Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 49:8-16

ପରିତ୍ରାଣର ଦିନ

ସଦାପ୍ରଭୁ କୁହନ୍ତି,
“ଆମ୍ଭେ ଯେଉଁ ସମୟରେ ଦୟା ଦେଖାଇବା କଥା
    ସେହି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ।
ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିଅଛୁ।
    ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ
    ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାରର
ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ
    ଲୋକମାନଙ୍କର ଚୁକ୍ତି ସ୍ୱରୂପ ନିଯୁକ୍ତ କରିବା।
ତୁମ୍ଭେ ବନ୍ଦୀଗଣଙ୍କୁ ‘ବାହାରି ଯାଅ ବୋଲି,’
    ‘ଅନ୍ଧକାରସ୍ଥିତ’ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ।
ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀ ସକଳ
    ସେମାନଙ୍କର ଚରାସ୍ଥାନ ହେବ।
10 ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ।
    ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ।
କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଲାଇବେ;
    ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ।
11 “ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା
    ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାଯିବ।

12 “ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ,
    କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ
    ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।”

13 ହେ ସ୍ୱର୍ଗମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ;
    ହେ ପର୍ବତଗଣ, ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କର;
କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ୱନା କରିଛନ୍ତି
    ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।

14 ମାତ୍ର ସିୟୋନ କହେ, “ସଦାପ୍ରଭୁ ମୋତେ ପରିତ୍ୟାଗ କରିଛନ୍ତି।
    ମୋର ପ୍ରଭୁ ମୋତେ ଭୁଲି ଯାଇଛନ୍ତି।”

15 “ଜଣେ ସ୍ତ୍ରୀଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ?
    ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ?
ଏମାନେ ତାହା କରି ପାରନ୍ତି,
    ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
16 ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ୱୟର ପାପୁଲିରେ ଲେଖି ଅଛୁ।
    ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖରେ ଅଛି।

ଗୀତସଂହିତା 131

ଏକ ଆରୋହଣ ସଙ୍ଗୀତ।

131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
    ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
    ଆଗ୍ରହୀ ହୋଇ ନାହିଁ।
ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
    ଏକ ଶିଶୁ ତା'ର ମା କୋଳରେ ଥିବାପରି
    ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
    ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:1-5

ଖ୍ରୀଷ୍ଟଙ୍କର ପ୍ରେରିତଗଣ

ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି। ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍। ତୁମ୍ଭେମାନେ ଯଦି ମୋର ବିଗ୍ଭର କର କିଅବା କୌଣସି ଅଦାଲତ, ଯଦି ମୋର ବିଗ୍ଭର କରେ, ତେବେ ମୁଁ ତାହାକୁ ଆଦୌ ଖାତିରି କରେ ନାହିଁ। ଏପରି କି ମୋ’ ନିଜର ବିଗ୍ଭର ମଧ୍ୟ ମୁଁ କରେ ନାହିଁ। ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି। ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।

ମାଥିଉ ଲିଖିତ ସୁସମାଗ୍ଭର 6:24-34

24 “ଜଣେ କେବେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସେବକ ହୋଇ ପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରିବ, ଓ ଅନ୍ୟ ଜଣକୁ ପ୍ରେମ କରିବ, କିଅବା ଜଣେ ମାଲିକ ପ୍ରତି ଅନୁରକ୍ତ ରହିବ ଓ ଅନ୍ୟ ଜଣକୁ ହେୟ ଜ୍ଞାନ କରିବ। ତୁମ୍ଭେ ଏକାସାଙ୍ଗରେ ପରମେଶ୍ୱର ଓ ଧନ ଉଭୟଙ୍କ ସେବା କରି ପାରିବ ନାହିଁ।

ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦିଅ

(ଲୂକ 12:22-34)

25 “ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ। 26 ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ, ଅମାରରେ ଖାଦ୍ୟଶସ୍ୟ ବି ଜମେଇ ରଖନ୍ତି ନାହିଁ, ତଥାପି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣିଛ ଯେ, ତୁମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟ। 27 ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ।

28 “ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ। 29 କିନ୍ତୁ ମୁଁ ତୁମ୍ଭକୁ କହୁଛି, ମହାନ ଓ ଧନୀରାଜା ଶଲୋମନ ନିଜର ସମସ୍ତ ବୈଭବ ଥାଇ ମଧ୍ୟ ସେ ନିଜକୁ ସୁସଜ୍ଜିତ କରିପାରି ନ ଥିଲେ। 30 ପଡ଼ିଆର ସେହି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲିରେ ପକେଇ ଦିଆଯିବ। ତଥାପି ଯଦି ପରମେଶ୍ୱର ତାକୁ ଏଭଳି ସୁନ୍ଦର ବେଶ ଦେଇଛନ୍ତି, ତେବେ ସେ କ’ଣ ତୁମ୍ଭକୁ ପିନ୍ଧିବା ପାଇଁ ଅଧିକ ଦେବେ ନାହିଁ? ତେବେ ତୁମ୍ଭେମାନେ କାହିଁକି ଏତେ ଅଳ୍ପ ବିଶ୍ୱାସ ରଖୁଛ?

31 “ଏଣୁ ଚିନ୍ତାଗ୍ରସ୍ତ ହୋଇ କୁହ ନାହିଁ ଯେ, ଆମ୍ଭେ କ’ଣ ଖାଇବା, କ’ଣ ପିଇବା ବା କ’ଣ ପିନ୍ଧିବା? 32 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ଏସବୁ ପଛରେ ଦୌଡ଼ନ୍ତି। କିନ୍ତୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର। 33 ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା'ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ। 34 ଆସନ୍ତାକାଲି ପାଇଁ ଚିନ୍ତା କର ନାହିଁ, କାରଣ ପ୍ରତ୍ୟେକ ଦିନର କୌଣସି ନା କୌଣସି ସମସ୍ୟା ଥାଏ। କାଲିର ଚିନ୍ତା କାଲି ପାଇଁ ଯଥେଷ୍ଟ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center