Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।
ପରମେଶ୍ୱର ଲୋକମାନଙ୍କର ବିନାଶ ଗ୍ଭହାନ୍ତି ନାହିଁ
10 “ଆଉ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଏ ପ୍ରକାର କହୁଅଛ, ‘ଆମ୍ଭମାନଙ୍କର ବ୍ୟବସ୍ଥା ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପରେ ଅଛି ଓ ଆମ୍ଭେମାନେ ସେଥିରେ ହିଁ କ୍ଷୟ ପାଉଅଛୁ, କିନ୍ତୁ ବର୍ତ୍ତମାନ ମୁଁ କିପରି ରକ୍ଷା ପାଇବି?’
11 “ତେବେ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ। କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହୋଇ ବଞ୍ଚେ, ସେଥିରେ ଆମ୍ଭେ ସନ୍ତୋଷ ଲାଭ କରୁ। ତେଣୁ ତୁମ୍ଭେମାନେ ନିଜ ନିଜ କୁପଥରୁ ଫେର ଓ ମୋର ନିକଟବର୍ତ୍ତୀ ହୁଅ। ହେ ଇସ୍ରାଏଲ ବଂଶ ତୁମ୍ଭେ କାହିଁକି ମରିବ?’
12 “ହେ ମନୁଷ୍ୟପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, ‘ଧାର୍ମିକମାନଙ୍କର ପୁଣ୍ୟ ସେଦିନ ତାକୁ ରକ୍ଷା କରି ପାରିବ ନାହିଁ, ଯେତେବେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ୱଭାବ ତା'ର ପତନର କାରଣ ହେବ ନାହିଁ ଯେତେବେଳେ ସେ ଠିକ୍ କାର୍ଯ୍ୟ କରିବାକୁ ଆରମ୍ଭ କରେ। ଏବଂ ଯେଉଁ ଦିନ ଦୁଷ୍ଟ ଲୋକଟି ତା'ର ପାପରୁ ନିବୃତ୍ତ ହେବ, ସେ ତା'ର ପାପ ପାଇଁ ଆଉ ଯନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସେହିପରି ଜଣେ ଧାର୍ମିକ ଲୋକ ପାପ କରେ, ତେବେ ତାକୁ ତା'ର ଅତୀତର ଧାର୍ମିକତା ଯୋଗୁଁ ବଞ୍ଚିବାକୁ ଅନୁମତି ଦିଆଯିବ ନାହିଁ।’
13 “ଯଦି ମୁଁ ଜଣେ ଧାର୍ମିକ ବ୍ୟକ୍ତିକୁ କୁହେ, ‘ତୁମ୍ଭେ ନିଶ୍ଚିତ ଭାବରେ ବଞ୍ଚିବ,’ ଏବଂ ସେ ତା'ର ଅତୀତର ଧାର୍ମିକତାକୁ ଭରସା କରି ପାପ କରେ, ତା'ର କୌଣସି ପୂର୍ବ ଧାର୍ମିକତା ସ୍ମରଣ କରାଯିବ ନାହିଁ ଏବଂ ସେ ତା'ର ପାପ ପାଇଁ ମରିବ।
14 “ଏବଂ ଯେତେବେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ, 15 ସେହି ଦୁଷ୍ଟଲୋକ ଯେବେ ବନ୍ଧନ ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ଯଦି ସେ ସମସ୍ତ ଜିନିଷଗୁଡ଼ିକ ପାଇଁ ପରିଶୋଧ କରେ, ଯେ ସେ ପାଦ୍ରୀ, କୌଣସି ପାପ ନ କରି ଜୀବନଦାୟକ ବିଧି ପଥରେ ଗ୍ଭଲେ, ତେବେ ସେ ନିଶ୍ଚୟ ବଞ୍ଚିବ ସେ ମରିବ ନାହିଁ। 16 ତାହାର ଅତୀତର କୌଣସି ପାପକର୍ମଗୁଡ଼ିକୁ ସ୍ମରଣ କରାଯିବ ନାହିଁ। ଯେହେତୁ ସେ ଯାହା ନ୍ୟାୟ ଓ ଧର୍ମାଚରଣ କରିଛି, ସେ ବଞ୍ଚିବ।
ସପ୍ତମ ତୂରୀ
15 ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ,
“ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା।
ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”
16 ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି। 17 ସେହି ପ୍ରାଚୀନମାନେ କହିଲେ:
“ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ।
ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ।
ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ,
ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।
18 ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ,
କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ,
ମୃତମାନଙ୍କର ବିଗ୍ଭର ସମୟ ଆସିଛି;
ତୁମ୍ଭ ସେବକମାନଙ୍କୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି,
ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି।
ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।”
19 ତା'ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା'ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।
2010 by World Bible Translation Center