Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 131

ଏକ ଆରୋହଣ ସଙ୍ଗୀତ।

131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
    ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
    ଆଗ୍ରହୀ ହୋଇ ନାହିଁ।
ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
    ଏକ ଶିଶୁ ତା'ର ମା କୋଳରେ ଥିବାପରି
    ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
    ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 31

ଇସ୍ରାଏଲ ପରମେଶ୍ୱରଙ୍କ ଶକ୍ତି ଉପରେ ନିର୍ଭର କରିବା ଉଚିତ୍

31 ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର। ମାତ୍ର ସଦାପ୍ରଭୁ ଜ୍ଞାନବାନ। ସେ ଅମଙ୍ଗଳ ଘଟାଇବେ। ସେ ନିଜର ବାକ୍ୟକୁ ଅନ୍ୟଥା କରିବେ ନାହିଁ। ସେ ମନ୍ଦାଗ୍ଭରୀମାନଙ୍କ ପ୍ରତିକୂଳରେ ଓ ଅଧର୍ମାଗ୍ଭରୀମାନଙ୍କ ସହାୟକଗଣଙ୍କ ବିରୁଦ୍ଧରେ ଉଠିବେ।

ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।

ସଦାପ୍ରଭୁ ମୋତେ କହିଲେ, “ଯେତେବେଳେ ସିଂହ ଓ ଯୁବା ସିଂହ ଶିକାର ଧରେ ଓ ସେହି ମୃତ ପ୍ରାଣୀ ଉପରେ ସେତେବେଳେ ବହୁ ମେଷପାଳକ ତା’ ବିରୁଦ୍ଧରେ ଗର୍ଜନ କଲେ ହେଁ ସେ କେବେ ଭୟଭୀତ ହୁଏ ନାହିଁ।”

ସେହିପରି ସଦାପ୍ରଭୁ ସର୍ବଶକ୍ତିମାନ ସିୟୋନ ପର୍ବତରେ ଓ ତା'ର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ। ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସେହିପରି ସର୍ବଶକ୍ତିମାନ ସଦାପ୍ରଭୁ ଯିରୁଶାଲମକୁ ରକ୍ଷା କରିବେ। ସେ ତାକୁ “ଉଦ୍ଧାର ଓ ନିସ୍ତାର” କରିବେ।

ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହୋଇଅଛ, ତାଙ୍କ ନିକଟକୁ ଫେରି ଆସ। କାରଣ ତୁମ୍ଭେମାନେ ପ୍ରତ୍ୟେକ ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ପ୍ରତିମାଗୁଡ଼ିକୁ ପୂଜା କରି ପାପ କରିଛ। ତେଣୁ ସେଗୁଡ଼ିକୁ ତୁମ୍ଭେମାନେ ପକାଇ ଦେବ।

ଏହା ସତ୍ୟ ସେଦିନ ଅଶୂର ‌‌ଖ‌ଡ଼୍‌ଗରେ ପତିତ ହେବ। ମାତ୍ର ତାହା ମନୁଷ୍ୟର ‌‌ଖ‌ଡ଼୍‌ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହେବ ମାତ୍ର ତାହା ମନୁଷ୍ୟ ‌‌ଖ‌ଡ଼୍‌ଗରେ ନୁହେଁ। ପୁଣି ସେ ‌‌ଖ‌ଡ଼୍‌ଗରେ ସମ୍ମୁଖରୁ ପଳାୟନ କରିବ। ତା'ର ଯୁବକମାନେ କ୍ରୀତଦାସ ହେବେ। ଆଉ ତା'ର ଶୈଳ ଅନ୍ତର୍ହିତ ହେବ। ତା'ର ଅଧିପତିମାନେ ଧ୍ୱଜା ଛାଡ଼ି ପଳାୟନ କରିବେ।

ସଦାପ୍ରଭୁ ଏହିସବୁ କୁହନ୍ତି, “ତାଙ୍କର ଅଗ୍ନି ସିୟୋନରେ ଓ ଯଜ୍ଞବେଦି ଯିରୁଶାଲମରେ ଅଛି।”

ଲୂକ ଲିଖିତ ସୁସମାଗ୍ଭର 11:14-23

ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି

(ମାଥିଉ 12:22-30; ମାର୍କ 3:20-27)

14 ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। 15 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆ‌‌‌ଲ୍‌ଜିବୂଲ୍‌ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।

16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ। 17 କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ। 18 ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆ‌‌‌ଲ୍‌ଜିବୂଲ୍‌ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। 19 କିନ୍ତୁ ମୁଁ ଯଦି ବାଆ‌‌‌ଲ୍‌ଜିବୂଲ୍‌ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। 20 ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।

21 “ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା'ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ। 22 କିନ୍ତୁ, ଯେତେବେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।

23 “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center