Revised Common Lectionary (Semicontinuous)
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
ଅନ୍ୟ ପାପ ପାଇଁ ଦୋଷାର୍ଥକ ନୈବେଦ୍ୟ
6 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ। 3 କିମ୍ବା ହଜାଇଥିବା ଦ୍ରବ୍ୟ ପାଇଁ ସେହି ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ, ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ, 4 ଏହି ଦୋଷଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ କରେ ସେ ପାପୀ ବୋଲି ବିବେଚିତ ହୁଏ। ସେ ନିଶ୍ଚୟ ଫେରାଇଦେବ, ଯାହାକିଛି ସେ ଗ୍ଭେରି କରିଛି କିମ୍ବା ଅନ୍ୟାୟ ଭାବରେ ହରଣ କରିଛି କିମ୍ବା ତାକୁ କିଛି ବିଶ୍ୱାସରେ ଦିଆଯାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ୟ ଯାହାକି ହଜି ଯାଇଛି। 5 ସେ ଯେଉଁଥିପାଇଁ ଗୋଟିଏ ମିଥ୍ୟା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସମ୍ପୂର୍ଣ୍ଣ ଫେରାଇ ଦେବା ଉଚିତ୍। ଏସବୁ ସେ କରିବ ଯେଉଁ ଦିନ ସେ ଦୋଷୀ ବୋଲି ସାବ୍ୟସ୍ତ ହେବ ଓ ସେହି ଦିନ ସେ ଗ୍ରହିତାକୁ ଦ୍ରବ୍ୟ ଦେବ। 6 ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତା'ର ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ। ପୁଣି ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। 7 ତା'ପରେ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହୋଇଥିବ ସେଥିରୁ କ୍ଷମା ପ୍ରାପ୍ତ ହେବ।”
2 ଶୁଣ! ମୁଁ ପାଉଲ କହୁଛି, ଯଦି ତୁମ୍ଭେମାନେ ସୁନ୍ନତ ହୋଇ ବ୍ୟବସ୍ଥା ନିକଟକୁ ଫେରି ଯିବ, ତା'ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହେବେ ନାହିଁ। 3 ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି: ଯଦି ଜଣେ କେହି ସୁନ୍ନତକୁ ଗ୍ରହଣ କରିବ, ତା'ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବ। 4 ଯଦି ତୁମ୍ଭେମାନେ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସହିତ ଧାର୍ମିକ ହେବାକୁ ଚେଷ୍ଟା କରୁଛ, ତା'ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କଲ। 5 ମୁଁ ଏହା କହେ କାରଣ ଆମେ ଆଶା କରୁ ଯେ, ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବୁ। 6 ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା'ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ।
2010 by World Bible Translation Center