Revised Common Lectionary (Semicontinuous)
ହେତ୍
57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।
11 ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସେହି ରୂପାର ରଗ୍ଭଇ ରଖିବା ପରି।
12 ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ୟାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ୟାନ୍ୟ ଅଳଙ୍କାରଠାରୁ ମୂଲ୍ୟବାନ ଅଟେ।
13 ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
14 ବୃଷ୍ଟିହୀନ ମେଘ ଓ ବାୟୁ ଯେପରି ଅଟେ, ଦାନ ଦେବା ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦେବା ହେଉଛି ଠିକ୍ ସେହିପରି।
15 ଧୈର୍ଯ୍ୟ କଥାବାର୍ତ୍ତା ମାଧ୍ୟମରେ ଜଣେ ଶାସକ ଶାନ୍ତି ଦେବ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
16 ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ୟକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତେବେ ତୁମ୍ଭେ ଅସୁସ୍ଥ ହେବ। 17 ଠିକ୍ ସେହିପରି, ତୁମ୍ଭର ପ୍ରତିବାସୀ ଗୃହକୁ ଅଧିକ ଯାଅ ନାହିଁ। ଯଦି ତୁମ୍ଭେ ଏପରି କର ତେବେ ସେ ତୁମ୍ଭକୁ ଘୃଣା କରିବ।
18 ଜଣେ ଯିଏ ତା'ର ପଡ଼ୋଶୀ ବିପକ୍ଷରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ଼୍ଗ ଓ ତୀକ୍ଷ୍ଣ ବାଣ ସ୍ୱରୂପ ଭୟଙ୍କର ଅଟେ। 19 ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
20 ଦୁଃଖପୂର୍ଣ୍ଣ ଲୋକ ନିକଟରେ ଖୁସୀ ଗୀତ ଗାଇବା ଶୀତକାଳରେ ବସ୍ତ୍ର କାଢ଼ିନେବା ଓ ସୋଢ଼ା ଉପରେ ଅମ୍ଳରସ ମିଶାଇବା ପରି ଅଟେ।
21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯେବେ ତୃଷିତ ହୁଏ, ତାହାକୁ ଜଳପାନ କରାଅ। 22 ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
9 ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର। 10 ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ। 11 ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍ଯୋଗ ହୁଅ। 12 ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର। 13 ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।
14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ। 15 ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ। 16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।
17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି,
“ଦଣ୍ତ ଦେବା ମୋର କାମ।
ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।”(A)
20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍:
“ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି,
ତାହାକୁ ଖାଇବାକୁ ଦିଅ,
ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି,
ତାହାକୁ ପିଇବାକୁ ଦିଅ।
ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।”(B)
21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।
2010 by World Bible Translation Center