Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।
81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ଗୀତ ଆରମ୍ଭ କର
ଓ ଦାରା ବଜାଅ,
ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
3 ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
4 କାରଣ ଏହା ଇସ୍ରାଏଲ ପାଇଁ ନିୟମ।
ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
6 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
7 ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା
8 “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
9 ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
ଆମ୍ଭେ ଖୁଆଇ ଦେବା।
11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”
4 ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ,
ସଦାପ୍ରଭୁଙ୍କର ବାକ୍ୟ ଶୁଣ।
5 ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ,
ସେମାନେ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି
ଓ ଅସାର ଦେବତାମାନଙ୍କର ପଶ୍ଚାଦ୍ଗମନ କରି
ଅସାର ହୋଇଅଛନ୍ତି?
6 ତୁମ୍ଭର ପୂର୍ବପୁରୁଷଗଣ କହିଲେ ନାହିଁ,
‘ଯେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ,
ଯେ ପ୍ରାନ୍ତରରେ ମରୁଭୂମି
ଓ ଗର୍ତ୍ତମୟ ଦେଶରୁ
ଆଉ ନିର୍ଜନ ଓ ମୃତ୍ୟୁଛାୟାରୂପ ଦେଶରୁ,
ପୁଣି ପଥିକବିହୀନ
ଓ ନିବାସୀଶୂନ୍ୟ ଦେଶ ମଧ୍ୟରୁ
ଆମ୍ଭମାନଙ୍କୁ କଢ଼ାଇ ଆଣିଲେ,
ସେହି ସଦାପ୍ରଭୁ କାହାନ୍ତି?’
7 ପୁଣି ସଦାପ୍ରଭୁ କହନ୍ତି, “ମୁଁ ତୁମ୍ଭମାନଙ୍କୁ ଏକ ଉର୍ବର ଦେଶକୁ ଆଣିଲି,
ଯେଉଁଠାରେ ତୁମ୍ଭେମାନେ ଅତି ଉତ୍ତମ ଖାଦ୍ୟ
ଓ ଫଳ ଭୋଜନ କରିବ।
ମାତ୍ର ତୁମ୍ଭେମାନେ ପ୍ରବେଶ କଲାପରେ
ମୋ’ ଦେଶକୁ ‘ଅଶୁଚି’
ଓ ମୋର ବିରୁଦ୍ଧାଚରଣ କଲ।
8 “ଯାଜକମାନେ କହିଲେ ନାହିଁ ଯେ, ‘ସଦାପ୍ରଭୁ କାହାନ୍ତି,’
ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ,
ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ,
ଆଉ ଭବିଷ୍ୟଦ୍ବକ୍ତାମାନେ ବାଲ୍ଦେବ ନାମରେ
ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ
ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚାଦ୍ଗମନ କଲେ।”
9 ତେଣୁ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧରେ
ଆମ୍ଭେ ଏକ ମକଦ୍ଦମା କରିବା।
10 ସାଗର ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଅ।
ଆଉ କେଦରକୁ ଲୋକ ପଠାଅ
ଓ ଉତ୍ତମ ରୂପେ ବିବେଚନା କରି ଦେଖ,
ସେଠାରେ କେହି ଏପରି କାର୍ଯ୍ୟ କେବେ କରିଅଛି କି?
11 କୌଣସି ଦେଶର ଲୋକମାନେ ସେମାନଙ୍କର ଦେବଗଣଙ୍କୁ ପରିତ୍ୟାଗ କରିଅଛନ୍ତି କି,
ଯଦିଓ ସେମାନେ ମୂର୍ତ୍ତି ଥିଲେ
ଏବଂ ପ୍ରକୃତ ପରମେଶ୍ୱର ନୁହନ୍ତି?
ମାତ୍ର ମୋର ଲୋକମାନେ ସେମାନଙ୍କର ମହିମାମୟ ପରମେଶ୍ୱରଙ୍କୁ ନିଷ୍ଫଳ ବସ୍ତୁ ବଦଳରେ ପରିତ୍ୟାଗ କରିଅଛନ୍ତି,
ଯାହାର ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।
12 “ହେ ସ୍ୱର୍ଗ, ଚକିତ
ଓ ଭୟରେ କମ୍ପିତ ହୁଅ।”
ସଦାପ୍ରଭୁ ଏହା କହିଲେ।
13 “କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି।
ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି
ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ
ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି।
ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।
ଯିରୁଶାଲମରେ ଯୀଶୁଙ୍କର ଉପଦେଶ
14 ପର୍ବ ପ୍ରାୟ ଅଧାଅଧି ଶେଷ ହୋଇଯାଇଥିଲା। ତା'ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦେବାରେ ଲାଗିଲେ। 15 ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?”
16 ଯୀଶୁ ଉତ୍ତର ଦେଲେ, “ମୁଁ ଯାହା ଉପଦେଶ ଦେଉଛି, ତାହା ମୋ’ ନିଜର ନୁହେଁ। ମୋର ଶିକ୍ଷାଗୁଡ଼ିକ ମୋତେ ପଠାଇଥିବା ପରମେଶ୍ୱରଙ୍କଠାରୁ ଆସିଛି। 17 ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ। 18 ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଗ୍ଭର କରେ, ସେ ନିଜ ପାଇଁ ସମ୍ମାନ ଗ୍ଭହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ରେରଣକର୍ତ୍ତାଙ୍କର ସମ୍ମାନ ଗ୍ଭହେଁ, ସେ ସତ୍ୟ କହେ। ତା’ ପାଖରେ କିଛି ମିଥ୍ୟା ନାହିଁ। 19 ଏହା ସତ୍ୟ ଯେ ମୋଶା ତୁମ୍ଭକୁ ନିୟମ (ବ୍ୟବସ୍ଥା) ଦେଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁ ନାହଁ। ତୁମ୍ଭେ ମୋତେ କାହିଁକି ମାରି ଦେବା ପାଇଁ ଚେଷ୍ଟା କରୁଛ?”
20 ଲୋକମାନେ କହିଲେ, “ତୁମ୍ଭ ଭିତରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦେଇଛି। ଆମ୍ଭେ ତୁମ୍ଭକୁ ମାରିବାକୁ ଚେଷ୍ଟା କରୁ ନାହୁଁ।”
21 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଗୋଟିଏ ଆଶ୍ଚର୍ଯ୍ୟକାର୍ଯ୍ୟ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲ। 22 ମୋଶା ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତରେ ମୋଶା ତୁମ୍ଭକୁ ସୁନ୍ନତ ବିଷୟ ଦେଇ ନାହାନ୍ତି। ଏହାତ ମୋଶାଙ୍କ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ ବେଳେବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ[a] କରିଥାଅ। 23 ଏଥିରୁ ଜଣାପଡ଼େ ଯେ, କୌଣସି ଲୋକକୁ ମୋଶାଙ୍କର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରାଯାଇପାରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦେହକୁ ସୁସ୍ଥ କଲି ତେବେ ତୁମ୍ଭେ କାହିଁକି ରାଗୁଛ? 24 କୌଣସି ବିଷୟର ବାହ୍ୟରୂପ ଦେଖି ବିଗ୍ଭର କର ନାହିଁ। ପ୍ରକୃତରେ ଯାହା ଠିକ୍, ତଦନୁଯାୟୀ ବିଗ୍ଭର କର।”
ଯୀଶୁ କ'ଣ ପ୍ରକୃତରେ ଖ୍ରୀଷ୍ଟ ଜନତାଙ୍କ ମଧ୍ୟରେ ଆଲୋଡ଼ନ
25 ଯିରୁଶାଲମରେ ବାସ କରୁଥିବା କେତେକ ଲୋକ କହିଲେ, “ଏହି ଲୋକକୁ ସେମାନେ ମାରିବା ପାଇଁ ଗ୍ଭହାନ୍ତି। 26 କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ। 27 କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”
28 ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ। 29 କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।”
30 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା। 31 ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”
ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହିଲେ
37 ପର୍ବର ଶେଷ ଦିନ ଆସିଲା। ସେହି ପ୍ରଧାନ ଦିନରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ଯଦି କୌଣସି ଲୋକ ତୃଷାର୍ତ୍ତ, ତେବେ ସେ ମୋ’ ନିକଟକୁ ଆସି ପାନକରୁ। 38 ଯଦି କୌଣସି ଲୋକ ମୋ'ଠାରେ ବିଶ୍ୱାସ କରେ ତେବେ ତା'ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହେବ। ଏହି କଥା ଧର୍ମ ଶାସ୍ତ୍ରରେ ଲେଖା ଅଛି।” 39 ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ।
2010 by World Bible Translation Center