Revised Common Lectionary (Semicontinuous)
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା'ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ଜ୍ଞାନ ବାକ୍ୟ ଗ୍ରହଣ କର
2 ହେ ମୋର ପୁତ୍ର, ମୋର ବାକ୍ୟ ଗ୍ରହଣ କର। ମୋର ନିର୍ଦ୍ଦେଶ ମନେରଖ। 2 ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ଣ ମନ ପ୍ରୟୋଗ କର। 3 ସୁବିବେଚନା ପ୍ରତି ଡାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର। 4 ନ୍ୟାୟ ରୂପା ତୁଲ୍ୟ ଅଟେ, ତାକୁ ଖୋଜ। ପୋତାଧନ ପରି ତା'ର ଅନ୍ୱେଷଣ କର। 5 ଯଦି ତୁମ୍ଭେ ଏପରି କର। ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।
6 ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। 7 ସେ ସତ୍ଲୋକଙ୍କ ପାଇଁ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି। ସେ ନିରୀହ ଲୋକମାନଙ୍କର ଢାଲ ସ୍ୱରୂପ ଅଟନ୍ତି। 8 ସେ ଯେଉଁ ଲୋକମାନେ ନ୍ୟାୟ ପଥରେ ଗ୍ଭଲନ୍ତି, ସେମାନଙ୍କୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।
9 ତେଣୁ ତୁମ୍ଭେ ଧାର୍ମିକତା, ସୁବିଗ୍ଭର, ନ୍ୟାୟ, ଓ ମଙ୍ଗଳର ପ୍ରତ୍ୟେକ ସୁପଥ ଜାଣିବ। 10 ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ବିଦ୍ୟା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହେବ।
11 ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହେବ। 12 ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି। 13 ସେମାନେ ସତ୍ୟପଥ ପରିତ୍ୟାଗ କରି କୁପଥରେ ବାସ କରନ୍ତି। 14 ସେମାନେ ଆନନ୍ଦ ପାଆନ୍ତି, ଯେତେବେଳେ ସେମାନେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସେମାନେ ଉପଭୋଗ କରନ୍ତି। 15 ସେମାନଙ୍କର ରାସ୍ତା ମୋଡ଼ି ହେବା ଅବସ୍ଥା, ସେମାନଙ୍କର ରାସ୍ତା ବକ୍ର ଅଟେ।
ଯୀଶୁ ବିବାହ ବିଚ୍ଛେଦ ବିଷୟରେ ଶିକ୍ଷା ଦେଲେ
(ମାର୍କ 10:1-12)
19 ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫେରି ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ଥିବା ଯିହୂଦା ଅଞ୍ଚଳରେ ପହଞ୍ଚିଲେ। 2 ଅନେକ ଲୋକ ତାହାଙ୍କୁ ଅନୁସରଣ କଲେ। ସେଠାରେ ଯୀଶୁ ରୋଗୀ ଲୋକମାନଙ୍କୁ ସୁସ୍ଥ କଲେ।
3 କେତେକ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଜଣେ ପୁରୁଷ କୌଣସି କାରଣରୁ ତା'ର ସ୍ତ୍ରୀକୁ ଛାଡ଼ି ଦେବା ନ୍ୟାୟସଙ୍ଗତ କି?”
4 ଯୀଶୁ କହିଲେ, “ତୁମ୍ଭେ ନିଶ୍ଚୟ ଶାସ୍ତ୍ରରେ ପଢ଼ିଛ ଯେ, ‘ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?’(A) 5 ପରମେଶ୍ୱର କହିଲେ, ‘ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହେବ, ଏବଂ ସେ ଦୁଇଜଣ ଏକ ହୋଇଯିବେ।’(B) 6 ତେଣୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ହୋଇ ରହନ୍ତି ନାହିଁ ମାତ୍ର ସେମାନେ ଏକ ହୋଇ ଯାଆନ୍ତି। ପରମେଶ୍ୱର ସେମାନଙ୍କୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସେମାନଙ୍କୁ ଅଲଗା ନ କରୁ।”
7 ଫାରୂଶୀମାନେ ପଗ୍ଭରିଲେ, “ତେବେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି ମୋଶା କାହିଁକି ଆଦେଶ ଦେଇଛନ୍ତି?”
8 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମୋଶା ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଅନୁମତି ଦେଇଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। 9 ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟଜଣେ ସ୍ତ୍ରୀଲୋକକୁ ବିବାହ କରେ, ତେବେ ସେ ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହୁଏ। ଯଦି ପ୍ରଥମ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ଯୌନ-ସମ୍ପର୍କ ରହିଥାଏ, ସେହି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପୁଣି ଥରେ ବିବାହ କରି ପାରିବ।”
10 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଯଦି ଜଣେ ପୁରୁଷ କେବଳ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ, ତେବେ ବିବାହ ନ କରିବା ବରଂ ଭଲ।”
11 ଯୀଶୁ ଉତ୍ତର ଦେଲେ, “ବିବାହ ସମ୍ବନ୍ଧରେ ଏହି ଉପଦେଶ ପ୍ରତ୍ୟେକ ଲୋକ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନଙ୍କୁ ପରମେଶ୍ୱର ଏହି କ୍ଷମତା ଦେଇଛନ୍ତି, କେବଳ ସେହିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ। 12 କେତେକ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତା'ର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତେକ ଲୋକ ନପୁଂସକ ହୋଇ ଜନ୍ମ ହୋଇଥା’ନ୍ତି। କେତେକ ଲୋକ ଅନ୍ୟମାନଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ନପୁଂସକ ହୋଇଯାଇଥା’ନ୍ତି। ଆଉ କେତେକ ଲୋକ ସ୍ୱର୍ଗରାଜ୍ୟ ପାଇଁ ବିବାହ କରି ନ ଥା’ନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରି ପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚିତ୍।”[a]
2010 by World Bible Translation Center