Revised Common Lectionary (Semicontinuous)
ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ
32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
2 ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।
3 ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
4 ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା
5 କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା
6 ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
7 ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସେଲା
8 ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
9 ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”
10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।
ନୂତନ ପଥର ଫଳକ
34 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲେଖା ଥିଲା ଯାହା ତୁମ୍ଭେ ଚୂର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହା ସବୁ ଲେଖିବି। 2 ଆଉ ତୁମ୍ଭେ ଆସନ୍ତାକାଲି ପ୍ରଭାତ ପାଇଁ ପ୍ରସ୍ତୁତ ହୁଅ ଏବଂ ପ୍ରଭାତରେ ସୀନୟ ପର୍ବତକୁ ଆସ ଏବଂ ମୋ’ ଉପସ୍ଥିତିରେ ପର୍ବତର ଶୀର୍ଷରେ ଛିଡ଼ା ହୁଅ। 3 ତୁମ୍ଭ ସହିତ ଆଉ କୌଣସି ଲୋକ ଯିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତରେ କେହି ନ ରହୁ, ଏପରିକି ଗୋମେଷାଦି ମଧ୍ୟ ପର୍ବତ ଚତୁର୍ପାର୍ଶ୍ୱରେ ଚରିବା ଉଚିତ୍ ନୁହେଁ।”
4 ତହୁଁ ମୋଶା ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତା’ ପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନୟ ପର୍ବତ ଉପରକୁ ଗଲେ ଏବଂ ସେହି ପ୍ରସ୍ତର ଫଳକକୁ ନିଜ ସହିତ ନେଇଗଲେ। 5 ସଦାପ୍ରଭୁ ମେଘରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସେଠାରେ ତାଙ୍କ ସହିତ ଠିଆ ହୋଇ ସଦାପ୍ରଭୁ ତାଙ୍କର ନାମ ଯିହୋବାଃ ବୋଲି ଘୋଷଣା କଲେ। 6 ସଦାପ୍ରଭୁ ମୋଶାଙ୍କ ସମ୍ମୁଖକୁ ଆସି ଏହା ଘୋଷଣା କଲେ। “ଯିହୋବାଃ, ଯିହୋବାଃ ଦୟାଶୀଳ ପରମେଶ୍ୱର, ସେ କ୍ରୋଧରେ ଧିର। ସେ ଦୟାଳୁ ଓ ସତ୍ୟତାରେ ପରିପୂର୍ଣ୍ଣ। 7 ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦେଖାଇଛନ୍ତି। ସଦାପ୍ରଭୁ ସେମାନଙ୍କର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦେଇଛନ୍ତି। ସଦାପ୍ରଭୁ ଦୋଷୀକୁ ତା'ର ସନ୍ତାନମାନଙ୍କୁ ଓ ତାର ନାତି ନାତୁଣୀମାନଙ୍କୁ ଦଣ୍ଡିତ କରିବେ। ଅର୍ଥାତ୍ ଦୋଷୀ ତାର ତୃତୀୟ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଦଣ୍ଡ ଭୋଗ କରନ୍ତି।”
8 ଏହା ପରେ ମୋଶା ତତ୍କ୍ଷଣାତ୍ ଭୂମିଷ୍ଠ ହୋଇ ସଦାପ୍ରଭୁଙ୍କର ଉପାସନା କରି କହିଲେ, 9 “ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।”
27 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ।
28 ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।
ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ
(ଲୂକ 15:3-7)
10 “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। 11 ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।[a]
12 “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା'ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? 13 ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। 14 ଠିକ୍ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।
2010 by World Bible Translation Center