଲାଟି ତା'ର ପିତାଙ୍କୁ କହିଲା, “ଓଃ, ମୋ’ ମୁଣ୍ତ ମୋ’ ମୁଣ୍ତ।”
ତା'ର ପିତା ଗୋଟିଏ ଦାସକୁ କହିଲା, “ପିଲାଟିକୁ ତା'ର ମାତାଙ୍କ ନିକଟକୁ ନେଇଯାଅ।”
20 ଦାସ ପିଲାଟିକୁ ତା'ର ମାତା ନିକଟକୁ ନେଇଗଲା। ପିଲାଟି ତା'ର ମାତା କୋଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ରହି ମରିଗଲା।
ସ୍ତ୍ରୀଲୋକଟି ଇଲୀଶାୟଙ୍କୁ ଦେଖା କରିବାକୁ ଯାଆନ୍ତି
21 ଏହା ପରେ ସ୍ତ୍ରୀଲୋକଟି ଉପର କୋଠରୀକୁ ଯାଇ ପରମେଶ୍ୱରଙ୍କ ଲୋକର ଖଟ ଉପରେ ପୁଅକୁ ଶୁଆଇ ଦେଇ ଦ୍ୱାର ବନ୍ଦ କରି ବାହାରକୁ ଆସିଲା। 22 ସେ ସ୍ତ୍ରୀଲୋକଟି ତା'ର ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମୋ’ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଶୀଘ୍ର ଆଣି ଫେରି ଆସିବି।”
23 ଏଥିରେ ତା'ର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ଆଜି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ଯିବ? ଆଜିତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।”
ତହୁଁ ତାଙ୍କ ସ୍ତ୍ରୀ କହିଲା, “ତୁମ୍ଭେ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ହେବ।”
24 ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସେବକକୁ କହିଲେ, “ଦ୍ରୁତଗତିରେ ଗର୍ଦ୍ଦଭକୁ ଚଲାଅ ଓ ମୋର ଆଦେଶ ନ ପାଇବା ପର୍ଯ୍ୟନ୍ତ ଗତି ଧୀର କର ନାହିଁ।”
25 ଏହିରୂପେ ସେ କର୍ମିଲ ପର୍ବତରେ ପହଞ୍ଚି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।
ଇଲୀଶାୟ ମଧ୍ୟ ଦୂରରୁ ତାଙ୍କୁ ଆସୁଥିବାର ଦେଖି ନିଜର ଦାସ ଗିହେଜୀକି କହିଲେ, “ଦେଖ, ଏହି ଶୁନେମୀୟା ସ୍ତ୍ରୀ ଏଠାକୁ ଆସୁଛି। 26 ମୁଁ ବିନୟ କରୁଛି, ଦୌଡ଼ିଯାଇ ତାକୁ ଭେଟି ପଗ୍ଭର ‘ସବୁ ଠିକ୍ ଅଛି କି? ତୁମ୍ଭ ସ୍ୱାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?’”
ଗିହୋଜୀ ଯେତେବେଳେ ସ୍ତ୍ରୀଲୋକକୁ ଏହିସବୁ ପଗ୍ଭରିଲେ ସେ ଉତ୍ତର କଲା, “ସମସ୍ତ ମଙ୍ଗଳ।”
27 ଅନନ୍ତର ସେ ପରମେଶ୍ୱରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡ଼ିଲା। ଏଥିରେ ଗିହେଜୀ ତାକୁ ଟାଣିବାରୁ ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ। କାରଣ ତା'ର ପ୍ରାଣ ଶୋକାକୁଳ। ମାତ୍ର ସଦାପ୍ରଭୁ ମୋତେ ଜାଣାଇଲେ ନାହିଁ କ’ଣ ବାଳକ ପ୍ରତି ଘଟିଅଛି। ସେ ଏହା ମୋ'ଠାରୁ ଗୋପନ ରଖିଲେ।”
28 ତା'ପରେ ସ୍ତ୍ରୀଲୋକଟି କହିଲା, “ଗୁରୁ, ମୁଁ କ’ଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା କର ନାହିଁ।’”
29 ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।”
30 ଏଥିରେ ବାଳକର ମା କହିଲା, “ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।”
ତହୁଁ ଇଲୀଶାୟ ଉଠି ତାଙ୍କ ପଛେ ପଛେ ଗ୍ଭଲିଲେ।
31 ଇଲୀଶାୟ ଓ ଶୁନେମୀୟା ପହଞ୍ଚିବା ପୂର୍ବରୁ ଗିହେଜୀ ସ୍ତ୍ରୀଲୋକଟିର ଘରେ ପହଞ୍ଚିଲା। ସେ ଆଶାବାଡ଼ିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶବ୍ଦ ହେଲା ନାହିଁ। ତା'ପରେ ଗିହେଜୀ ଫେରି ଆସି ଇଲୀଶାୟଙ୍କୁ ଭେଟି ଜଣାଇଲା, “ବାଳକଟି ଉଠିଲା ନାହିଁ।”
ଶୁନେମୀୟାର ପୁତ୍ର ପୁନର୍ଜୀବନ ଲାଭ କଲା
32 ଅନନ୍ତର ଇଲୀଶାୟ ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥାରେ ଶଯ୍ୟା ଉପରେ ଶୋଇଛି। 33 ତତ୍ପରେ ଇଲୀଶାୟ ଗୃହର ଦ୍ୱାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧ୍ୟରେ ରହିଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 34 ଇଲୀଶାୟ ଶଯ୍ୟା ଉପରକୁ ଯାଇ ବାଳକଟିର ଉପରେ ଶୟନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ଣ ହେବା ପର୍ଯ୍ୟନ୍ତ ସେ ତାହା ଉପରେ ନିଜକୁ ଲମ୍ବେଇ ରଖିଲେ।
35 ତା'ପରେ ଇଲୀଶାୟ ଉଠିପଡ଼ି ଗୃହ ମଧ୍ୟରେ ଏଣେ ତେଣେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡ଼ିଲେ। ଏଥିରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖୋଲିଲା।
36 ଇଲୀଶାୟ ତାଙ୍କର ଦାସ ଗିହେଜୀକୁ ଡାକି କହିଲେ, “ଶୁନେମୀୟାକୁ ଡାକ।”
ଗିହେଜୀ ଶୁନେମୀୟାକୁ ଡାକିବାରୁ ସେ ଇଲୀଶାୟ ନିକଟକୁ ଆସିଲେ। ତହୁଁ ଇଲୀଶାୟ କହିଲେ, “ତୁମ୍ଭ ପୁତ୍ରକୁ ନିଅ।”
37 ତତ୍ପରେ ଶୁନେମୀୟା ଗୃହ ମଧ୍ୟରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡ଼ିଲେ ଓ ତା'ପରେ ପୁଅକୁ ଧରି ବାହାରକୁ ଆସିଲେ।
ମୃତ୍ୟୁରୁ ଜୀବନ ଆଡ଼କୁ
2 ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। 2 ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। 3 ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ।
4 କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। 5 ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। 6 ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। 7 ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।
8 ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। 9 ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।
2010 by World Bible Translation Center