Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 128

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 65:17-25

ନୂତନ ସମୟ ଆସୁଅଛି

17 “କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ।
ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ
    ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।
18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ,
    ତୁମ୍ଭେମାନେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର।
କାରଣ ଆମ୍ଭେ ଯିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ
    ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।

19 “ପୁଣି ଆମ୍ଭେ ଯିରୁଶାଲମରେ ଆନନ୍ଦ କରିବା
    ଓ ଆମ୍ଭ ଲୋକମାନଙ୍କଠାରେ ଉଲ୍ଲାସ କରିବା।
ସେଠାରେ ଆଉ ବିଳାପର ଧ୍ୱନି
    ଓ କ୍ରନ୍ଦନର ସ୍ୱର ଶୁଣାଯିବ ନାହିଁ।
20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ।
    ସେଠାରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚିତ
ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମରେ,
    ସେ ଅଭିଶପ୍ତ ବୋଲି ବିଗ୍ଭର କରାଯିବ।

21 “ସେହି ସ୍ଥାନରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ
    ଓ ସେମାନେ ଦ୍ରାକ୍ଷାକ୍ଷେତ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।
22 ସେମାନେ ନିର୍ମାଣ କରିଥିବା ଗୃହରେ
    ଅନ୍ୟ ଲୋକ ବାସ କରି ପାରିବେ ନାହିଁ
ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ।
    କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ
ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ
    ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।
23 ସେମାନେ ଅନିୟମିତ ପରିଶ୍ରମ କରିବେ ନାହିଁ।
    ସେମାନେ ବିନାଶ ପାଇଁ ଦୈବ ନିଯୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ।
ସେମାନେ ଓ ସେମାନଙ୍କର ସନ୍ତାନଗଣ
    ଆଶୀର୍ବାଦ ପାତ୍ରର ପରିବାରରୁ ହେବେ।
24 ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା
    ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
25 ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ,
    ସିଂହ ଗୋରୁପଲ ପରି ନଡ଼ା ଖାଇବ।
    ପୁଣି ଧୂଳି ସର୍ପର ଖାଦ୍ୟ ହେବ।
ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।”
    ସଦାପ୍ରଭୁ ଏହା କୁହନ୍ତି।

ରୋମୀୟଙ୍କ ପ୍ରତି ପତ୍ର 4:6-13

ଦାଉଦ ସେହି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନ କରି ପରମେଶ୍ୱର ଯେତେବେଳେ ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତରେ ଧନ୍ୟ:

“ଲୋକେ ପ୍ରକୃତରେ ଧନ୍ୟ,
    ଯେତେବେଳେ ସେମାନଙ୍କର ଅପରାଧ କ୍ଷମା କରାଯାଏ,
    ଓ ଯେତେବେଳେ ସେମାନଙ୍କର ପାପଗୁଡ଼ିକୁ ଢାଙ୍କି ଦିଆ ଯାଏ!
ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ,
    ଯେତେବେଳେ ପାପରହିତ ଭାବେ ପରମେଶ୍ୱର ତାହାଙ୍କୁ ଗ୍ରହଣ କରି ନେଇଛନ୍ତି।”(A)

ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା। 10 ଏହା ଘଟିଲା କିପରି? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବାପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହୋଇ ସାରିଲା ପରେ ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲାବେଳେ ଏହା ଘଟିଛି।[a] 11 ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି। 12 ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା'ହେଲେ ଅବ୍ରହାମ ସେମାନଙ୍କର ପିତା।

ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ

13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center