Revised Common Lectionary (Semicontinuous)
ହେତ୍
57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।
ଛାଡ଼ିବା ସମୟରେ ଯାକୁବ ଦୌଡ଼ି ପଳାଇଲେ
31 ଦିନେ ଯାକୁବ, ଲାବନ ଓ ତା'ର ପୁତ୍ରମାନେ କଥାବାର୍ତ୍ତା ହେଉଥିବାର ଶୁଣିଲେ। ସେମାନେ କହିଲେ, “ଯାକୁବ ସବୁକିଛି ନେଇ ଯାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନେଇ ସେ ଧନୀ ହୋଇଛି।” 2 ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା’ ସହିତ ବ୍ୟବହାର କରୁ ନାହିଁ। 3 ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ନିଜ ଦେଶର ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ। ମୁଁ ତୁମ୍ଭ ସହିତ ରହିବି।”
17 ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। 18 ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ।
19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।
20 ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। 21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ।
22 ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। 23 ତେଣୁ ଲାବନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା’ ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। 24 ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, “ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।”
ଗ୍ଭେରି ହୋଇଥିବା ଦେବତାଗଣର ଅନୁସନ୍ଧାନ
25 ତା’ ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମୟ ଦେଶ ଗିଲିୟଦରେ ଛାଉଣି ପକାଇଲେ।
26 ଲାବନ ଯାକୁବକୁ କହିଲେ, “ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ? 27 ମୋତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମୋତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥା’ନ୍ତି। 28 ତୁମ୍ଭେ ମୋର ନାତି ଓ କନ୍ୟାଗଣଙ୍କୁ ବିଦାୟ କାଳୀନ ଚୁମ୍ବନ କରିବାକୁ ଦେଲ ନାହିଁ। ତୁମ୍ଭେ ଏପରି ଅଜ୍ଞାନ କର୍ମ କାହିଁକି କଲ? 29 ତୁମ୍ଭକୁ ଆଘାତ କରିବା ପାଇଁ ମୋର ଶକ୍ତି ଅଛି। କିନ୍ତୁ ଗତ ରାତିରେ ତୁମ୍ଭ ପିତାଙ୍କର ପରମେଶ୍ୱର ସ୍ୱପ୍ନରେ ମୋତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ। 30 ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?”
31 ଯାକୁବ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ୟାମାନଙ୍କୁ ମୋ'ଠାରୁ ଦୂରେଇ ନେବ। 32 କିନ୍ତୁ ମୁଁ ତୁମ୍ଭର ଦେବତାଗଣଙ୍କୁ ଗ୍ଭେରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ୟା କରାଯିବ। ତୁମ୍ଭର ଲୋକମାନେ ମୋର ସାକ୍ଷୀ ରହିଲେ। ତୁମ୍ଭର ଏଠାରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଦେବତାଗଣଙ୍କୁ ଖୋଜି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନେଇ ପାରିବ।” ରାହେଲ ତାହା ଗ୍ଭେରି କରିଛନ୍ତି ବୋଲି, ଯାକୁବ ଜାଣି ନ ଥିଲେ।
33 ତେଣୁ ଲାବନ ଯାକୁବର ଛାଉଣିରେ ଖୋଜିଲେ। ତା'ପରେ ସେ ଲେୟାର ତମ୍ବୁରେ ଖୋଜିଲେ। ଏହା ପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ତମ୍ବୁରେ ଖୋଜିଲେ। କିନ୍ତୁ ସେଠାରେ ମଧ୍ୟ ସେ ପାଇଲେ ନାହିଁ। ଏହା ପରେ ଲାବନ ରାହେଲର ତମ୍ବୁକୁ ଗଲେ। 34 ରାହେଲ ସେହି ଦେବତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖୋଜିଲେ କିନ୍ତୁ କେଉଁଠାରେ ପାଇଲେ ନାହିଁ।
35 ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, “ମୋ’ ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।” ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।
36 ଏହା ପରେ ଯାକୁବ ବହୁତ କ୍ରୋଧ କଲେ। ଯାକୁବ କହିଲେ, “ମୋର କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମୋତେ ଗୋଡ଼ାଇଲ ଏବଂ ମୋତେ ଅଟକାଇଲ? 37 ମୋର ସମସ୍ତ ଦ୍ରବ୍ୟ ତୁମ୍ଭେ ଖୋଜିଲ କିନ୍ତୁ ତୁମ୍ଭର ଦେବତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତେବେ ତୁମ୍ଭେ ତାହା ଦେଖାଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ। 38 ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସେହି ସମସ୍ତ ସମୟରେ ତୁମ୍ଭର ମେଷ ଓ ଛେଳିଗୁଡ଼ିକ ଗର୍ଭପାତ ହୋଇ ନାହିଁ, କିମ୍ବା ମୁଁ ସେଗୁଡ଼ିକୁ ଖାଇଯାଇ ନାହିଁ। 39 ଯେତେବେଳେ ତୁମ୍ଭର ମେଷ ଓ ଛେଳି ହିଂସ୍ର ଜନ୍ତୁମାନଙ୍କ ଦ୍ୱାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦେଲି ନାହିଁ। କିନ୍ତୁ ମୋର ନିଜର ମେଷ ବା ଛେଳି ତା’ ସ୍ଥାନରେ ରଖିଲି। ଯଦି କିଛି ରାତି ବା ଦିନରେ ଗ୍ଭେରି ହେଉଥିଲା ମୋର ନିଜର ପଶୁ ତା’ ସ୍ଥାନରେ ଯୋଗାଇଲି। 40 ଦିନର ଖରା ଏବଂ ରାତିର ଥଣ୍ଡାରେ ମୁଁ କାର୍ଯ୍ୟ କରିଛି, ମୁଁ ନ ଶୋଇ ତୁମ୍ଭର ସେବା କଲି। 41 ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ। 42 ମୋହର ପୂର୍ବପୁରୁଷଙ୍କ ପରମେଶ୍ୱର ଅବ୍ରହାମଙ୍କ ପରମେଶ୍ୱର ଓ ଇସ୍ହାକଙ୍କର ଭୟନାଶକ ପରମେଶ୍ୱର ଯେବେ ମୋ’ ସହିତ ନ ଥା’ନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥା’ନ୍ତ। ପରମେଶ୍ୱର ମୋର ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”
ଯାକୁବ ଏବଂ ଲାବନର ଚୁକ୍ତି
43 ଲାବନ ଯାକୁବକୁ କହିଲେ, “ତୁମ୍ଭ ସ୍ତ୍ରୀମାନେ ମୋର କନ୍ୟା ଏବଂ ଏହି ପିଲାମାନେ ମଧ୍ୟ ମୋର। ଏବଂ ଏସମସ୍ତ ପଶୁମାନେ ମଧ୍ୟ ମୋର। ଏଠାରେ ଯେତେ ସବୁ ଦେଖୁଛ ତାହା ସବୁ ମୋର। ଏଣୁ ମୋର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ’ଣ କରିବି? 44 ତେଣୁ ଆମ୍ଭେ ଦୁହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହେବ।”
45 ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲେ। 46 ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରସ୍ତର ସଂଗ୍ରହକର, ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସେହି ସ୍ଥାନରେ ସେହି ପଥରଗଦା ଉପରେ ଭୋଜନ କଲେ। 47 ଲାବନ ସେହି ସ୍ଥାନର ନାମ ଦେଲେ ଯିଗର୍-ସାହଦୂଥା[a] କିନ୍ତୁ ଯାକୁବ ସେହି ସ୍ଥାନର ନାମ ରଖିଲେ ଗଲ-ୟଦ।
48 ଲାବନ ଯାକୁବକୁ କହିଲେ, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା” ଯେଉଁଥିପାଇଁ ତାହାର ନାମ ଗଲ-ୟଦ ଓ ମିସ୍ପା ରଖିଲେ।
49 ଏହା ପରେ ଲାବନ କହିଲେ, “ସଦାପ୍ରଭୁ ଆମ୍ଭର ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ୟସ୍ଥ ହୁଅନ୍ତୁ।” ଯେତେବେଳେ ଆମ୍ଭେମାନେ ପରସ୍ପରଠାରୁ ଦୂରରେ ରହିବୁ। ତା'ପରେ ସେ ଏହାକୁ ମଧ୍ୟ ଡାକିଲେ: ମିସ୍ପା।
50 ଏହା ପରେ ଲାବନ କହିଲେ, “ଯଦି ତୁମ୍ଭେ ମୋର କନ୍ୟାମାନଙ୍କୁ ଆଘାତ କର ତେବେ ପରମେଶ୍ୱର ତୁମ୍ଭକୁ ଆଘାତ ଦେବେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନେରଖ, ପରମେଶ୍ୱର ଦେଖୁଛନ୍ତି।
14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା'ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। 15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। 16 ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା।
2010 by World Bible Translation Center