Revised Common Lectionary (Semicontinuous)
95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
2 ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
3 କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
4 ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
5 ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
6 ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା!
ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
7 ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।
8 ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
ଜିଦ୍ଖୋର ହୁଅ ନାହିଁ।
9 ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”
16 ଏହା ପରେ ଇସ୍ରାଏଲର ସମସ୍ତ ସମାଜ ଏଲୀମ ଛାଡ଼ି ସୀନୟ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନୟର ମଝିରେ ଥିଲା। ସେମାନେ ମିଶର ଛାଡ଼ିବାର ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ସେଠାରେ ପହଞ୍ଚିଲେ। 2 ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ। 3 ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”
4 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ। 5 ପ୍ରତ୍ୟେକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତେବେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତେବେଳେ ସେମାନେ ଦେଖିବେ ଯେ ତାହା ଦୁଇଗୁଣ ହୋଇଯିବ।”
6 ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି। 7 ଆସନ୍ତାକାଲି ପ୍ରଭାତରେ ତୁମ୍ଭେମାନେ ପରମେଶ୍ୱରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେମାନେ କିଏ? ପ୍ରକୃତରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”
8 ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”
ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ
15 କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି।
ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।
16 ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି
ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ,
ସମସ୍ତ ଆଧ୍ୟାତ୍ମିକ ଶକ୍ତି,
ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।
17 ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ।
ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।
18 ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି।
ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ।
ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ।
ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।
19 ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ।
20 ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ।
ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ।
21 ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ। 22 କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ। 23 ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।
2010 by World Bible Translation Center