Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।
81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ଗୀତ ଆରମ୍ଭ କର
ଓ ଦାରା ବଜାଅ,
ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
3 ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
4 କାରଣ ଏହା ଇସ୍ରାଏଲ ପାଇଁ ନିୟମ।
ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
6 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
7 ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା
8 “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
9 ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
ଆମ୍ଭେ ଖୁଆଇ ଦେବା।
11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”
ଇସ୍ହାକଙ୍କ ପାଇଁ ଏକ ସ୍ତ୍ରୀ
24 ଅବ୍ରହାମ ବାର୍ଦ୍ଧକ୍ୟ ଅବସ୍ଥାରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତିରେ ଆଶାର୍ବାଦ କରିଥିଲେ। 2 ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର। 3 ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି। 4 ମୋର ଜନ୍ମସ୍ଥାନକୁ ଯାଅ ଇସ୍ହାକ ପାଇଁ ଏକ ପତ୍ନୀ ଧରି ଆସ।”
5 ଦାସ ତାଙ୍କୁ କହିଲେ, “ଏହା ସମ୍ଭବ ହୋଇପାରେ ଯେ, ଯେବେ କୌଣସି କନ୍ୟା ମୋ’ ସହିତ ଏହି ଭୁମିକୁ ଆସି ନ ପାରନ୍ତି, ତେବେ ମୁଁ ତୁମ୍ଭର ପୁତ୍ରକୁ ମୋ’ ସହିତ ତୁମ୍ଭର ଜନ୍ମସ୍ଥାନକୁ ନେବା ଉଚିତ୍ କି?”
6 ଅବ୍ରହାମ ତାଙ୍କୁ କହିଲେ, “ନା ମୋର ପୁତ୍ରକୁ ସେଠାକୁ ନେବ ନାହିଁ। 7 ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ମୋତେ ମୋର ଜନ୍ମ ସ୍ଥାନରୁ ମୋ’ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସେହି ସ୍ଥାନ ମୋର ପରିବାରମାନଙ୍କ ପାଇଁ ମୋର ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହି ଭୂମି ମୋର ପରିବାର ପାଇଁ ହେବ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମୋର ପୁଅ ପାଇଁ ଏକ ସ୍ତ୍ରୀ ଖୋଜି ଆଣିବା ନିମନ୍ତେ। 8 କିନ୍ତୁ ଯଦି ସେହି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତେବେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହେବ। କିନ୍ତୁ ତୁମ୍ଭେ ମୋର ପୁତ୍ରକୁ ସେହି ସ୍ଥାନକୁ ନିଅ ନାହିଁ।”
9 ତେଣୁ ସେହି ଦାସ ତାଙ୍କର ମୁନିବଙ୍କ ଜଙ୍ଘ ଛୁଇଁ ଶପଥ କଲେ।
ଖୋଜା ଆରମ୍ଭ ହେଲା
10 ସେହି ଦାସ ଅବ୍ରହାମଙ୍କର ଦଶଟା ଓଟ ନେଇ ସେହି ସ୍ଥାନ ପରିତ୍ୟାଗ କଲେ। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସେହି ଦାସ ନାହୋର, ଅରାମନହରୟିମର ନଗରକୁ ଯାତ୍ରା କଲେ। 11 ଏହା ପରେ ସେ ନଗର ବାହାରେ ଥିବା ସେହି ସ୍ଥାନକୁ ଗଲେ, ଯେଉଁଠାକୁ କନ୍ୟାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହାରେ ସେହି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।
12 ଦାସ ପ୍ରାର୍ଥନା କଲେ ଏବଂ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ମୋର ପ୍ରଭୁଙ୍କର ପରମେଶ୍ୱର। ମୋର ଜୀବନର ଲକ୍ଷ୍ୟ ସଫଳ କରାଇ, ମୋହର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର। 13 ଏହିଠାରେ ମୁଁ କୂପ ନିକଟରେ ଛିଡ଼ା ହୋଇ ଅଛି। ଏବଂ ନଗରରୁ କନ୍ୟାମାନେ ପାଣି ନେବାକୁ ଏଠାକୁ ଆସୁଛନ୍ତି। 14 ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।”
ଗୋଟିଏ ସ୍ତ୍ରୀ ବଛାଗଲେ
15 ଏହା ପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ଯୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂୟେଲର ଝିଅ। ବଥୂୟେଲ ମିଲ୍କାର ପୁତ୍ର ଥିଲେ, ଯିଏ କି ଅବ୍ରହାମଙ୍କର ଭାଇ ନାହୋର ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧରେ ଥୋଇ କୂଅ ନିକଟକୁ ଆସିଲେ। 16 ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ୟ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲେ ଓ ତା'ର ପାତ୍ରରେ ପାଣି ଭର୍ତ୍ତି କଲେ। 17 ଏହା ପରେ ସେହି ଦାସଜଣକ ତାଙ୍କ ପାଖକୁ ଗଲେ ଏବଂ କହିଲେ, “ଦୟାକରି ତୁମ୍ଭ ପାତ୍ରରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”
18 ରିବିକା ତତ୍କ୍ଷଣାତ୍ ତାଙ୍କ କାନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, “ହେ ମହାଶୟ ପାନ କର।” 19 ଜଳପାନ କରିବାକୁ ଦେଇ ରିବିକା କହିଲେ, “ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” 20 ଏହା ପରେ ରିବିକା କୂଅରୁ ପାଣି କାଢ଼ି କୁଣ୍ଡରେ ଢାଳିଲେ ଓ ପୁନରାୟ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।
21 ତା'ପରେ ସେ କନ୍ୟାକୁ ଅତି ପାଖରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହେବାପରେ ଏବଂ ଜାଣିଲେ ସଦାପ୍ରଭୁ ତାଙ୍କର ଯାତ୍ରା ସଫଳ କରିଥିଲେ। 22 ଓଟମାନେ ପାଣି ପିଇ ସାରିବା ପରେ ସେହି ଦାସ ରିବିକାଙ୍କୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା। 23 ସେହି ଦାସଜଣକ ପଗ୍ଭରିଲେ, “ତୁମ୍ଭ ବାପାଙ୍କର ନାମ କ’ଣ? ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?”
24 ରିବିକା ଉତ୍ତର ଦେଲେ, “ମୋର ପିତା ବଥୂୟେଲ, ନାହୋରର ଓ ମିଲ୍କାର ଜନ୍ମ ପୁତ୍ର।” 25 ଏହା ପରେ ସେ ମଧ୍ୟ କହିଲେ, “ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।”
26 ସେହି ଦାସଜଣକ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ। 27 ସେହି ଦାସଜଣକ କହିଲେ, “ମୋର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହୁଅନ୍ତୁ। ଯେହେତୁ ସଦାପ୍ରଭୁ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି। ସଦାପ୍ରଭୁ ମୋ’ କର୍ତ୍ତାଙ୍କର ସମ୍ପର୍କୀୟଙ୍କ ଗୃହକୁ କଢ଼ାଇ ନେଲେ।”
1 ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି:
ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ।
ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି। 2 ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।
3 ପରମପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ୟ ଓ ପ୍ରେମ ଦ୍ୱାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।
4 ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି। 5 ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି। 6 ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।
7 ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ। 8 ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।
9 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି। 10 ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ। 11 ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତେବେ ତାହାକୁ ମନ୍ଦକର୍ମ କରିବାରେ ସାହାଯ୍ୟ କରୁଛ।
12 ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। 13 ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି।
2010 by World Bible Translation Center