Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 128

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 36:22-32

22 ତେଣୁ ଇସ୍ରାଏଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି; ‘ହେ ଇସ୍ରାଏଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯାହା କହିବା କଥା ତାହା ମୋର ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭେମାନେ ଯେଉଁଠାକୁ ଗଲେ, ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କଲ। 23 ଦୁଷ୍ଟମାନଙ୍କ ମଧ୍ୟରେ ଅପବିତ୍ର ହୋଇଥିବା ମୋର ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭେମାନେ କଳୁଷିତ କଲ, ତାହାହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ।”’

24 ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି 25 ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।” 26 ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦେବି। ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦୟ ଦେବି। 27 ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ। 28 ତାହାହେଲେ ତୁମ୍ଭେମାନେ ସେହି ଦେଶରେ ବାସ କରିବ ଯାହା ମୁଁ ଦେଲି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭେମାନେ ମୋର ଲୋକ ହେବ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବି।” 29 ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ। 30 ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ୟ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭେମାନେ ଜାତିମାନଙ୍କ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ। 31 ଏବଂ ସେ ସମୟରେ ତୁମ୍ଭେମାନେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିୟାସବୁ ସ୍ମରଣ କରିବ। ପୁଣି ତୁମ୍ଭେମାନେ ନିଜର ପାପ ଓ ନିଜର ଘୃଣ୍ୟ କ୍ରିୟା ଯୋଗୁଁ ନିଜେ ନିଜକୁ ନମ୍ର କରିବ।”

32 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।”

ଯୋହନ ଲିଖିତ ସୁସମାଗ୍ଭର 7:53-8:11

ବ୍ୟଭିଗ୍ଭର ପାପରେ ଧରାଯାଇଥିବା ସ୍ତ୍ରୀ

53 [a] ତା'ପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।

ଯୀଶୁ ଜୀତପର୍ବତକୁ ଗଲେ। ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା'ର ସ୍ୱାମୀ ନୁହେଁ। ମୋଶାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରି ଦେବା ଉଚିତ୍। କିନ୍ତୁ ଆମ୍ଭେ କ'ଣ କରିବା ଉଚିତ୍ ବୋଲି ଆପଣ କହୁଛନ୍ତି?”

ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।” ତା'ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ।

ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ। 10 ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ'ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

11 ସେ ସ୍ତ୍ରୀଲୋକଟି ଉତ୍ତର ଦେଲା, “ନା, ପ୍ରଭୁ ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

ତା'ପରେ ଯୀଶୁ କହିଲେ, “ତେଣୁ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କରୁ ନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ କେବେ ଆଉ ପାପ କରିବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center